ବିଜେପିର ସାଂଗଠାନିକ ନିର୍ବାଚନରେ ନୂତନ ମଣ୍ଡଳ ସଭାପତି ଅର୍ଜୁନ ଛତ୍ରିଆ ଓ ମଣ୍ଡଳ ପ୍ରତିନିଧି ସୁଧାଂଶୁ ସାହୁଙ୍କୁ ସମ୍ବର୍ଦ୍ଧନା।

May 05, 2025 - 14:27
0 45
ବିଜେପିର ସାଂଗଠାନିକ ନିର୍ବାଚନରେ ନୂତନ ମଣ୍ଡଳ ସଭାପତି ଅର୍ଜୁନ ଛତ୍ରିଆ ଓ ମଣ୍ଡଳ ପ୍ରତିନିଧି ସୁଧାଂଶୁ ସାହୁଙ୍କୁ ସମ୍ବର୍ଦ୍ଧନା।

କଳାହାଣ୍ଡି ,୫l୫ (ଷ୍ଟାର ନିୟୁଜ ଓଡ଼ିଶା):ରାଷ୍ଟ୍ରୀୟ  ଜନତା ପାର୍ଟିର ସାଂଗଠାନିକ ଭାବେ ସମାପନ ହୋଇଥିବା ବେଳେ, ଜୟପାଟଣା ବ୍ଳକ ରଣମାଲ ମଣ୍ଡଳର ନୂତନ ସଭାପତି ଅର୍ଜୁନ ଛତ୍ରିଆ ଏବଂ ମଣ୍ଡଳ ପ୍ରତିନିଧି ସୁଧାଂଶୁ ସାହୁଙ୍କୁ ଧର୍ମଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହି ଶ୍ରୀ ଛତ୍ରିଆ ଏବଂ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।ଆଜିର ସମ୍ବର୍ଦ୍ଧନା ସଭା ମହା ଆଡ଼ମ୍ବରରେ ଅନୁଷ୍ଠିତ ହେଉଥିବା ବେଳେ, ଉଭୟଙ୍କୁ ସାଂଗଠାନିକ ଦାୟିତ୍ଵ ତୁଲାଇବା ପାଇଁ ଅସ୍ଥା ଓ ବିଶ୍ୱାସ ପ୍ରକଟ କରିଥିବାରୁ ଅର୍ଜୁନ ଓ ସୁଧାଂଶୁ ଉଭୟେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସହିତ ସମସ୍ତଙ୍କୁ ସାଙ୍ଗରେ ନେଇ ଦଳର ନୀତି ନିୟମ ଅନୁସାରେ ନିଷ୍ଠାପର ଭାବେ ନିଜ ଦାୟିତ୍ଵ ତୁଲାଇବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।ଉକ୍ତ ମଣ୍ଡଳ ପୂର୍ବରୁ ବାନେର ମଣ୍ଡଳ ହୋଇଥିବା ବେଳେ, ବାନେର, କୁଚାଗାଁ, ଭଉଁରୀ ପାଲି, ଖଳିଆଭଟା, ଛିନକା ଗୁଡା, ସହିତ ଜଡ଼ିତ ଥିଲା । ବର୍ତ୍ତମାନ୍ ରଣମାଲ୍, ବଡ଼ ଟେମରି, ଭେଜିଗୁଡା, ରଣମାଲର ନୂତନ ମଣ୍ଡଳ ଗଠିତ ହୋଇଥିବା ବେଳେ, ନୂତନ ମଣ୍ଡଳ ସଭାପତି ରୂପରେ ଅର୍ଜୁନ ଛତ୍ରିଆଙ୍କୁ ପାଇ ଅଞ୍ଚଳ ବାସୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ଏବଂ ବିଜେପି ମହଲ ଯୁବ ସାଙ୍ଗଠାନିକ ନେତୃତ୍ଵ ପାଇ ଥିବାରୁ ନିଶ୍ଚୟ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବେ ବୋଲି ଦଳ ଆଶା ପୋଷଣ କରିଛି ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User