ଅନୁଷ୍ଠିତ ହେଲା ଫିରିଙ୍ଗିଆ ଦଣ୍ଡ କମିଟି ର ବାର୍ଷିକ ଉତ୍ସବ ସହ ସମ୍ବର୍ଦ୍ଧନା ଉତ୍ସବ I

Apr 15, 2025 - 16:34
Apr 15, 2025 - 16:35
 0  17
ଅନୁଷ୍ଠିତ ହେଲା ଫିରିଙ୍ଗିଆ ଦଣ୍ଡ କମିଟି ର ବାର୍ଷିକ ଉତ୍ସବ ସହ ସମ୍ବର୍ଦ୍ଧନା ଉତ୍ସବ I

ଫିରିଙ୍ଗିଆ,୧୫l୦୪: କନ୍ଧମାଳ ଜିଲ୍ଲା ର କୋଣ ଅନୁକୋଣରେ ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଚୈତ୍ର ମାସ ଏକ ତାରିଖ ଠାରୁ ଆରମ୍ଭ ହୋଇଥିବା ଦଣ୍ଡ ପର୍ବ ପଣା ସଂକ୍ରାନ୍ତି ଦିନ ସମାପନ ହୋଇଥିବା ବେଳେ ଏହି ପାରମ୍ପରିକ ପର୍ବ ର ଶେଷ ପର୍ବ ମେରୁ ପର୍ବ କୁ ମଧ୍ୟ ମାହା ଆଡମ୍ବର ରେ ପାଳନ କରାଯାଇଛି I ତେବେ ଏହି ମେରୁ ପର୍ବ କୁ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ବ୍ଲକ କୁହାଯାଉଥିବା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ମଧ୍ୟ ମହା ସମାରୋହରେ ପାଳନ କରାଯାଇଛି I ତେବେ ଚଳିତ ବର୍ଷ ଫିରିଙ୍ଗିଆ ର ମା ରୁଦ୍ରକାଳୀ ଦଣ୍ଡ ଥଳ କୁ ୭୫ ବର୍ଷ ପୂରଣ ହୋଉଥିବା ବେଳେ ଏହି ଅବସରରେ ଦଣ୍ଡ ଥଳର ବାର୍ଷିକ ଉତ୍ସବ ସହ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା I ତେବେ ମା ରୁଦ୍ରକାଳୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଦଣ୍ଡ କମିଟି ତଥା ମନ୍ଦିର ପରିଚାଳନା କମିଟି ର ସଭାପତି ଜୟ ପାଣିଗ୍ରାହୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବିଷ୍ନୁପ୍ରିୟା ବେହେରା, କନ୍ଧମାଳ ସାଂସଦ ଙ୍କ ଫିରିଙ୍ଗିଆ ଶିକ୍ଷା ବିଭାଗ ପ୍ରତିନିଧି କଂସଦେବ ସାହୁ, ସମାଜ ଶେବି ସଞ୍ଜୟ କୁମାର ଦିଗାଲ,ପାଣ କୁଲ ସମାଜ ସଭାପତି ଚନ୍ଦ୍ରମୋହନ ନାଏକ, ପରିଚାଳନା କମିଟି ର ବରିଷ୍ଠ କାର୍ଯ୍ୟକର୍ତା ସୁରେନ୍ଦ୍ର କହଁର, ପକ୍ୱାତିତପାବନ ପ୍ରଧାନ,ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ, ପୀତାବାଲି ମନ୍ଦିର ପୂଜକ ସତ୍ୟନାରାୟଣ ଭୁକ୍ତା, ଶିବ ମନ୍ଦିର ପୂଜକ ଚିନ୍ତାମଣି ମହାପାତ୍ର, ପାଟଭୁକ୍ତା ଯୋଗୀନ୍ଦ୍ର ବିଶୋଇ, ଦଣ୍ଡ ଅଧିକାରୀ ବାବୁଲି ବିଶୋଇ ଙ୍କ ସହ ଅଂଚଳର ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ବିଶେଷ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ I ଏହି ଅବସରରେ ଫିରିଙ୍ଗିଆ ସହରର ବିଭିନ୍ନ ଦେବଦେବୀ ମନ୍ଦିର ମାନଙ୍କ ର ପୂଜକ, ଅଂଚଳର ବିଶିଷ୍ଠ ବ୍ୟକ୍ତି, ସାମ୍ବାଦିକ ଓ ଦଣ୍ଡ ପରିଚାଳନା କମିଟି ର ବରିଷ୍ଠ ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା I ଅନ୍ୟପଟେ ଏହି କାର୍ଯ୍ୟକ୍ରମ କୁ ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ଅନ୍ଧୁ ମୁଖି ଓ କୋଷାଧକ୍ଷ ବିରଞ୍ଚି ଦିଗାଳ ଙ୍କ ସହ କମିଟି ର ସମସ୍ତ କର୍ମକର୍ତା ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ପ୍ରତ୍ୟେକ ବର୍ଷ ଏଭଳି ସମ୍ବର୍ଦ୍ଧନା ଉତ୍ସବ ମନ୍ଦିର ପରିଚାଳନା କମିଟି ତରଫରୁ ଆୟୋଜନ କରାଯିବ ବୋଲି କମିଟି ର ସଭାପତି ଜୟ ପାଣିଗ୍ରାହୀ ସୂଚନା ଦେଇଥିଲେ I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

like

dislike

love

funny

angry

sad

wow