ବାଲିଗୁଡା ଆଦିବାସୀ କଲେଜ ରେ ଗଂଜେଇ ଏବଂ ଡ୍ରଗ୍ସ ବିଷୟରେ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା l

କନ୍ଧମାଳ ଜିଲ୍ଲା ତା ୧୨/୦୭ (ଷ୍ଟାରନିୟୁଜ ଓଡିଶା)ବାଲି lଗୁଡ଼ା ରେ ଗଞ୍ଜେଇ ଏବଂ ଡ୍ରଗ୍ସ ପ୍ରବଳ ମାତ୍ରା ରେ l କନ୍ଧମାଳ ଜିଲ୍ଲା ବାଲିଗୁଡ଼ସହର ଏବଂ ଗ୍ରାମାଞ୍ଚଳ ରେ ବି ଚାଲିଛି ଚାଲଣା l ଏହାକୁ ବାଲିଗୁଡ଼ା SDPO ରାମେନ୍ଦ୍ର ପ୍ରସାଦ ମଧ୍ୟ ଅନେକ ପ୍ରଚେଷ୍ଟା ଜାରି ରଖିଥିଲେ ମଧ୍ୟ କମୁନାହିଁ ଗଞ୍ଜେଇ ଡ୍ରଗ୍ସ ବେପାର l ଆଜି ଆଦିବାସୀ ମହା ବିଦ୍ୟାଳୟରେଏକ ସଚେତନ ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ say yes to life. no to Drugs ଏହି ମୂଳ ଉଦେଶ୍ୟ ନେଇ ଆଜି ଆଦିବାସୀ ମହା ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କୁ ଡ୍ରଗ୍ସ ଗଞ୍ଜେଇ ଏବଂ ସମସ୍ତ ନିଶା ଦ୍ରବ୍ୟ ବିଷୟ ନେଇ କାର୍ଯ୍ୟକ୍ରମ କରାଯାଇଥିଲା l ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନିଶା ବ୍ୟବହାର କରିବା ଦ୍ଵାରା ଅଧାତ୍ମିକ ଶାରୀରିକ ଓ ମାନସିକ ଏବଂ ମନୁଷ୍ୟତ୍ପ ହରେଇ ଥାଉ ବୋଲି. ଏକ ସୁନ୍ଦର ଉପଦେଶ ଦିଆ ଯାଇଥିଲା l ଏବଂ ସେତିକି ନୁହେଁ ସମସ୍ତ ନିଶାର ଚିତ୍ରା ଙ୍କନ କରି ଛାତ୍ର ଛାତ୍ରୀ ମଧ୍ୟ ପରସ୍ପର ମଧ୍ୟରେ ସ୍ପଷ୍ଟ ରୂପେ ବୁଝେଇ କହିଥିଲେ l ପିଲମାନଙ୍କ ର ଏହି ସ୍ଵଚେତନ ମୂଳକ ବାର୍ତ୍ତା ଶୁଣି ବାଲିଗୁଡ଼ା S D P O ପିଲାମାନଙ୍କୁ ପୁରସ୍କାର ମଧ୍ୟ ଦେଇ ଥିଲେ l ଏବଂ ନିଜେ ମଧ୍ୟ ଅନେକ ଉଦାହରଣ ମୂଳକ ବକ୍ତବ୍ୟ ରଖି ଥିଲେ l ଓ ଆଦିବାସୀ ମହାବିଦ୍ୟାୟ ର ପ୍ରଦାନ ଅଧ୍ୟାପକ ମଧ୍ୟ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ say yes to life No to Drugs ଏହା ସମସ୍ତ ଙ୍କ ମୁହଁରେ ମନରେ ମସ୍ତିସ୍କ ରେ ଏବଂ ହୃଦୟ ରେ ଭରିଦେଇ ଥିଲେ l ପୁଣି S D P O ଙ୍କୁ ଛାତ୍ର ଛାତ୍ରୀ ଅନେକ ପ୍ରଶ୍ନ ମଧ୍ୟ୍ୟ କରିଥିଲେ ଏବଂ S D P O ଙ୍କ ଠାରୁ ଠିକ ଉତ୍ତର ମଧ୍ୟ ପାଇଥିଲେ l
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ କଲେଜ ରୁ ସତନ୍ତ୍ର ପ୍ରତିନିଧି ସଲମନ ଙ୍କ ଷ୍ଟାର ନିୟୁଜ ଓଡିଶା l
What's Your Reaction?






