ଭବାନୀପାଟଣା ନିଖୁଳ ଉତ୍କଳ ଖଡ଼ୁରା ସମାଜ ରାଜ୍ୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ଓ ବାର୍ଷିକ ଉତ୍ସବ - ୨୦୨୫ ଅନୁଷ୍ଠିତ

Jul 14, 2025 - 06:33
 0  39
ଭବାନୀପାଟଣା ନିଖୁଳ ଉତ୍କଳ ଖଡ଼ୁରା ସମାଜ ରାଜ୍ୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ଓ ବାର୍ଷିକ ଉତ୍ସବ - ୨୦୨୫ ଅନୁଷ୍ଠିତ

ଭବାନୀପାଟଣା,  ୧୩/୭(ଷ୍ଟାରନିୟୁଜ ଓଡିଶା ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନହଲ ପରିସର ଠାରେ ନିଖିଳ ଉତ୍କଳ ଖଡୁରା ସମାଜ ଭବାନୀପାଟଣା ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ଓ ବାର୍ଷିକ ଉତ୍ସବ ୨୦୨୫ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି I ମାଁ ମାଣିକେଶ୍ଵରୀଙ୍କ ଦର୍ଶନ ପରେ ଅତିଥି ମାନଙ୍କ ସହ ମନ୍ଦିର ଠାରୁ ଟାଉନହଲ ପର୍ଯ୍ୟନ୍ତ ଘଣ୍ଟ ,ବାଦ୍ୟ ଶୋଭାଯାତ୍ରାରେ ଆଣି ସ୍ଵାଗତ ସମ୍ବର୍ଦ୍ଧନା ଶହ ଅତିଥି ମାନଙ୍କୁ ମଞ୍ଚାସିନ କରିଥିଲେ I ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଗଣେଶ, ଜଗନ୍ନାଥ ଓ ମଁI ମାଣିକେଶ୍ବରୀ ଫୋଟ ପାଖରେ ଦୀପ ପ୍ରଜ୍ଵଳନ କରାଯିବା ପରେ ମାଁ ମାଣିକେଶ୍ଵରୀଙ୍କ ଫଟୋ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା I ଏହାପରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରାଯିବା ପରେ ପ୍ରାରମ୍ଭିକ ସଙ୍ଗୀତ ଗାନ (ବନ୍ଦେ ଉତ୍କଳ ଜନନୀ) ପରେ ଭଜନ ଓ ଶିଶୁ କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା I ସ୍ଵାଗତ ଭାଷଣ ପରେ ସମ୍ପାଦକ ସତ୍ୟନାରାୟଣ ନାୟକ ବିବରଣୀ ପାଠ କରିଥିଲେ I ସମାଜର ସଦସ୍ୟଙ୍କ ଅଭିଭାଷଣ ପରେ ଅତିଥି ମାନଙ୍କୁ ମାଁ ମାଣିକେଶ୍ଵରୀ ଫଟୋ ପ୍ରଦାନ କରାଯାଇଥିଲା I ନିଖୁଳ ଉତ୍କଳ ଖଡ଼ୁରା ସମାଜ ଭବାନୀପାଟଣା ସଭାପତି ରବୀନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଗିରିଶ ଚନ୍ଦ୍ର ନାୟକ, ରାଜ୍ୟ ସମ୍ପାଦକ ପ୍ରଶନ୍ନ କୁମାର ନାୟକ, ରାଜ୍ୟ କୋଷାଧ୍ୟକ୍ଷ ଦେବରାଜ ନାୟକ, ରାଜ୍ୟ ସଭାପତି ଟହଲୁ ସାହୁ, ଉପ ସଭାପତି ପ୍ରଶାନ୍ତ କୁମାର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ରାଜ୍ୟ ସ‌ହ ସମ୍ପାଦକ ଚନ୍ଦ୍ର ଶେଖର ନାୟକ, ରାଜ୍ୟ ଯୁଗ୍ମ ସମ୍ପାଦକ ନବକୃଷ୍ଣ ନାୟକ, ରାଜ୍ୟ ସ‌ହ ସମ୍ପାଦକ ଅକ୍ଷୟ କୁମାର ନାୟକ, ରାଜ୍ୟ ଉପଦେଷ୍ଟା ଭିକାରୀ ଚରଣ ମହାପାତ୍ର, ଆପନା ମହାପାତ୍ର, ଗଜାନନ ପାତ୍ର, ସନ୍ୟାସୀ ନାୟକ, ଜିଲ୍ଲା ମାର୍ଗଦର୍ଶକ ଶରତ ଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ I ଏହି ବୈଠକରେ ସମାଜର ବିଭିନ୍ନ ସମସ୍ୟା ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟ ଓ ଉନ୍ନତି ମୂଳକ କାର୍ଯ୍ୟ କିପରି କରାଯିବI ନେଇ ଅତିଥି ବୃନ୍ଦ ମତ ବ୍ୟକ୍ତ କରିଥିଲେ I ଖଡୁରI ସମାଜର ସଦସ୍ୟ ମାନଙ୍କ ପୁଅ ଏବଂ ଝିଅ ଯେଉଁମାନେ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୮୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଓ ପିତା ମାତାଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧନା କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ଖଡୁରା ସମାଜର ଉପ-ସଭାପତି ସୀତାରାମ ନାୟକ, ସମ୍ପାଦକ ସତ୍ୟ ନାରାୟଣ ନାୟକ, ସହ ସମ୍ପାଦକ ଶିବ ଶଙ୍କର ସେନାପତି, କୋଷାଧକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ସମୀକ୍ଷକ ପ୍ରଦୀପ କୁମାର ନାୟକ ପ୍ରମୁଖ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଦସ୍ୟ ମାନେ ଏହି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ I ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ଆକାଶବାଣୀ ଉଦଘୋଷିକା ସୁଶ୍ରୀ ଲିପ୍ସା ମହାରଣା ମଞ୍ଚ ପରିଚାଳନା କରିଥିବା ବେଳେ ଭବାନୀପାଟଣା ଓ ଲାଞ୍ଜିଗଡ ଖଡୁରା ସମାଜର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ I
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡ଼ିଶl

What's Your Reaction?

like

dislike

love

funny

angry

sad

wow