ବିଧାୟକ ପ୍ରଦିପ ଦିଶାରୀ ହେଲେ କଳାହାଣ୍ଡି ଜିଲ୍ଲା ବିଜେଡିର ନୂତନ ସଭାପତି

Aug 05, 2025 - 12:36
0 31
ବିଧାୟକ ପ୍ରଦିପ ଦିଶାରୀ ହେଲେ କଳାହାଣ୍ଡି ଜିଲ୍ଲା ବିଜେଡିର ନୂତନ ସଭାପତି

ଭବାନୀପାଟଣା: ତା. ୫/୮( ଷ୍ଟାର ନିୟୁଜ ଓଡିଶା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ଦିନ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନାମ ଘୋଷଣା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ କଳାହାଣ୍ଡି ଜିଲ୍ଲା ବିଜେଡିରେ ଖୁସିର ଲହରି ଖେଳିଯାଇଛି। ପ୍ରଦୀପ ଗତ ୨୦୧୯ରେ ଓ ୨୦୨୪ରେ ଲାଞ୍ଜିଗଡ଼ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଦିଶାରୀ ସାଧାରଣ ଜନତାଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରି ଆସୁଛନ୍ତି। ଏହା ସହ ତାଙ୍କ ସାଙ୍ଗଠନିକ ଦକ୍ଷତା ଜନତାଙ୍କ ନିକଟତର କରିପାରିଛି। ଜଣେ ନିର୍ବିବାଦୀୟ ନେତା ରୂପେ ସମସ୍ତଙ୍କ ପ୍ରୀୟପାତ୍ର ହୋଇ ପାରିଛନ୍ତି ପ୍ରଦୀପ। ତାଙ୍କ ଲୋକପ୍ରିୟତା ଓ କର୍ମନିଷ୍ଠ ସ୍ଵଭାଵ ପାଇଁ ସେ ଅଞ୍ଚଳରେ ବେଶ ଚର୍ଚ୍ଚିତ। ଆଗାମୀ ଦିନରେ ଦଳର ସଂଘଠନଙ୍କୁ ମଜବୁତ୍ କରିବା ସହ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
 ଭବାନୀପାଟଣା ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 1

Comments (0)

User