ଫିରିଙ୍ଗିଆ ପୋଲିସ ର ସଫଳତା I ଫିଲ୍ମ ଷ୍ଟାଇଲ ରେ ଗୋଡେଇ ଗୋଡେଇ ବିହାରୀ ଗଞ୍ଜେଇ ମାଫିଆ ଙ୍କୁ ଧରିଲା ପୋଲିସ I ଦୁଇଟି କାକଜାରୀ କାର ସହ ୯୦ କିଲୋ ଗଞ୍ଜେଇ ଜବତ ଚାରି ବିହାରୀ ଗଞ୍ଜେଇ ମାଫିଆ ଗିରଫ I

May 13, 2025 - 16:12
 0  375
ଫିରିଙ୍ଗିଆ ପୋଲିସ ର ସଫଳତା I ଫିଲ୍ମ ଷ୍ଟାଇଲ ରେ ଗୋଡେଇ ଗୋଡେଇ ବିହାରୀ ଗଞ୍ଜେଇ ମାଫିଆ ଙ୍କୁ ଧରିଲା ପୋଲିସ I ଦୁଇଟି କାକଜାରୀ କାର ସହ ୯୦ କିଲୋ ଗଞ୍ଜେଇ ଜବତ ଚାରି ବିହାରୀ ଗଞ୍ଜେଇ ମାଫିଆ ଗିରଫ I

ଫିରିଙ୍ଗିଆ,୧୩l୫:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳ କିଛି ଦିନ ହେଲା ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ ମାନଙ୍କ ଚରାଭୂଇଁ ପାଲଟିଥିବା ବେଳେ ଥାନା ଅଧୀନରେ ଥିବା କିଛି ଗାଁ ରେ ବାହାର ରାଜ୍ୟର କିଛି ଗଞ୍ଜେଇ ମାଫିଆ ଡେରା ପକେଇ ଥିବା କିଛିଦିନ ହେଲା ଚର୍ଚ୍ଚା ହୋଇ ଆସୁଥିଲା I ତେବେ ଏହି ଘଟଣା ପରେ ଫିରିଙ୍ଗିଆ ଅଞ୍ଚଳରେ ବାହାର ରାଜ୍ୟର ଗଞ୍ଜେଇ ମାଫିଆ ମାନେ ଡେରା ପକେଇଥିବା ଏକପ୍ରକାର ସତ ପ୍ରମାଣିତ ହୋଇଛି I ତେବେ ଏହି ପରିପେକ୍ଷୀରେ ଫିରିଙ୍ଗିଆ ପୋଲିସ ଦୁଇଟି କାର ସହ ୯୦ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ ବିହାର ରାଜ୍ୟର ଚାରିଜଣ ଗଞ୍ଜେଇ ମାଫିଆ ଙ୍କୁ ଗିରଫ କରିବାରେ ସଫଳ ହୋଇଛି I ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟ୍ୟରେ ବିହାର ରାଜ୍ୟ କୁମାରକୁଣ୍ଡ ମାଧେପୁର ଜିଲ୍ଲା କୁମାର କୁଣ୍ଡ ଥାନା ଅଧୀନରେ ଥିବା ୟାଦୁଆପଟ୍ଟୀ କାରୁୱାଇଲ ଗାଁ ର ଅଜୟ କୁମାର ଓ କିଶୋର ଯାଦବ ରହିଥିବା ବେଳେ ଏମାନେ ଦୁଇ ଭାଇ ବୋଲି ଜଣାପଡିଛି I ଅନ୍ୟ ଦୁଇ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ସେହି ବିହାର ରାଜ୍ୟ ପୂର୍ଣ୍ଣିୟା ଜିଲ୍ଲା ଜଙ୍କିନଗର ଥାନା ଅଧୀନରେ ଥିବା ନାଉଲାଖି ଗାଁ ର ଗୁଡ୍ଡୁ କୁମାର ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ଧାମାଧାଉ ଥାନା ପିରାନକର ଗାଁ ର ଭିକି କୁମାର ବୋଲି ଜଣାପଡିଛି I ତେବେ ପୋଲିସ ର ସୂଚନା ଅନୁସାରେ ସୋମବାର ସନ୍ଧ୍ୟା ସମୟରେ ଦୁଇଟି କାର ରେ ବାହାର ରାଜ୍ୟ ର କିଛି ଗଞ୍ଜେଇ ମାଫିଆ ଗଞ୍ଜେଇ ଚାଲାଣ କରୁଥିବା ନେଇ ପୋଲିସ କୁ ସୂଚନା ମିଳିଥିଲା I ସୂଚନାପାଇବା ପରେ ଫୁଲବାଣୀ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ ଙ୍କ ନେତୃତ୍ୱ ରେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏସଆଇ ପ୍ରମୋଦ କୁମାର ବେହେରା ଙ୍କ ନେତୃତ୍ୱ ରେ ଏକ ଟିମ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ଡିଣ୍ଡିରାଗାଁ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ନାକା କରି ଏହି ଦୁଇଟି କାର କୁ ଧରିବାରେ ସଫଳ ହୋଇଥିଲେ I ଅନ୍ୟପଟେ ମଙ୍ଗଳାବର ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ୧୦୭ /୨୦୨୫ ରେ ଏକ ମାମଲା ରୁଜୁ କରିବା ସହ ଏହି ଘଟଣାରେ ଆହୁରି କାହାର କାହାର ସମ୍ପୃକ୍ତି ରହିଛି I ବିହାର ରୁ ଆସି ଫିରିଙ୍ଗିଆ ରେ ଏମାନେ କଉଠି ରହୁଥିଲେ ଓ ସ୍ଥାନୀୟ ଅଞ୍ଚଳରେ ଏମାନଙ୍କ ସହ କାହାର ଲିଙ୍କ ରହିଛି I ଏମାନଙ୍କୁ କିଏ ଗଞ୍ଜେଇ ଯୋଗାଉ ଥିଲା ସେଦିଗରେ ମଧ୍ୟ୍ୟ ତଦନ୍ତ ଜାରିରହିଛି ଓ ସମ୍ପୃକ୍ତିରହିଥିବା ଅଭିଯୁକ୍ତ ମାନଙ୍କୁ ମଧ୍ୟ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସଦର ଏସ୍ଡ଼ିପିଓ ସୂଚନା ଦେଇଛନ୍ତି I 

What's Your Reaction?

like

dislike

love

funny

angry

sad

wow

SUJAYA EDITOR