ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅନିୟମିତତା ହେତୁ ଶତାଧିକ ମହିଳା ରାସ୍ତା ଅବରୋଧ।

May 16, 2025 - 20:39
0 57

ଗୋଲାମୁଣ୍ଡା,୧୬l ୫(ଷ୍ଟାର ନିଉଳ ଓଡିଶା) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଅମଠା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଅବହେଳା ଯୋଗୁଁ ଆଜି ଶତାଧିକ ମହିଳା ଗୋରିଆ ବାଲଟି ରାସ୍ତାରେ ରଖି ରାସ୍ତା ଅବରୋଧ କରି ଥିବା ଦୃଶ୍ୟ ଦେଖିବାକୁ ମିଳୁଛି, ଫରଙ୍ଗ ଗ୍ରାମ ପଞ୍ଚାୟତ ଅଧିନରେ ବସୁଧା ଯୋଜନା ଥିବା ବେଳେ ଅମଠା କୁ ମାସ ମାସ ଧରି ପାଣି ଯୋଗାଇ ଦେବାରେ ବିଫଳ ହେବା ଦ୍ବାରା ଗ୍ରାମ ବାସୀ ଜଳକଷ୍ଟ ହେତୁ ବାଧ୍ୟ ହୋଇ ରାସ୍ତା ଅବରୋଧ କରି ଛନ୍ତି,ଅବରୋଧ କାରି ମାନେ କହିବା ଅନୁଯାୟୀ ଗ୍ରାମ ପଞ୍ଚାୟତ ରେ ଜଣାଇ ଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଆଜି ଆମେ ରାସ୍ତା ଅବରୋଧ କରିଛୁ ବୋଲି ସ୍ଥାନୀୟ ମହିଳା ସୁରଙ୍ଗିନି ତାଣ୍ଡି , ନମିତା ସୁନାନୀ, ଯମୁନା ବାଗ,ପାନୀୟ ଜଳର ସୁ୍ ବ୍ୟବସ୍ଥା କରିବାପାଇଁ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କୁ ନିବେଦନ କରିଛନ୍ତି, ଓ ତାଙ୍କର ପ୍ରତି କ୍ରିୟା ପ୍ରକାଶ କରିଛନ୍ତି, ଏହି ଅବସରରେ ଫରଙ୍ଗସରପଞ୍ଚ ଙ୍କ ପ୍ରତିନିଧି ଓ ପିଇଓ ଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଲେ ବସୁଧା କୁଅର ପାଣି ତଳ ସ୍ତରକୁ ଖସି ଯିବାରୁ ପାଣି ଯୋଗାଇ ଦେବାରେ ସକ୍ଷମ ହୋଇ ପାରୁ ନାହିଁ, ଏହା ଫଳରେ ବସୁଧା ପାଣି ମଧ୍ୟ ଫରଙ୍ଗ ରେ ମିଳି ପାରୁ ନାହିଁ, , ଏଥିରେ ଆର ଡବ୍ଲୁ,ଏସ,ଏସ, ଏସଡିଓ ବିଶେଷ ମାଝୀ ସାରଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଲେ pwd ଏସଡିଓ ଙ୍କୁ ରାସ୍ତା କାଟିବା ପାଇଁ ଅନୁମତି ମାଗିବାରୁ ଏ ପର୍ଯ୍ୟନ୍ତ ଆଦେଶ ନ ଦେବାରୁ ମେଘାପ୍ରୋଜେକ୍ଟ ରୁ ଜଳ ଯୋଗାଣରେ ଅସୁବିଧା ଦେଖା ଦେଇଛି ବୋଲି ଫୋନରେ କହିଥିଲେ,ଓ ଜେ଼ଇଙ୍କୁ ଧାରଣା ନିକଟରେ ଯାଇ ସମାଧାନ କରିବା ପାଇଁ ପଠାଇ ଦେଇଛି, ଜେଇ ମଧ୍ୟ ଧାରଣା ନିକଟରେ ପୂହୁଂଚି ବୁଝା ସୁଝା କରି ଆସନ୍ତା ତିନି ଚାରି ଦିନ ମଧ୍ୟରେ ଯୋଗାଇ ଦେବା ପାଇଁ ଏକ ଲିଖିତ ଭାବେ ଦେବାରୁ ମହିଳା ମାନେ ଧାରଣାରୁ ଓହଳି ଥିଲେ ଓ ସ୍ଵାଭାବିକ ଭାବେ ପୁର୍ବ ଭଳି ଯାତାୟାତ ହୋଇ ଥିଲା,

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User