ମା'ଠାକୁରାଣୀଙ୍କ କଳସ ଯାତ୍ରା ଆରମ୍ଭ

Apr 15, 2025 - 07:09
0 118
ମା'ଠାକୁରାଣୀଙ୍କ କଳସ ଯାତ୍ରା ଆରମ୍ଭ

ନବରଙ୍ଗପୁର,୧୫l୪ : ଝରିଗାଁ  ସ୍ଥିତ ଜଗତଜନନୀ ଠାକୁରାଣୀଙ୍କ ନବଦିନ କଳସ ଯାତ୍ରା ଆରମ୍ଭ ହୋଇଯାଇଛି।ଯାତ୍ରା ନିମନ୍ତେ ଝରିଗାଁ ସଦର ମହକୁମା ତଥା ଆଖପାଖ ଗ୍ରାମରେ ଚଳଚଞ୍ଚଳ ହୋଇଉଠିଛି।ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କଳସ ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।ସେହିପରି ପ୍ରାୟ ଘରେ ସମ୍ପର୍କୀୟ ମାନେ ଯାତ୍ରା ଦେଖିବା ପାଇଁ ଆସିଥିବା ଦେଖିବାକୁ ମିଳିଛି।ପ୍ରଥମ ଦିବସରେ ଠାକୁରାଣୀଙ୍କ ମୁଖ୍ୟ ପୂଜାରୀ ପୂର୍ଣ୍ଣ ପୂଜାରୀଙ୍କ ଘରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଭକ୍ତ ମାନେ ଠାକୁରାଣୀ ମନ୍ଦିରରେ ପହଞ୍ଚିଥିଲେ।ପରେ ସେଠାରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ ଠାକୁରାଣୀଙ୍କ କଲସକୁ ମଣ୍ଡପ ପର୍ଯ୍ୟନ୍ତ ବହୁ ଆଡମ୍ବରରେ ବିରାଟ ଶୋଭାଯାତ୍ରାରେ ଅଣାଯାଇଥିଲା।ଠାକୁରାଣୀଙ୍କ କଲସକୁ ପୂଜା ହେବା ପରେ ମୁଖ୍ୟ ପୂଜକ ପୂର୍ଣ୍ଣ ପୂଜାରୀ ଏବଂ ତାଙ୍କ ଭାଇ ତ୍ରିଲୋଚନ ପୂଜାରୀ କଳସ ବୋହି ମଣ୍ଡପ ପର୍ଯ୍ୟନ୍ତ ଆଣିଥିଲେ।ଏହି ସମୟରେ ଭକ୍ତ ମାନେ ନିଜ ନିଜ ଘର ସମ୍ବୁଖରେ ଭୋଗ ଲାଗି କରିଥିଲେ।ଶୋଭାଯାତ୍ରା ସମୟରେ ଯୁବକ ମାନେ ବିଭିନ୍ନ ବେଶରେ ସଜେଇ ହୋଇ ବାଡ଼ି ଖେଳରେ ଖେଳିବା ଓ ନିଆଁର ଖେଳ ଏବଂ ବିଭିନ୍ନ ବାଜା ବେଶ ଆକର୍ଷଣ ଥିଲା।ଭିଡକୁ ଦୃଷ୍ଟିରେ ରଖି ଝରିଗାଁ ପୁଲିସ ପକ୍ଷରୁ ବ୍ୟପାକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ଚଳିତ ବର୍ଷ ଯାତ୍ରା କମିଟି ପକ୍ଷରୁ ଲୋକ ମାନଙ୍କ ମନୋରଞ୍ଜନ ନିମନ୍ତେ ବରଗଡ଼ କଳାକାରଙ୍କ ଧନୁଯାତ୍ରା ସମେତ ଆଦିବାସୀ ନାଟ,ଡ୍ୟାନ୍ସ ଧମାକା,ମୀନା ବଜାର ଆଦିର ବ୍ୟବସ୍ଥା କରାଯାଇଥିବା ପୂଜା କମିଟି ପକ୍ଷରୁ ସୂଚନା ମିଳିଛି।ସେହିପରି ଶୋଭାଯାତ୍ରାରେ ଝରିଗାଁ ତଥା ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Wow Wow 2
Sad Sad 0
Angry Angry 0

Comments (0)

User