ବିଶ୍ୱ ଏଡସ୍ ଦିବସ-୨୦୨୫ ଅବ୍ୟବ୍ୟହିତ ପୂର୍ବରୁ ସଚେତନତା ସଭା ଓ କ୍ୟାଣ୍ଡେଲ୍ ରାଲି।

Nov 25, 2025 - 21:28
 0  23
ବିଶ୍ୱ ଏଡସ୍ ଦିବସ-୨୦୨୫ ଅବ୍ୟବ୍ୟହିତ ପୂର୍ବରୁ ସଚେତନତା ସଭା ଓ  କ୍ୟାଣ୍ଡେଲ୍  ରାଲି।

ଫୁଲବାଣୀ,୨୫l୧୧(ଷ୍ଟାର ନିୟୁଜ): ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ଜିଲ୍ଲା ସ୍ୱାସ୍ଥ୍ୟସମିତି, କନ୍ଧମାଳ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତ, ଭୂବନେଶ୍ୱର ଙ୍କ ମିଳିତ ସହଯୋଗରେ ବିଶ୍ୱ ଏଡସ୍ ଦିବସ-୨୦୨୫ ଅବସରେ ଫୁଲବାଣି ସ୍ଥିତ ସାଲୁଙ୍କି ସାହି ଠାରେ ଏ ବର୍ଷ ର ବିଷୟ “ବାଧାକୁ ଦୁରକରି ଏଡସ୍ ପ୍ରତିକ୍ରିଆକୁ ରୁପାନ୍ତରିତ କରିବା” କୁ ଜନସାଧାରଣ ଙ୍କ ନିକଟରେ ପହଂଚାଇବା ପାଇଁ ପ୍ରୟାସ କରାଯାଇଛି । ଜିଲ୍ଳା ରେ ଚାଲି ଥିବା ଲକ୍ଷ୍ୟଭେଦି ପ୍ରକଳ୍ପ ମାଧ୍ୟମରେ କନ୍ଧମାଳ ଜିଲ୍ଲା ର କୋଣ ଅନୁକୋଣ ରେ ଗୋଷ୍ଠି ସଚେତନତା ଜାରି ରହିଥିବା ବେଳେ ଡିସେମ୍ବର ୨୦୨୫ ଏଡସ୍ ଦିବସ ଅବ୍ୟବ୍ୟହିତ ପୂର୍ବରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଳା ମୂଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ସନ୍ତୋଷ କୁମାର ପାଢୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସଂକ୍ରମିତ ବ୍ୟକ୍ତି ମାନଙ୍କୁ ସଠିକ ଚିକିତ୍ସା ଓ ସହଯୋଗ ଦେଇ ଦିର୍ଘଦିନ ବଂଚିବାର ସୁଯୋଗ ଦେବାକୁ ଗୁରୁତ୍ୱ ଦେଇଥିଲେ । ତତ୍ସହିତ ଜିଲ୍ଲା ଯକ୍ଷ୍ମା ଅଧିକାରି ଡାକ୍ତର ସୁରେନ୍ଦ୍ରନାଥ ସିଂ , ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କାଲ୍ୟାଣୀ ମିଶ୍ର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଦାକ୍ତର ରଞିତା ନାୟକ ପ୍ରମୁଖ ଉପସ୍ଥିତ ରହି ଏଚ୍.ଆଇ,ଭ ି ସଂକ୍ରମଣ ଠାରୁ ଦୁରେଇ ରହିବା ନିମନ୍ତେ ନିଜେ ସଂଜମ ହେବା ସହିତ ଅନ୍ୟମାନଙ୍କୁ ସଚେତନତା ର ଆବଶ୍ୟକତା ବିଲି ମତ ବ୍ୟକ୍ତ କରିଥିଲେ । ଏଥିସହ ଏଚ୍.ଆଇ,ଭି/ଏ.ଡ୍.ସ୍. ସୁପରଭାଇଜର୍ ଦେବାଶିଶ ମିଶ୍ର ଯୋଗଦେଇ ଏଡସ୍ ଦିବସ ପାଳନ ର ମହତ୍ୱ କୁ ଉପସ୍ଥାପନା ଗପ ଓ କାହାଣୀ ମାଧ୍ୟମରେ ଉପସ୍ଥାପନା କରିବା ସହିତ ଏଚ୍.ଆଇ,ଭି/ଏ.ଡ୍.ସ୍ ସମ୍ପର୍କିତ ଥିବା ସୁବିଧା ସୁଯୋଗ ଗୁଡିକୁ ସେମାନଙ୍କ ଅଧିକାର ବୋଲି ନେଇ ଅନ୍ତର୍ଭୁକ୍ତି ହେବା ଆବଶ୍ୟକ ବୋଲି କହିଥିଲେ । ପରାମର୍ଶଦାତା ଗୋବିନ୍ଦ ଚନ୍ଦ୍ର ଜେନା ଏବଂ ଯକ୍ଷ୍ମା ବିଭାଗ ର ସଞୟ କୁମାର ସାହୁ ଏହି ଆଲୋଚନା ରେ ଉପସ୍ଥିତ ରହି ଏଚ୍.ଆଇ,ଭି ଭୁତାଣୁ ବ୍ୟାପିବାର ଚାରିଗୋଟି ମାଧ୍ୟମ କୁ ଜନସାଧାରଣଙ୍କୁ ଅବଗତ କରିଥିଲେ ଓ ଏହି ସଂକ୍ରମଣ କିପରି ଦୁଇ ଦଶନ୍ଧି ପୁର୍ବରୁ ସମାଜ କୁ ଡରାଇ ଥିଲା ତାହା ମଧ୍ୟ ସୁଚନା ଦେଇଥିଲେ । ଅନୁଷ୍ଠାନର ସଂପାଦକ ଇଂ. ହରି ଶଙ୍କର ରାଉତ, କର୍ମୀ ବିଶ୍ୱରଞନ କର ଅନୁଷ୍ଠାନ ମାଧ୍ୟମରେ ଚାଲିଥିବା କାର୍ଯ୍ୟକ୍ରମ ଗୁଡିକର ଲାଭ ବିଷୟ ରେ ଜଣାଇଥିଲେ । ଏହି ଆଲୋଚନା ଶେଷରେ ଏକ କ୍ୟାଣ୍ଡେଲ୍ ସୋଭାଯାତ୍ରା କରାଯାଇ ସଂକ୍ରମିତ ବ୍ୟକ୍ତି ମାନଙ୍କ ର ଦିର୍ଘାୟୁ କାମନା କରିବାସହ ଯେପରି ଗୋଟିଏ କ୍ୟାଣ୍ଡେଲ୍ ଜାଳିଲେ ସେଥିରୁ ଶହ ଶହ କ୍ୟାଣ୍ଡେଲ୍ ଜଳାଇ ହୁଏ ସେହିପରି ଉପସ୍ଥିତ ଥିବା ଜଣେଜଣେ ବ୍ୟକ୍ତି ଯଦି ଶହ ଶହ ବ୍ୟକ୍ତି ଙ୍କୁ ସୂଚନା ଦେବେ ତାହାହେଲେ ଏ.ଡ୍.ସ୍. ଭଳି ମହାମାରି କୁ ରୋକାଯାଇ ପାରିବ ବୋଲି ଡାକ୍ତର ପାଢୀ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଅନୁଷ୍ଠାନ ତରଫରୁ ସ୍ନେହଲତା ନାୟକ, ସିତା ରଣା, ବିଷ୍ଣୁପ୍ରିୟା ପ୍ରଧାନ ଓ ସୁବାସିନି ବେହେରା ପ୍ରମୁଖ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR