ରାଜ୍ୟରେ ମହିଳା ଅସୁରକ୍ଷତଓଡିଶା ସରକାର ଙ୍କ ବିରୋଧରେ ଗର୍ଜିଲା ବିଜୁ ଯୁବ ଛାତ୍ର

Aug 05, 2025 - 16:02
0 40
ରାଜ୍ୟରେ ମହିଳା ଅସୁରକ୍ଷତଓଡିଶା ସରକାର ଙ୍କ ବିରୋଧରେ ଗର୍ଜିଲା ବିଜୁ ଯୁବ ଛାତ୍ର

କେସିଙ୍ଗା,୫।୮(ଷ୍ଟାର ନିୟୁଜ ଓଡିଶା): ବିଜୁ ଯୁବ ଛାତ୍ର ଜନତା ଦଳ କଳାହାଣ୍ଡି, କେସିଙ୍ଗା ଶାଖା ପକ୍ଷ ରୁ ପୋଲିସ ଡି ଜି ଙ୍କ ଉଦେଶ୍ୟରେ ସ୍ଥାନୀୟ ଥାନାର ଆଇଆଇସିଙ୍କ ଜରିଆରେ ଏକ ରାଜ୍ୟରେ ମହିଳା ଅସୁରକ୍ଷିତ : ଓଡିଶା ରାଜ୍ୟ ସରକାର ଙ୍କ ବିରୋଧରେ ଗର୍ଜିଲା ବିଜୁ ଯୁବ ଛାତ୍ର l ସ୍ମାରକପତ୍ର ପ୍ରଦାନ କରାଯାଇଛି। ସହରସ୍ଥିତ ଆମ୍ବେଦକର ଛକ ଠାରୁ ସମସ୍ତ ବିଜୁ ଯୁବ ଛାତ୍ରଙ୍କ ଓ ବିଜୁ ଯୁବ ଛାତ୍ର ଜନତାଦଳର କର୍ମକର୍ତ୍ତା ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ରାଜ୍ୟରେ ଛାତ୍ରୀ ଓ ମହିଳା ଅସୁରକ୍ଷିତ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା , ରାଜ୍ୟ ସରକାରଙ୍କ ନିରବ ଦ୍ରଷ୍ଟା ଆଦି ବିଷୟରେ ବରିଷ୍ଠ ଯୁବ ବିଜେଡି ଉପସଭାପତି ମଣ୍ଟୁ ନାଏକ ଗର୍ଜିଥିଲେ। ପରିଶେଷରେ କେସିଙ୍ଗା ଆଇଆଇସି ପ୍ରାଦୁନ୍ମ ମହାପାତ୍ରଙ୍କୁ ୮ ଦଫାର ଏକ ସ୍ମାରକପତ୍ର ପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ଅଭିନାଶ ଠାକୁର, ଜିଲା ଯୁବ ସଙ୍ଗଠକ ମଣ୍ଟୁ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଆଦିତ୍ୟ ନନ୍ଦ ଭବାନୀପାଟଣା, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଉପାଧ୍ୟକ୍ଷା ସରସ୍ବତୀ ସାହା, ଯୁବ ସଂଗଠକ ଶିଲୁ ପରିଡା,କାଉନସିଲର, ଜିଲା ଛାତ୍ର ବିଜେଡ଼ି ସଭାପତି ଅର୍ଜୁନ ସାହୁ, କେସିଙ୍ଗା ଟାଉନ ଛାତ୍ର ସଭାପତି ସ୍ବାଗତ ମାଝୀ,କେ.ପ୍ରଣବ କୁମାର ଜିଲା ସାଧାରଣ ସମ୍ପାଦକ ବିଜୁ ଛାତ୍ର ଜନତାଦଳ ଅନିଲ କୁମାର ନାଏକ ପ୍ରମୁଖ ଏହି କାର୍ଯ୍ୟକ୍ରମ ଅଂଶଗ୍ରହଣ କରିଥିଲେ।

What's Your Reaction?

Like Like 4
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User