ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ |

ଉମରକୋଟ,୨୫l୬ (ଷ୍ଟାର ନିୟୁଜ ଓଡିଶା ): ଉମରକୋଟ ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ଉକ୍ତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଉମରକୋଟ ସାଂସଦ ପ୍ରତିନିଧି ବାସନ୍ତୀ ମାଝୀ, ଉମରକୋଟ ବିଧାୟକ ସୋନା ମାଝୀ,ଏସ ଟି ମୋର୍ଚା ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ମାଝୀ, ସଂଖ୍ୟା ଲଘୁ ଜିଲ୍ଲା ସଭାପତି ପବିତ୍ର ଗରଡ଼ା, ତିନି ନମ୍ବର ଜୋନ ମଣ୍ଡଳ ସଭାପତି ଈଶ୍ୱର ଭତରା ପ୍ରମୁଖ ଉପସ୍ଥିତ ରହିଥିଲେ |ଉପସ୍ଥିତ ସମସ୍ତ କର୍ମକର୍ତା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଯଥା-ବିକଶିତ ଗାଁ ବିକଶିତ ଓଡିଶା, ବର୍ଷ ଏକ ଉପଲବ୍ଧି ଅନେକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହିତ ଜିଲ୍ଲାରେ ଦଳକୁ ମଜବୁତ କରିବା ପାଇଁ ସଂକଳ୍ପ ନେଇଥିଲେ |ସମସ୍ତ କର୍ମକର୍ତା ତୃଣମୂଳ ସ୍ତରରେ ସଂଗଠନ କରି, ସରକାରୀ ଯୋଜନା ସବୁ ଜନସାଧାରଣ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବରିଷ୍ଠ କର୍ମକର୍ତା ମାନେ କନିଷ୍ଠ କର୍ମକର୍ତା ମାନଙ୍କୁ ପ୍ରେରଣା ଦେଇଥିଲେ |ଏହି ପରିପ୍ରେକ୍ଷୀରେ କିଛି କର୍ମୀ ବିଜେଡି ଓ କଂଗ୍ରେସ ଦଳ ଛାଡି ବିଜେପି ଦଳରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା |ଉପସ୍ଥିତ ବିଜେପି କର୍ମକର୍ତା ମାନେ ଦଳରେ ନୂତନ ଭାବେ ସାମିଲ ହୋଇଥିବା କର୍ମୀ ମାନଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣେଇବା ସହ ନିଷ୍ଠା ମନଭାବ ରଖି ଦଳ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ |ଆଦିତ୍ୟ କଛିମ, ଡୁମର ହରିଜନ, ଅକ୍ଷୟ କୁମାର ଡରୁଆ, ରତନ ପୂଜାରୀ, ନରସିଂ ପୂଜାରୀ, ରବି ଭତରା, ରାମଲାଲ ହରିଜନ, ସୁବ୍ରତ ପାଣ୍ଡେ ଆଦି ନୂତନ କର୍ମୀ ଦଳରେ ସାମିଲ ହେବା ପରେ ଦଳର ନୀତି ଆଦର୍ଶ, କର୍ମ ଶୈଳୀ ଓ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରି ଯୋଜନା ସେମାନଙ୍କୁ ଦଳ ଆଡକୁ ଟାଣିଥିବା ନିଜ ନିଜ ପ୍ରତିକ୍ରିୟାରେ କହିବା ସହ ଦଳ ତାଙ୍କୁ ଦଳୀୟ ସଦସ୍ୟ ଭାବେ ଗ୍ରହଣ କରିଥିବାରୁ ଖୁସି ପ୍ରକଟ କରିଛନ୍ତି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






