ବିନା ଦିଗାଲଙ୍କୁ କେବେ ମିଳିବ ୩୫୦୦ଟଙ୍କା ଭତ୍ତା ।
ଫିରିଙ୍ଗିଆ,୨୫l୧୧ (ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପଲାବୃଡି ପଞ୍ଚାୟତ ଅନ୍ତର୍ଗତ(କେରେଙ୍ଗେଲି) ଅଲି ମାଡା ଗ୍ରାମର ବିନା ଦିଗାଲଙ୍କ ବୟସ ୮୦ପୁରି ୮୩ହେଲାଣି ହେଲେ ମଧ୍ୟ ସେ ୩୫୦୦ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ।ନିର୍ବାଚନ ପୂର୍ବରୁ ବିଜେପି ସରକାର ଆମେ ଶାସନକୁ ଆସିଲେ ୮୦ବର୍ଷରୁ ଉର୍ଦ୍ଧ ବୟସ ହୋଇଥିବା ବୁଢ଼ାବୁଢ଼ୀ ମାନଙ୍କୁ ୩୫୦୦ଟଙ୍କା ଭତ୍ତା ବାବଦକୁ ଦେବା ସହ ସେମାନଙ୍କୁ ଆବାସ ଘର ମଧ୍ୟ ଯୋଗେଇ ଦେବୁ କହି ପ୍ରତିଶୃତି ଦେଇଥିଲେ ।ହେଲେ ସରକାରଙ୍କ ଏହି ଯୋଜନା ବିନା ଦିଗାଲ ପାଖରେ ଏଯାଏ ପହଂଚି ପାରିନାହିଁ ।ସେ ପ୍ରଶାସନକୁ ବାରମ୍ବାର ଜଣେଇବା ପରେ ମଧ୍ୟ କୌଣସି ଲାଭ ହେଉନଥିବା ଅଭିଯୋଗ କରିଛନ୍ତି।ଅଫିସ ରେ କାଗଜପତ୍ର ଦେଇ ୪ ମାସ ବିତିଗଲାଣି ହେଲେ ଭତ୍ତା ମିଳିବାର ନା ଧରୁନି, ଭତ୍ତା ବାବଦକୁ ପଚାରିଲେ ଅଫିସର ବାବୁମାନେ କହୁଛନ୍ତି କି କେହି ଜଣେ ମଲେ ଯାଇକି ତୁମକୁ ୩୫୦୦ ଟଙ୍କା ଭତ୍ତା ମିଳିବ। ତେବେ ଏଇଠି ପ୍ରଶ୍ନ ଉଠୁଛି କି ଯେତେଦିନ ଯାଏ ଅନ୍ୟ କେହି ନମରନ୍ତି ସେତେଦିନ ପର୍ଯ୍ୟନ୍ତ କଣ ବିନା ଦିଗାଲ ଭତ୍ତାରୁ ବଞ୍ଚିତ ରହିବ?ତେଣୁ ପ୍ରଶାସନ ବିନାଙ୍କ ନଥିପତ୍ର ଯାଞ୍ଚ କରି ଭତ୍ତା ବାବଦକୁ ୩୫୦୦ ଟଙ୍କା ଓ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗେଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।
What's Your Reaction?