ବିଶ୍ୱ ଏଡସ୍ ଦିବସ-୨୦୨୫ ଅବସରେ ରକ୍ତଦାନ ଶିବିର ।

Dec 1, 2025 - 20:08
 0  33
ବିଶ୍ୱ ଏଡସ୍ ଦିବସ-୨୦୨୫ ଅବସରେ ରକ୍ତଦାନ ଶିବିର ।

ଫୁଲବାଣୀ,୧l୧୨(ଷ୍ଟାର ନିୟୁଜ): ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ଜିଲ୍ଲା ସ୍ୱାସ୍ଥ୍ୟସମିତି, କନ୍ଧମାଳ, ସମ୍ବାଦ ଆମ ଓଡିଶା, ଏଚ୍.ଡି.ଏଫ୍.ସି ବ୍ୟାଙ୍କ, ଫୁଲବାଣୀ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତ ର ମିଳିତ ସହଯୋଗରେ ବିଶ୍ୱ ଏଡସ୍ ଦିବସ-୨୦୨୫ ଅବସରେ ପାବୁରିଆ ଆୟୁସମାନ ଆରୋଗ୍ୟ ମନ୍ଦିର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ରେ ଚାଲି ଥିବା ଲକ୍ଷ୍ୟଭେଦି ପ୍ରକଳ୍ପ ଦ୍ୱାରା ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଅଂଚଳ ରୁ ୨୯ ଜଣ ସ୍ୱେଚ୍ଛାକୃତ ଭାବରେ ରକ୍ତ ଦାନ କରିଥିଲେ । ଶିବିର ଟିକୁ ପାବୁରିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରି ଡାକ୍ତର ମାନସରଞନ ସାହୁ ଉଦ୍ଘାଟନ କରିଥିବା ବେଳେ ଫୁଲବାଣୀ ବ୍ଲଡବ୍ୟାଙ୍କ ତରଫରୁ ଚିକିତ୍ସା ଅଧିକାରି ମାନବେସ ବଡସେଠ୍ ପରିଚାଳନା କରିଥିଲେ । ତତ୍ସହିତ ଏଲ୍.ଟି. ସୁଜିତ କୁମାର ସାହୁ, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ରାଶ୍ମିତା ନାୟକ, ଆଟେଣ୍ଡାଟ ବରୁଣ ବେହେରା ସହାୟତା ପ୍ରଦାନ କରିଥିଲେ । ପାବୁରିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାରମାସିଷ୍ଟ ଶରତ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ଶିବିର ଆୟୋଜନ ରେ ସହାୟତା ପ୍ରଦାନ କରିଥିଲେ । ସ୍ୱାତୀ ଅନୁଷ୍ଠାନ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବିଶ୍ୱ ଏ,ଡ୍.ସ୍. ଦିବସରେ ରକ୍ତଦାନ ଶିବିର ଆୟୋଜନ କରି ସଂଗୃହିତ ରକ୍ତ ଆଗାମି ଦିନରେ ଅନ୍ୟ ମାନଙ୍କ ସହାୟତା ବେଳେ କାର୍ଯ୍ୟରେ ଲଗାଇବାକୁ ଚେଷ୍ଟା କରିଛନ୍ତି । ପାବରିଆ ଭଳି ଜିଲ୍ଲା ଠାରୁ ଅପହଂଚ ଅଂଚଳରେ ରକ୍ତ ଦାତା ମାନଙ୍କୁ ସଂଗଠିତ କରି ୨୯ ୟୁନିଟ ରକ୍ତ ସଂଗ୍ରହ କରାଯାଇ ପାରିଥିବାରୁ ଅନୁଷ୍ଠାନ ର ସମ୍ପାଦକ ହରି ଶଙ୍କର ରାଉତ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହିତ ରକ୍ତ ଦାନ କରି ଅନ୍ୟର ଜିବନ ବଂଚାଇବା କୁ ଚେଷ୍ଟା କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ କର୍ମୀ ଗିରିଶ ଚନ୍ଦ୍ର ସାମଲ, ବିଶ୍ୱରଞନ କର, ସ୍ୱଧର୍ମ ରାଉତ ଏବଂ ଏଚ୍.ଡି.ଏଫ୍.ସି ବ୍ୟାଙ୍କ ତରଫରୁ ଫୁଲବାଣୀ ସାଖା ମୂଖ୍ୟ ଦିପ୍ତୀ ପ୍ରସାଦ ରଥ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ୍: ବିଶ୍ୱରଞନ କର (ଫୁଲବାଣୀ)

What's Your Reaction?

like

dislike

love

funny

angry

sad

wow

SUJAYA EDITOR