ବଜାରରେ ତୁରୁ ଶୁକଶି ର ଚାହିଦା ଅଧିକ ।

Oct 28, 2025 - 11:58
 0  184
ବଜାରରେ ତୁରୁ ଶୁକଶି ର ଚାହିଦା ଅଧିକ ।

ଝରିଗାଁ,୨୮l୧୦(ଷ୍ଟାର ନିୟୁଜ ଓଡିଶା): ଓଡ଼ିଶାରେ ଘରେ ଘରେ ଶୁଖୁଆର ଏକ ପରିଚୟ ରହିଛି |ଧନୀ ହେଉ ବା ଗରିବ,ସମସ୍ତେ ପ୍ରାୟ ଶୁଖୁଆ ଖାଇବାକୁ ପସନ୍ଦ କରନ୍ତି। ଓଡ଼ିଆ ଲୋକଙ୍କ ପଖାଳ ସହ ଶୁଖୁଆର ନିବିଡ଼ ସମ୍ପର୍କ ରହିଛି। ଯେଉଁଠି ପଖାଳ ସେହିଠାରେ ଶୁଖୁଆ ନିଶ୍ଚିତ ଥିବ |ଖଣ୍ଡିଏ ଶୁଖୁଆରେ କଂସାଏ ପଖାଳ ଉଠିଯିବା ସ୍ୱାଭାବିକ । ଦାମ କିଲୋ ପିଛା ବେଶି ହେଲେ ହଜାରେ ଟଙ୍କା। କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ବର୍ତମାନ ମିଳୁଛି ତୁରୁଞ୍ଜା ଶୁଖୁଆ। ସ୍ଥାନୀୟ ଭାଷାରେ ଏହାକୁ ତୁରୁ ସୁକୁସି କୁହାଯାଏ ।ବଜାରରେ ଏହାର ଦାମ କିଲୋ ପିଛା ପାଞ୍ଚ ରୁ ଛଅ ହଜାର ରହିଛି। ଦାମ ଆକାଶଛୁଆ ହେଲେ ମଧ୍ୟ୍ୟ ଏହାର ବେସ ଚାହିଦା ରହିଛି | ଏହାର ନିଆରା ସ୍ୱାଦ ପାଇଁ ଲୋକେ ଅଧିକ ମୂଲ୍ୟ ଦେଇ ମଧ୍ୟ କିଣି ନେଉଛନ୍ତି। କିଛି ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏଥିରେ ଭରପୁର ଔଷଧୀୟ ଗୁଣ ମଧ୍ୟ୍ୟ ରହିଛି। ବର୍ଷର କେବଳ ବର୍ଷା ଋତୁର ବିଦାୟ ସମୟ ଓ ଶୀତଋତୁର ଆଗମନ ସମୟ ମଧ୍ୟରେ ବଜାରରେ ସୁକୁସି ମିଳେ। ବଜାରରେ ମିଳୁଥିବା ଶୁଖୁଆ ରେ କ୍ୟାମିକାଲ ବୋଳା ହୋଇ ଆସୁଥିବା ଯୋଗୁଁ ସ୍ୱାସ୍ଥ୍ୟପକ୍ଷେ ହାନିକାରକ। କିନ୍ତୁ ତୁରୁ ସୁକୁସିକୁ ନିଆଁଝାସ ଓ ଧୂଆଁରେ ଶୁଖା ଯାଇଥାଏ। ଯାହା ସମ୍ପୂର୍ଣ ଦେଶୀ ଉପାୟରେ ବଜାରକୁ ଆସେ ତେଣୁ ସ୍ୱାସ୍ଥ୍ୟପକ୍ଷେ ହାନିକାରକ ନୁହେଁ। ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଏହାର ଚାହିଦା ଢେର ଅଧିକ ରହିଛି |ସୁକୁସି ମୁଖ୍ୟତଃ ଗାଁ ଗହଳି ଏବଂ ସାପ୍ତାହିକ ହାଟ ମାନଙ୍କରେ ଦେଖିବାକୁ ମିଳିଥାଏ l ବର୍ଷା ସମୟରେ ତୁରୁଞ୍ଜା ମାଛ ନଦୀ ଓ ନାଳ ରୁ ଧାନ ଜମିକୁ ପ୍ରବେଶ କରନ୍ତି ଓ ସେହିଠାରେ ବଂଶ ବିସ୍ତାର କରନ୍ତି। ବର୍ଷା ଫେରିଯିବା ସମୟରେ ଯେଉଁ ବର୍ଷା ହୁଏ ଜମିର ପାଣି ବର୍ଷା ହେଲେ ନଦୀନାଳ କୁ ଯିବା ସମୟରେ ଜମିରେ ମାଛ ଧରିବା ପାଇଁ ତିଆରି ହୋଇଥିବା ବିସର ଅବା ନଦୀକୁ ଜାଇ ଏହି କଞ୍ଚା ମାଛ ସଂଗ୍ରହ କରି ଘରକୁ ଆଣି ଭଲ ଭାବରେ ସଫା କରି ଚୁଲି ଉପରେ ବାଉଁଶ ତାଟି ନିଆଁ ଧାସ ଓ ଧୂଆଁରେ ଶୁଖେଇଲା ପରେ ଏହା ଶୁକସି ର ରୂପ ନେଇଥାଏ l ଧୂଆଁ ହିଁ ଏହାକୁ ଏକ ନିଆରା ସ୍ୱାଦ ଦେଇଥାଏ | ଯାହାକୁ ଥରେ ଯିଏ ଖାଇବ ଜୀବନ ସାରା ଭୁଲି ପାରିବ ନାହିଁ। ଏଣୁ ନବରଙ୍ଗପୁରରୁ ପ୍ରତିବର୍ଷ ଜିଲ୍ଲା ତଥା ରାଜ୍ୟ ବାହାରେ ଥିବା ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ ଙ୍କୁ ଏହିଠାରୁ ସୁକୁସି ଯାଇଥାଏ। ଏହି ତୁରୁ ସୁକୁସି ଏତେ ସୁଆଦିଆ ଲାଗିଥାଏ ଯେ ଏହାକୁ କିଣିବା ପାଇଁ ସମସ୍ତେ ବିକାଳୀ ମାନଙ୍କ ପାଖକୁ ଧାଇଁ ଯାଆନ୍ତି | ଏତେ ମାତ୍ରା ରେ ଏହାର ଚାହିଦା ରହିଛି ଯେ କିଲୋ ପ୍ରତି ପ୍ରାୟ 5 ରୁ 6 ହଜାର ହୋଇଥାଏ l ତଥାପି ଲୋକେ ଏହାକୁ କିଣିବା ପାଇଁ ପଛ ଘୁଞ୍ଚା ଦେଇନଥାନ୍ତି l ମସଲା କମ ପରିମାଣରେ ଦେଇ ପିଆଜ,କଞ୍ଚା ଲଙ୍କା, ଟମାଟୋ ଦେଇ ରୋଷେଇ କଲେ ଥାଳିରେ ଭାତ ଆଉ ବଳି ନଥାଏ। ଏହା ସହ ନିଜ ସ୍ୱାଦ ଅନୁଯାୟୀ ଭିନ୍ନ ଭିନ୍ନ ପ୍ରଣାଳୀରେ ରୋଷେଇ କରାଯାଇଥାଏ। ଛୋଟ ମାଛ ଓ ଶୁଖୁଆରେ ଅଧିକ ଭିଟାମିନ, ମୀନାରାଲ ରହିଥିବା କାରଣରୁ ଶରୀର ପାଇଁ ଅତି ଉତ୍ତମ | ତେଣୁ ତୁରୁ ସୁକୁସିର ଚାହିଦା ଟିକେ ଅଧିକ |କିଛି ସ୍ଥାନୀୟ ବାସିନ୍ଦା ତୁରୁ ସୁକୁସିରେ ଔଷଧୀୟ ଗୁଣ ଥିବା ମଧ୍ୟ ଦାବୀ କରନ୍ତି। ତୁରୁ ସୁକୁସି କୁ ବହୁ ଦିନ ଧରି ଘରେ ସାଇତି ରଖାଯାଇ ପାରିବ, କାରଣ ସମ୍ପୂର୍ଣ ଭାବରେ ଶୁଖା ଯାଇଥାଏ l ତେବେ ଜମିରେ ପ୍ରବଳ ମାତ୍ରାରେ ରାସାୟନିକ ସାର ଓ କୀଟନାଶକ ଔଷଧର ପ୍ରୟୋଗ ଯୋଗୁଁ ତୁରୁଞ୍ଜା ମାଛ ମରି ଯାଉଥିବା ଯୋଗୁଁ ବର୍ତ୍ତମାନ ଦାମ ଅଧିକ ବୃଦ୍ଧି ପାଉଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦିଅନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow

SUJAYA EDITOR