ଗୋଛାପଡା ହାଇସ୍କୁଲ ପରିଦର୍ଶନ କଲେ ଫୁଲବାଣୀ ବିଧାୟକ I

Aug 26, 2025 - 20:53
 0  420
ଗୋଛାପଡା ହାଇସ୍କୁଲ ପରିଦର୍ଶନ କଲେ ଫୁଲବାଣୀ ବିଧାୟକ I

ଫିରିଙ୍ଗିଆ,୨୬l୮(ଷ୍ଟାର ନିୟୁଜ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଠାରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚବିଦ୍ୟାଳୟ କୁ ଯାଇ ବୁଲି ଦେଖିବା ସହ ସ୍ଥିତି ପରଖିଛନ୍ତି ଫୁଲବାଣୀ ବିଧାୟକ ଉମାଚରଣ ମଳିକ I ସୂଚନା ଅନୁସାରେ ବିଧାୟକ ଙ୍କ ଏହା ସୌଜନ୍ୟ ମୂଳକ ପରିଦର୍ଶନ ଥିବା ବେଳେ ବିଧାୟକ ସ୍କୁଲ ରେ ପହଞ୍ଚିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ସାହୁ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ବିଧାୟକଙ୍କୁ ସ୍ବାଗତ ଜଣାଇଥିଲେ I ପରେ ବିଧାୟକ ବିଦ୍ୟାଳୟ ପରିଦର୍ଶନ କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ସହ କଥା ହୋଇଥିଲେ I ଏହାସହ ବିଦ୍ୟାଳୟ ରେ ଥିବା ଶହେ ଶଯ୍ୟା ବିଶିଷ୍ଠ ଛାତ୍ର ନିବାସ ବୁଲି ଦେଖିଥିଲେ I ଅନ୍ୟପଟେ ବିଧାୟକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ସାହୁ ଙ୍କ ସହ ବିଦ୍ୟାଳୟ ର ଭିତ୍ତିଭୂମିର ବିକାଶ କିଭଳି ହୋଇପାରିବ ସେନେଇ ଆଲୋଚନା କରିଥିବା ବେଳେ ବିଦ୍ୟାଳୟ ର ପରିବେଶ ଓ ସ୍ୱଛତା କୁ ଦେଖି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଖୁସି ବ୍ୟକ୍ତ କରିଥିଲେ I ସେପଟେ ବିଧାୟକ ଙ୍କ ଏହି ଗସ୍ତ ସମୟରେ କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ବିଜେପି ନେତା ରମେଶ ମହାନ୍ତି ଙ୍କ ସହ ପୂର୍ବତନ ଫିରିଙ୍ଗିଆ ମଣ୍ଡଳ ସଭାପତି ଗଣେଶ୍ୱର ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ I

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

like

dislike

love

funny

angry

sad

wow