କଳାହାଣ୍ଡି ଜିଲ୍ଲା ଶକ୍ତି ଟିଭି ପ୍ରତିନିଧି ମାନଙ୍କ ପକ୍ଷରୁ ରାଜ୍ୟ ସ୍ତରୀୟ ସ୍ଵନକ୍ଷତ୍ର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

Jul 14, 2025 - 06:28
0 23
କଳାହାଣ୍ଡି ଜିଲ୍ଲା ଶକ୍ତି ଟିଭି ପ୍ରତିନିଧି ମାନଙ୍କ ପକ୍ଷରୁ ରାଜ୍ୟ ସ୍ତରୀୟ ସ୍ଵନକ୍ଷତ୍ର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି:  ( ଷ୍ଟାରନିୟୁଜ ଓଡିଶା)ତା ୧୩. ୦୭. ୨୫:-  କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶକ୍ତି ଟିଭି ତରଫରୁ ରାଜ୍ୟ ସ୍ତରୀୟ ସ୍ଵନକ୍ଷତ୍ର କାର୍ଯ୍ୟକ୍ରମ ନିମନ୍ତେ ଶକ୍ତି ଟିଭି ଜିଲ୍ଲା ବିୟୋରୋ ଚିଫ ଶ୍ରୀଯୁକ୍ତ ରାମ କୁମାର ସେନାପତି ଙ୍କ ନେତୃତ୍ୱ ରେ ଭବାନୀପାଟଣା ନକଟିଗୁଡା ଛକ ନିକଟସ୍ଥ ଆମ୍ବେଦକର ଭବନ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ରିଷି ସୁଦନ ଛତ୍ରପାଳ, ସମ୍ମାନିତ ଅତିଥିଭାବେ ଆଇନଜୀବୀ ସୂର୍ଯ୍ୟ ନାରାୟଣ କୁମାର, ବିଶିଷ୍ଟ ଶିକ୍ଷାବିତ ବୈକୁଣ୍ଠ ବେମାଲ ଯୋଗଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ର ଅନୁନ୍ନତ ଗ୍ରାମ ମାନଙ୍କ ରେ ଥିବା ଗରିବ ଅସହାୟ ତଥା ଦାରିଦ୍ର ସୀମାରେଖାରେ ବଞ୍ଚୁଥିବା ଲୋକ ମାନଙ୍କ ମୌଳିକ ସୁବିଧା ତଥା ନିର୍ଭିକ ଓ ନିରପେକ୍ଷ  ଖବର ପ୍ରସାରଣ ମାଧ୍ୟମରେ କେମିତି ପ୍ରଶାସନ ପାଖରେ ପହଂଚିବ ସେହି ବିଷୟରେ ଅତିଥି ମାନେ ମତ ପ୍ରଦାନ କରିଥିଲେ l ତତ୍ତ ସହିତ ଚଳିତ ବର୍ଷ ଡିସେମ୍ବର ମାସରେ ଶକ୍ତି ଟିଭି ର ସ୍ଵନକ୍ଷତ୍ର କାର୍ଯ୍ୟକ୍ରମ କିପରି ଭାବରେ ପାଳନ କରାଯିବ ସେ ନେଇ ମଧ୍ୟ  ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା l ଏହି ଆଲୋଚନା କାର୍ଯ୍ୟକ୍ରମ ରେ ଶକ୍ତି ଟିଭି ଜିଲ୍ଲା ପ୍ରତିନିଧି କବିରାଜ ଦୁର୍ଗା, ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଜନ୍ମେଜୟ ନାଏକ, ଜୁନାଗଡ଼ ପ୍ରତିନିଧି ଜିତେନ୍ଦ୍ର କୁମାର ମେହେର, ଜୟ ପାଟଣା ପ୍ରତିନିଧି କୁଞ୍ଜବନ ଛତ୍ରିଆ, ଗୋଲାମୁଣ୍ଡା ବ୍ଲକ ପ୍ରତିନିଧି ଦୀପକ ଭତ୍ରିଆ, ନର୍ଲା ବ୍ଲକ ପ୍ରତିନଧି ଓମପ୍ରକାଶ ଛତ୍ରିଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରତିନିଧି କବିରାଜ ଦୁର୍ଗା ପରିଚାଳନା କରିଥିବା ବେଳେ ଜନ୍ମେଜୟ ନାଏକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User