ବିଜେଡି ଛାଡି ବିଜେପିରେ ମିଶିଲେ ଭଣ୍ଡାରୀଗୁଡା ସମିତି ସଭ୍ୟ ।

Apr 21, 2025 - 20:37
0 94
ବିଜେଡି ଛାଡି ବିଜେପିରେ ମିଶିଲେ ଭଣ୍ଡାରୀଗୁଡା ସମିତି ସଭ୍ୟ ।

ଝରିଗାଁ,୨୧l୪ (ଷ୍ଟାର ନୀୟୂଜ ଓଡ଼ିଶା ):ଝରିଗାଁ ବିଧାନସଭା ଆସନରୁ ଭୋଟ ଲଢ଼ି ନରସିଂହ ଭତରା ବିଧାୟକ ହେବା ପରେ ଝରିଗାଁ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପିର ଲୋକ ପ୍ରିୟତା ବଢୁଥିବା ଦେଖିବାକୁ ମିଳିଛି |ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଲୋକଙ୍କୁ ଆକୃଷ୍ଟ କରୁଛି |ଅନେକ ନେତା ଓ କର୍ମୀ ବିଭିନ୍ନ ଦଳ ଛାଡି ବିଜେପିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି |ଆଜି ଭଣ୍ଡାରୀଗୁଡା ପଂଚାୟତର ସମିତି ସଭ୍ୟ ହରି ମୋହନ ଭତରା ମଧ୍ୟ ବିଜେଡି ଛାଡି ବିଜେପିରେ ମିଶିଥିବା ସୂଚନା ମିଳିଛି |ଆଗାମୀ ଦିନରେ ତାଙ୍କର ସମସ୍ତ କର୍ମୀ ଓ ସମର୍ଥକ ମଧ୍ୟ ବିଜେପିରେ ମିଶିବା ନେଇ ସମିତି ସଭ୍ୟ ଶ୍ରୀ ଭତରା ସୂଚନା ଦେଇଛନ୍ତି |ଏହି ପରିପ୍ରେକ୍ଷୀରେ ପୂର୍ଲା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ବୈଠକ କରି ବିଧାୟକ ନରସିଂହ ଭତରା ସମିତି ସଭ୍ୟ ହରିମୋହନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣେଇବା ସହ ଜନ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି |ଏହି ମିଶ୍ରଣ ପର୍ବରେ ଅନ୍ୟ ଦଳୀୟ କର୍ମୀ ଓ କର୍ମକର୍ତା ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ବାସନ୍ତୀ ମାଝୀ, ସଂଖ୍ୟାଲଘୁ ମୋର୍ଚା ଜିଲ୍ଲା ସଭାପତି ପବିତ୍ର ଗରଡ଼ା, ତିନି ନମ୍ବର ଜୋନର ମଣ୍ଡଳ ସଭାପତି କମଳୁ ମାଝୀ, ଈଶ୍ୱର ଭତରା, ମହାନ୍ତି ବାବୁ, ହରି ହରିଜନ, ଅଜିତ କୁମାର ବିଶୋଇଙ୍କ ସମେତ ଅନେକ କର୍ମୀ ଓ କର୍ମକର୍ତା ଉପସ୍ଥିତ ରହି ଦଳରେ ନୂତନ ଭାବେ ସାମିଲ ହୋଇଥିବା ସମିତି ସଭ୍ୟ ହରି ମୋହନଙ୍କୁ ସ୍ୱାଗତ ଜଣେଇଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User