ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ; ରାସନ କାର୍ଡଧାରୀଙ୍କୁ ମିଳିବ ମୋଟ ୧୦ କେଜି ଚାଉଳ

Jun 12, 2026 - 20:37
Updated: 3 months ago
0 21
ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ; ରାସନ କାର୍ଡଧାରୀଙ୍କୁ ମିଳିବ ମୋଟ ୧୦ କେଜି ଚାଉଳ

କେସିଙ୍ଗା /ଭୁବନେଶ୍ୱର, ୧୨/୦୬:(ଷ୍ଟାର ନିୟୁଜ ଓଡିଶା )ଓଡ଼ିଶାର ରାସନ କାର୍ଡଧାରୀଙ୍କ ପାଇଁ ଆଜି ଏକ ଐତିହାସିକ ଦିନ। ଆଜି ସନ୍ଧ୍ୟା ୬ଟା ସମୟରେ ଭୁବନେଶ୍ୱରର ୟୁନିଟ–୩ ଇଡକୋ ପଡ଼ିଆଠାରେ ବହୁ ପ୍ରତୀକ୍ଷିତ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା”ର ଶୁଭାରମ୍ଭ ହୋଇଛି। ଏହି ଯୋଜନା ଅଧୀନରେ ରାଜ୍ୟର NFSA ଏବଂ SFSS ଅନ୍ତର୍ଗତ ହିତାଧିକାରୀମାନେ ଏଣିକି ପ୍ରତି ମାସରେ ମୋଟ ୧୦ କେଜି ଚାଉଳ ପାଇବେ। 
ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର , ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ , ସାଂସଦ ଅପରାଜିତା ସରଙ୍ଗୀ, ବିଧାୟକ ବାବୁସିଂ ମୁଖ୍ୟ ସଚିବ ଏବଂ ଉଛ ପଦାଧିକାରୀ ଉପସ୍ଥିତ ଥିଲେ।
ସରକାରଙ୍କ ଏହି ନୂତନ ପଦକ୍ଷେପ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ୫ କେଜି ଚାଉଳ ସହ ରାଜ୍ୟ ସରକାର ଅତିରିକ୍ତ ୫ କେଜି ଚାଉଳ ଯୋଗାଇବେ। ଫଳରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସକୁ ମୋଟ ୧୦ କେଜି ଚାଉଳ ମିଳିବ। ଏହି ଯୋଜନା ଦ୍ୱାରା ରାଜ୍ୟର ପ୍ରାୟ ୩.୨୮ କୋଟି ଲୋକ ଉପକୃତ ହେବେ ଏବଂ ଖାଦ୍ୟ ସୁରକ୍ଷା ଆହୁରି ସୁଦୃଢ଼ ହେବ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର କୌଣସି ଗରିବ ପରିବାର ଖାଦ୍ୟ ଅଭାବରେ ନ ରୁହନ୍ତୁ, ସେଥିପାଇଁ ସରକାର ଏହି ବୃହତ୍ ପଦକ୍ଷେପ ନେଇଛନ୍ତି। ଯୋଜନା ପାଇଁ ରାଜ୍ୟ ସରକାର ହଜାର କୋଟି ଟଙ୍କା ବ୍ୟୟ କରିବେ ଏବଂ ସମସ୍ତ ଯୋଗ୍ୟ ପରିବାରଙ୍କୁ ଏହାର ସୁବିଧା ପହଞ୍ଚାଯିବ। 
ଏହି ଯୋଜନାକୁ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଏବଂ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲକ୍ଷ ଲକ୍ଷ ପରିବାର ଏଥିରୁ ସିଧାସଳଖ ଲାଭବାନ ହେବେ।
ଷ୍ଟାର ନ୍ୟୁଜ ଓଡିଶ

What's Your Reaction?

Like Like 6
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User