ଫିରିଙ୍ଗିଆ ରେ ପାଳିତ ହେଲା ଡକ୍ଟର ବାବା ସାହେବ ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ I

Apr 14, 2025 - 18:08
0 38
ଫିରିଙ୍ଗିଆ ରେ ପାଳିତ ହେଲା ଡକ୍ଟର ବାବା ସାହେବ ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ I

ଫିରିଙ୍ଗିଆ,୧୪l୦୪ ସାରା ଦେଶରେ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ମାନଙ୍କରେ ସମ୍ବିଧାନ ପ୍ରଣେତା ଡାକ୍ତର ବାବା ସାହେବ ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ ମହାସମାରୋହ ରେ ପାଳନ କରାଯାଇଥିବା ବେଳେ ଅନୁରୂପ ଭାବରେ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ର ଫିରିଙ୍ଗିଆ ଠାରେ ମଧ୍ଯ ବାବା ସାହେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି I ତେବେ ଫିରିଙ୍ଗିଆ ମୂଳନିବାସୀ ସାଙ୍ଗ ଓ ଆଦିବାସୀ ଏକତା ପରିଷଦ ର ମିଳିତ ଆନୁକୂଲ୍ୟରେ ଆଦିବାସୀ ଏକତା ପରିଷଦ ର ଜିଲ୍ଲା ସଭାପତି ଭୋଦେବ କହଁର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟ୍ୟରେ ରାଷ୍ଟ୍ରୀୟ ମହିମାଧର୍ମ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ଅଲଇଣ୍ଡିଆ ସିଡୁଲକାଷ୍ଟ ଫେଡେରେସନ କନ୍ଧମାଳ ଜିଲ୍ଲା ସଭାପତି ଅନାମ ଦିଗାଲ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ବ୍ଲକ ସଭାପତି ଗିରିଧାରୀ କହଁର,ଜିଲ୍ଲା ସମ୍ପାଦକ ବିନୋଦ କହଁର, ମୂଳନୀବାସୀ ଆଦିବାସୀ  ସଂଘ ର ବରିଷ୍ଠ କାର୍ଯ୍ୟକର୍ତା ବିଶ୍ଵନାଥ ଦିଗାଳ,ଫିରିଙ୍ଗିଆ ବ୍ଲକ ସିଡୁଲ କାଷ୍ଟ ଫେଡେରେସନ ର ସାଭପତି ମୁକୁନ୍ଦ ନାଏକ ଙ୍କ ସହ ଅଂଚଳର ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ I ଫିରିଙ୍ଗିଆ ଇନ୍ଦିରା ଗାନ୍ଧୀ ଛକ ନିକଟରେ ଥିବା କୁଇସମାଜ ସେବା ସମିତି କାର୍ଯ୍ୟାଳୟ ସମୁଖରେ ବାବା ସାହେବ ଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ବଳନ କରାଯିବା ସହ ବାବା ସାହେବ ଙ୍କୁ ଶ୍ରାଦ୍ଧଞ୍ଜଳି ଜ୍ଞାପନ କରିବା ପରେ ଉପସ୍ଥିତ ଅତିଥି ଓ କର୍ମ କର୍ତା ମାନେ ତାଙ୍କର ଶ୍ରୁତି ଚରଣ କରିଥିଲେ I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User