ବିପଦ ସଂକୁଳ କୋଠାରେ ଚାଲିଛି ଲବଣିପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ସ୍ଥାନାନ୍ତରିତ ହୋଇ ପାରୁନି ନୂତନ କୋଠାକୁ।

Dec 10, 2025 - 11:20
0 16
ବିପଦ ସଂକୁଳ କୋଠାରେ ଚାଲିଛି ଲବଣିପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ସ୍ଥାନାନ୍ତରିତ ହୋଇ ପାରୁନି ନୂତନ କୋଠାକୁ।

ଜୁନାଗଡ଼ ବ୍ଲକ.୧୦/୧୨( ଷ୍ଟାର ନିୟୁଜ ଓଡିଶା. ତଲଜାରିଂ ଗ୍ରାମ ପଞ୍ଚାୟତ ର ଅନ୍ତର୍ଗତ ଲବଣିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପୁରାତନ କୋଠାରେ ବିପଦ ସଂକୁଳ ଅବସ୍ଥାରେ ପାଠ ପଢା ହେଉଅଛି, ଅନ୍ୟ ପକ୍ଷରେ ମୁଖ୍ୟ ରାସ୍ତା କଡ଼ରେ ନିର୍ମାଣ ହୋଇଥିବା ନୂତନ କୋଠାକୁ ଦୀର୍ଘଦିନ ହେଲା ଉଚ୍ଚ ବିଦ୍ୟାଳୟ ସ୍ଥାନାନ୍ତରିତ ହୋଇନ ଥିବାରୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯେ ଲବଣିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୫୨ ମସିହାରେ ସ୍ଥାପିତ ହୋଇଥିଲା । ୨୦୧୧ ମସିହାରେ ଏହା ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ ହୋଇଥିଲା।ଏଠାରେ ମୋଟ ୧୬୬ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି। ହେଲେ ଏହି ବିଦ୍ୟାଳୟର ନିଜସ୍ୱ ଜାଗା ନାହିଁ। ସେ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମ ରେ ଏହା ରହିଛି। ଯାହା ଫଳରେ ଏଠାରେ କୌଣସି ମରାମତି କିମ୍ବା ନୂତନ ନିର୍ମାଣ କାର୍ଯ୍ୟ ହୋଇ ପାରୁନି। ଦୀର୍ଘ ଦିନରୁ ବିଦ୍ୟାଳୟ ପରିସରରେ ରହି ଥିବା ଶ୍ରେଣୀ ଗୃହ ବିପଦ ସଂକୁଳ ଅବସ୍ଥାରେ ରହିଅଛି ଛାତରୁ ରଡ଼ ବାହାରି ପାଣି ଗଲୁଛି। କେତେବେଳେ ଭୁଶୁଡି ପଡିବ କହି ହେବନି। ଏହି ସବୁ ସମସ୍ୟାକୁ ଦେଖି ଗ୍ରାମବାସୀ ଙ୍କ ଦାବୀ ଅନୁଯାଇ ଗାଁ ରୁ ପ୍ରାୟ ଅଧ କିଲୋମିଟର ଦୂର ମୁଖ୍ୟ ରାସ୍ତା କଡରେ ୩ ଏକର ପରିମିତ ଜାଗାରେ  ଉଚ୍ଚ ବିଦ୍ୟାଳୟ ପାଇଁ ପ୍ରାୟ ୮୫ ଲକ୍ଷ୍ୟ ଟଙ୍କା ବ୍ୟୟରେ ୫ଟି ମାଧ୍ୟମରେ ନୂତନ କୋଠା ନିର୍ମାଣ ହୋଇଛି। ହେଲେ ନିର୍ମାଣ ସରି ପ୍ରାୟ ୬ ମାସ ହେଲାଣି ଏହି ନୂତନ କୋଠାକୁ ବିଦ୍ୟାଳୟ ସ୍ଥାନାନ୍ତରିତ ହୋଇ ପାରିନି। ଯାହାଫଳରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କ ମତାମତ ନେବାରୁ ଏହି ନୂତନ କୋଠାରେ ସୁରକ୍ଷା ପାଚେରୀ ନ ଥିବାରୁ ଛାତ୍ରୀ ମାନଙ୍କ ପାଇଁ ଅସୁରକ୍ଷିତ ରହିଥିବାରୁ ଏହା ସ୍ଥାନାନ୍ତରିତ ପାଇଁ ବିଳମ୍ବ ହେଉଛି। ଗ୍ରୀଲ ପାଇଁ ବିଭାଗକୁ ଅନୁରୋଧ କରାଯାଇଛି,ଏହା ହେଲେ ଆମେ ସ୍ଥାନାନ୍ତରିତ କରିବୁ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।ହେଲେ ଅତିଶୀଘ୍ର ଏକ ସୁରକ୍ଷିତ କ୍ୟାମ୍ପସ ସହ ଉଚ୍ଚବିଦ୍ୟାଲୟ ସ୍ଥାନାନ୍ତର ପାଇଁ ଛାତ୍ର ଛାତ୍ରୀ, ଅଭିଭାବକ ଓ ବିଭିନ୍ନ ମହଲରୁ ଦାବୀ ହେଉଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User