ମେଡିକାଲ ଭିତରେ ପଡ଼ିରହିଛି ଅତ୍ୟାଧୁନିକ ଏକ୍ସରେ ମେସିନ I ମେସିନ ଚାଲୁନଥିବାରୁ ବିନା କାମରେ ଦରମା ନେଉଛନ୍ତି ଟେକିନିସିଆନ I
ଫିରିଙ୍ଗିଆ,୧୦l୯(ଷ୍ଟାର ନିୟୁଜ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଘୋର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି I ପରିଚାଳନା ତ୍ରୁଟି ପାଇଁ ମେଡ଼ିକାଲ ଭିତରେ ଥିବା ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ କିଣା ଯାଇଥିବା ଅତ୍ୟାଧୁନିକ ଯନ୍ତ୍ରାଂଶ ଏବେ ଅଚଳ ହୋଇ ଖତ ଖାଇବାକୁ ବସିଥିବା ବେଳେ ଯନ୍ତ୍ରପାତି ଚାଲୁନଥିବାରୁ ସାଧାରଣରେ ମେଡିକାଲ କୁ ଆସୁଥିବା ରୋଗୀ ମାନଙ୍କୁ ଫୁଲବାଣୀ, ବ୍ରହ୍ମପୁର ନହଲେ କଟକ ଭୁବନେଶର ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡୁଛି I ସୂଚନା ଥାଉକି ଏହି ଫିରିଙ୍ଗିଆ ବ୍ଲକ ଟି ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ବ୍ଲକ ହୋଇଥିବା ବେଳେ ସମୁଦାୟ ଚୋବିଷ ଟି ପଂଚାୟତ ର ଲୋକେ ଏହି ମେଡିକାଲ ଉପରେ ନିର୍ଭର କରିଥାନ୍ତି I ବିଶେଷ କରି ବର୍ତମାନ ଏହି ମେଡିକାଲ ରେ ଏକ ଅତ୍ୟାଧୁନିକ ଏକ୍ସରେ ମେସିନ ରହିଛି I ଏହାକୁ ପରିଚାଳନା କରିବା ପାଇଁ ସରକାରଙ୍କ ବେତନ ଭୋଗୀ ଜଣେ ପରିଚାଳକ ମଧ୍ୟ ନିଯୁକ୍ତି ପାଇଛନ୍ତି ଓ ସେ ସବୁଦିନ ମେଡିକାଲ ମଧ୍ୟ ଆସୁଛନ୍ତି I କିନ୍ତୁ ସାଧାରଣ ଗୋଟିଏ ଷ୍ଟାପ୍ଲ୍ଲାଇଜର ପାଇଁ ଏହି ଅତ୍ୟାଧୁନିକ ଏକ୍ସରେ ମେସିନ ଟି ଅଚଳ ହୋଇ ପଡିରହିଥିବା ବେଳେ କର୍ମଚାରୀ ଜଣକ ମାଗଣାରେ ସରକାରଙ୍କ ଠାରୁ ବେତନ ନେଇ ମେଡିକାଲ କୁ ଆସି ବସି ରହୁଛନ୍ତି I
ସେପଟେ ଏକ୍ସରେ ପାଇଁ ଏହି ମେଡିକାଲ କୁ ଆସୁଥିବା ଗରିବ ରୋଗୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ତେବେ କିଛିମାସ ତଳେ ରାଜ୍ୟ ସରକାରଙ୍କ ଏକ ଫାଷ୍ଟ ଫାଇଣ୍ଡିଙ୍ଗ ଟିମ ଏହି ମେଡିକାଲ ପରିଦର୍ଶନରେ ଆସିଥିଲେ I ମେଡିକାଲ ପରିସରରେ ଏହି ଏକ୍ସରେ ମେସିନ ବିଷୟରେ ଅଂଚଳର କିଛି ଲୋକ ଅଭିଯୋଗ ମଧ୍ୟ କରିଥିଲେ I ଏହି ଟିମ ରେ ଫୁଲବାଣୀ ବିଧାୟକ ଉମାଚରଣ ମଲିକ ମଧ୍ୟ ଉପସ୍ଥିତ ଥିବା ବେଳେ ଏକ ଷ୍ଟାପଲାଇଜର ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେବା ସହ କିଭଳି ଭାବରେ ଏକ୍ସରେ ମେସିନ ଟି କାର୍ଯ୍ୟକ୍ଷମ ହେବ ସ୍ଥାନୀୟ ବିଡ଼ିଓ ଙ୍କୁ ତାର ଦାୟିତ୍ୱ ମଧ୍ୟ ଦେଇଥିଲେ I ତେବେ ବିଧାୟକ ଙ୍କ ପ୍ରତିଶୃତି କୁ ଇତିମଧ୍ୟରେ ପ୍ରାୟ ଛଅ ମାସ ବିତି ଯାଇଥିବା ବେଳେ ବର୍ତମାନ ମଧ୍ୟ ଏକ୍ସରେ ମେସିନ ଟି କାର୍ଯ୍ୟକ୍ଷମ ହୋଇପାରିନାହିଁ I ଅନ୍ୟପଟେ ଏହି ଏକ୍ସରେ ମେସିନ ବିଷୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ପଚାରିବାରୁ ମୋପାଖରେ ସୂଚନା ଅଛି ଟେକିନିସିଆନ ଠିକ ଭାବରେ ପରିଚାଳନା କରି ପାରିନାହାନ୍ତି I ମତେ କହିବା ପରିବର୍ତ୍ତେ ସ୍ଥାନୀୟ ବିଧାୟଙ୍କ ଙ୍କୁ କହିଲେ ଷ୍ଟାପଲାଇଜର ର ବ୍ୟବସ୍ଥା କରିବେ ମୁଁ ଯଦି ଆମ ବିଭାଗ କୁ ଲେଖିବି ତାହେଲେ ବହୁତ ଡେରି ହେବ I ତଥାପି ଚେଷ୍ଟା କରୁଛି ବୋଲି କହିଛନ୍ତି I ସେପଟେ ମେଡିକାଲ ରେ ଥିବା ଏହି ଏକ୍ସରେ ମେସିନ କୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବୀ ଜୋର ଧରିଛି I
ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )
What's Your Reaction?