ପୁରୁଣା ପଡା ରେ ଦୋଳ ଉତ୍ସବ ପାଳିତ

Mar 03, 2026 - 22:05
0 17
ପୁରୁଣା ପଡା ରେ ଦୋଳ ଉତ୍ସବ ପାଳିତ

- ଭବାନୀପାଟଣା ୩/୦୩ ( ଷ୍ଟାର ନିୟୁଜ ଓଡିଶା )ସହର ଅନ୍ତର୍ଗତ ପୁରୁଣାପଡା ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଦୋଳ ଉତ୍ସବ ଅବସରରେ  ପୁରୁଣା ପଡା ଗଙ୍ଗା ଦେବୀ ମନ୍ଦିର ଛକ ରେ  ଦୋଳ ଉତ୍ସବ ପାଳିତ ହୋଇଯାଇଛି। କମିଟି ସଭାପତି ଇନ୍ଦ୍ରଜିତ ମହାଖୁଡ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ   ମୁଖ୍ୟ ଅତିଥି ଭାବେ  ସରକାରୀ ସ୍ଵୟଂ ଶାସିତମହାବିଦ୍ୟାଳୟ  ର ଅବସର ପ୍ରାପ୍ତ ଅଧକ୍ଷ ଡ. ଅଜୟ ମିଶ୍ର  , ସମ୍ମାନିତ ଅତିଥି ଭାବେ ସଂସ୍କୃତି ଗବେଷକ ଧ୍ୟାନାନନ୍ଦ ପଣ୍ଡା , ଇଞ୍ଜିନିୟର ନିରଞ୍ଜନ ପ୍ରଧାନ , ୧୪ ୱାର୍ଡ ର କାଉନସିଲର ଶ୍ରୀମତୀ ରଞ୍ଜୁକ୍ତା ପ୍ରଧାନ, ମନମୋହନ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ଓ ବରିଷ୍ଠ ଆଇଜୀବୀ ସିଦ୍ଧାର୍ଥ ନାୟକ ଯୋଗଦେଇଥିଲେ, ଆକାଶବାଣୀ ଉଦଘୋଷକ ଆଲୋକ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।।  କୁନି କୁନି ଶିଶୁ ମାନଙ୍କ ମଧ୍ୟରେ ନୃତ୍ୟ  କାର୍ଯ୍ୟକ୍ରମ  ହୋଇଥିଲା ତା ସହ ମୁଖ୍ୟ ଆକର୍ଷଣ ଗୀତିନାଟ୍ୟ "ରାଧା ମାଜିଷ୍ଟ୍ରେଟ କୃଷ୍ଣ ମୁଦାଲା " ପରିବେଷଣ କରିଥିଲେ ସକ୍ଷମ ନୃତ୍ୟ ଏକାଡେମୀ ର କଳାକାର ମାନେ । ନାଟକ ଟିକୁ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଲିପସା ରାଣୀ ବାରିକ ।ଶେଷ ରେ ଆଲୋକ କୁମାର ସାହୁ  ଧନ୍ୟବାଦ୍ ଅର୍ପଣ ଦେଇଥିଲେ। ଏହି କାର୍ଯକ୍ରମ ରେ ବିକାଶ ପ୍ରଧାନ, କାହ୍ନୁ ଚରଣ ପ୍ରଧାନ (ବଣ୍ଟି) ,ରବୀନ୍ଦ୍ର ନାଥ ପ୍ରଧାନ , ପରଖିତ ବିଶ୍ଵାଳ,ଦୀପକ ସାହୁ,ମନୋଜ ଡାକୁଆ , ତିରୁପତି  ପ୍ରଧାନ , ଟୁନା ପ୍ରଧାନ , ସଞ୍ଜୟ ମହାରଣା , ଶଙ୍କର ମହାରଣା, ଭବେନ୍ଦ୍ର ଡାକୁଆ, ଆୟୁଷ ସ୍ୱାଇଁ ,ରୁପେଶ  ପ୍ରଧାନ ,ପ୍ରମୂଖ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍କା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User