ଭିନ୍ନ ନୂତନ ପ୍ରକଳ୍ପ ଉଦଘାଟିତ:ନିରାଶ୍ରୟ ଙ୍କୁ ମିଳିବ ଆଶ୍ରୟ l

Aug 5, 2025 - 15:59
 0  20
ଭିନ୍ନ ନୂତନ ପ୍ରକଳ୍ପ ଉଦଘାଟିତ:ନିରାଶ୍ରୟ ଙ୍କୁ ମିଳିବ ଆଶ୍ରୟ l

କେସିଙ୍ଗା,୫।୮(ଷ୍ଟାର ନିୟୁଜ ଓଡିଶା): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ବିଭିନ୍ନ ୱାର୍ଡରେ ନବନିର୍ମିତ ବିଭିନ୍ନ ପ୍ରକଳ୍ପକୁ ଅଧ୍ୟକ୍ଷ ନୃପରାଜ ଯାଦବ, କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି। ୱାର୍ଡ ନ ୬ କଲୋନୀ ପଡ଼ାରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଓ ଗୋଷ୍ଠୀ କେନ୍ଦ୍ର, ୨୦ ଲକ୍ଷ ଟଙ୍କା ବ୍ୟୟରେ କେସିଙ୍ଗା ଏନଏସିର ନୂତନ ଅଫିସ ଗୃହ, ୩୫ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଏନଏସି ପରିସରରେ ନୂତନ ଷ୍ଟାଫ କ୍ୱାଟର, ୱାର୍ଡ ନ ୧୧ରେ ୭ ଲକ୍ଷ ୯ ହଜାର ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ ଓ ସେହି ୧୧ ନମ୍ବର ୱାର୍ଡରେ ୬ ଲକ୍ଷ ୮୨ ହଜାର ଟଙ୍କା ବ୍ୟୟରେ ଏକ ଗୋଷ୍ଠୀ ଶୌଚାଳୟ ଉଦ୍‌ଘାଟନ ହୋଇଥିଲା।
ସେହିପରି ଆସନ୍ତା ମାସରେ ବଗାଡରେ ୧ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପ ,୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଂସେଇଖାନା ଓ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ନୂତନ ନିରାଶ୍ରୟମାନଙ୍କ ପାଇଁ ଆଶ୍ରୟସ୍ଥଳୀ ଉଦ୍‌ଘାଟନ କରାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଉପ ନଗରପାଳ ସରସ୍ବତୀ ସାହା, କାଉନସିଲର ବିଦେଶୀ ଜେନା, ଶମ୍ଭୁ ବଗର୍ତ୍ତି ,ରୋହିତ ଜୈନ,ଧରଣୀଧର ନାଏକ, ଭୂପିନ ଘିଭେଲା,ପ୍ରକାଶ ବନଛୋର ଓ ସମସ୍ତ ୱାର୍ଡ କାଉନସିଲର କେସିଙ୍ଗା ଏନଏସିର କନିଷ୍ଠ ଯନ୍ତ୍ରୀ ନାରାୟଣ ମହାରଣା, ମୋହନ ସାହୁ, ଗଦାଧର ସିଂଦେଓ, ଅର୍ଜୁନ ସାହୁ,ଆକୁଳ ନାଏକ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।କେସିଙ୍ଗା ରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ ଷ୍ଟେସନ ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow