ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର।

May 17, 2025 - 19:52
0 58

ଭବାନୀପାଟଣା, ୧୭l ୦୫(ଷ୍ଟାର ନିଉଜ ଓଡିଶା): ଚଳିତ ବର୍ଷ ନାସିଗାଁ ଅଞ୍ଚଳ ରେ ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ନଈ ନାଳ ଶୁଖି ଯିବା ସହିତ ପୋଖରୀ ମଧ୍ୟ ଶୁଖି ଯାଇଥିବା ନଜର କୁ ଆସିଛି। ନାସିଗାଁ ରେ ୪ ଟି ପୋଖରୀ ଓ ୨୫ ଟି ନଳକୂପ ଉପରେ ଭରସା କରିଥାନ୍ତି ଗ୍ରାମବାସୀ। ମୁଖ୍ୟତଃ ୪ ଟି ପୋଖରୀ ଉପରେ ନିର୍ଭର କରନ୍ତି ଗ୍ରାମର ର ଚାରି ଖଣ୍ଡ ୱାର୍ଡ ର ପାଖାପାଖି ୧୦୦୦ ରୁ ଉର୍ଦ୍ଧ ଲୋକ, କିନ୍ତୁ ଦୀର୍ଘ ବର୍ଷ ହେଲା ପୋଖରୀ ପାଣି ଉପରେ ଦଳ ଭର୍ତି ହେବା ସହିତ ପୋଖରୀ ପୋତି ହେବାରୁ ବର୍ଷା ଦିନ ପୂର୍ବରୁ ପୋଖରୀ ଶୁଖିବାକୁ ବସିଲାଣି ।ଏହି ପୋଖରୀ ଉପରେ ନିର୍ଭର କରୁଥିବା ଲୋକେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇ କାଦୁଅ ପାଣି ଗାଧୋଉଥିବା ଅଭିଯୋଗ କରିଛନ୍ତି। ମଇଳା, କାଦୁଅ ପାଣି ଗାଧୋଇବା ଦ୍ୱାରା ଜ୍ୱର, ଝାଡା, ବାନ୍ତି ଓ କାଚୁ କୁଣ୍ଡିଆ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଗାଁ ରେ ନାମକୁ ମାତ୍ର ପାଇପ ବିଛା ଯାଇଛି, ହେଲେ ଟୋପାଏ ପାଣି ସୁଦ୍ଧା ଆସୁନାହିଁ। ଏନେଇ ଗ୍ରାମବାସୀ ମାନେ ସ୍ଥାନୀୟ ସରପଞ୍ଚ, ବିଡ଼ିଓ ଙ୍କୁ ବାରମ୍ବାର ଅଭିଯୋଗ କରିବା ସ୍ବତେ ବିଶୁଦ୍ଧ ପାଣି ଯୋଗାଣ ପ୍ରହସନ ପାଲିଟିଛି। ପରିସ୍ଥିତି ଅଣାୟତ୍ତ ହେବାରୁ ଶତାଧିକ ମହିଳା ଓ ପୁରୁଷ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଦାବିପତ୍ର ଜ୍ଞାପନ କରିଛନ୍ତି। ଜିଲ୍ଲାପାଳ ଦାବିପତ୍ର କୁ ଗ୍ରହଣ କରି RWSS ର ଅଧିକାରୀ ଙ୍କୁ ଫୋନ କରି ଶୀଘ୍ର ଜଳ ଯୋଗାଣ କରିବାକୁ ତାଗିଦ କରିଥିଲେ। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଜଳ ଯୋଗାଣ କରିବାରେ ବିଳମ୍ବ ହୋଏ, ତେବେ ଆଗାମୀ ଦିନରେ ଅଞ୍ଚଳ ବାସୀ ବ୍ଲକ୍ ଘେରାଓ କରିବା ସହ ରାଜ ରାସ୍ତା ସମ୍ପୂର୍ଣ ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଛନ୍ତି। ଶ୍ରୀ ସାମନ୍ତ ଖମାରିଙ୍କ ନେତୃତ୍ୱ ରେ କୁମୁଦ ମେହେର, ତ୍ରିଲୋଚନ ମେହେର,ଶ୍ରୀମତୀ ଜୟନ୍ତୀ ମେହେର ଶ୍ରୀମତୀ କେଡ଼ି ନାଏକ, ନୀଳାନ୍ଦ୍ରି ମାଝୀ, ପ୍ରମିଳା ରଣା ପ୍ରମୁଖ ଶତାଧିକ ମହିଳା ଉପସ୍ଥିତ ରହି ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User