ମା ଓ ଝିଅଙ୍କୁ ମିଳୁନି ବିଧବା ଭତ୍ତା ପାଠ ଛାଡି ପରିବାର ଚଳାଉଛି ନାବାଳକ ପୁଅ।
ଝରିଗାଁ,୧୫l୧୨(ଷ୍ଟାର ନିୟୁଜ ଓଡିଶା):ଗତ ପାଞ୍ଚ ବର୍ଷ ତଳେ ବାପାଙ୍କ ଦେହାନ୍ତ ହୋଇଯାଇଥିଲା।ଏହି ଦୁଃଖ ଯାଇ ନଥିବା ବେଳେ ଗତ ତିନି ବର୍ଷ ତଳେ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଥିଲା।ସ୍ବାମୀଙ୍କ ଦେହାନ୍ତ ପରେ ଝିଅ ମାଆଙ୍କ ସହ ଦୟନୀୟ ଅବସ୍ଥାରେ ରହୁଥିବା ବେଳେ ପ୍ରଶାସନ ପକ୍ଷରୁ ଏଯାବତ ବିଧବା ଭତ୍ତାରେ ସାମିଲ କରାଯାଇନାହିଁ।ସେହିପରି ପାଠ ପଢା ଛାଡି ନାବାଳକ ଜଣକ ଗ୍ରାମରେ ଛୋଟ ଦୋକାନ କରି ପରିବାର ଚଳାଉଥିବା ଦେଖିବାକୁ ମିଳିଛି।ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଂଚାୟତ ଅନ୍ତର୍ଗତ ଛୋଟାଗୁଡା ଗ୍ରାମ ଏଭଳି ଘଟଣା ଦେଖିବାକୁ ମିଳିଛି।ସୂଚନା ପ୍ରକାରେ ଛୋଟାଗୁଡା ଗ୍ରାମରେ ଲଚ୍ଚିମଧର ଭତରା ଓ ସ୍ତ୍ରୀ ହାରାବତୀ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ।ସମୟ କ୍ରମେ ତିନି ଝିଅ ହୋଇଥିଲା। ତିନି ଝିଅକୁ ବିବାହ କରି ସ୍ୱାମୀ ଓ ସ୍ତ୍ରୀ ରହୁଥିଲେ।ତେବେ ପ୍ରାୟ ପାଞ୍ଚ ବର୍ଷ ତଳେ ସ୍ବାମୀ ଶୁକମନଙ୍କ ଦେହାନ୍ତ ହୋଇଯାଇଥିଲା।ସେହିପରି ଛୋଟ ଝିଅ ଦଶରୀ ବାଣୁଆଗୁଡ଼ା ଗ୍ରାମର ଶୁକମନ ଭତରାଙ୍କୁ ବିବାହ କରିଥିଲେ।ଉଭୟ ଏକ ମାତ୍ର ପୁଅ ଗୋପାଳ ସହ ରହୁଥିଲେ।ତେବେ ଗତ ୩ ବର୍ଷ ତଳେ ଶୁକମନଙ୍କ ଦେହାନ୍ତ ହୋଇ ଯାଇଥିଲା।ଶୁକମନଙ୍କ ଦେହାନ୍ତ ପରେ ଚଳାଚଳ ଅସୁବିଧା ହେବା ଯୋଗୁଁ ଦଶରୀ ଓ ପୁଅ ଗୋପାଳକୁ ନେଇ ମାଆ ସହ ରହୁଛନ୍ତି।ଛୋଟାଗୁଡା ଗ୍ରାମରେ ଘର ନିକଟରେ ଏକ ଛୋଟ ଦୋକାନ କରିବା ସହ କୁଳି ମଜୁରୀ କରି ପରିବାର ବହୁ କଷ୍ଟରେ ଚଳୁଥିବା ବେଳେ ଗୋପାଳ ପାଠ ପଢା ଛାଡି କିଛି ମାସ ହେବ ଦୋକାନ ସମ୍ଭାଳୁଥିବା କହିଛନ୍ତି।ତେବେ ଏଭଳି ଅସହାୟ ପରିବାର ପ୍ରତି ପ୍ରଶାସନର ଦୃଷ୍ଟି ପଡି ନାହିଁ।ଉଭୟ ମାଆ ଓ ଝିଅ ବିଧବା ହେବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ବିଧବା ଭତ୍ତା ପ୍ରଦାନ କରାଯାଉନାହିଁ।ସେହିପରି ଚାଉଳ କାର୍ଡରେ ତିନି ଜଣଙ୍କ ନାମ ଥିବା ବେଳେ ପ୍ରଶାସନ ପକ୍ଷରୁ ଜଣେ ଗୋପାଳଙ୍କୁ ପାଞ୍ଚ କିଲୋ ଚାଉଳ ମିଳୁଛି।ପରିବାର ଲୋକ ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବା ଦଦରା ଘରେ ରହୁଥିବା ବେଳେ ଆବାସ ଯୋଜନାରେ ସାମିଲ କରାଯାଇନାହିଁ।ତେଣୁ ପ୍ରଶାସନ ତରନ୍ତ ଏହି ଅସହାୟ ପରିବାର ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?