ମେଦନା ଠାରେ ୭୬ତମ ବନ ମହୋତ୍ସବ ସପ୍ତାହ ପାଳିତ।

Jul 05, 2025 - 07:58
0 96
ମେଦନା ଠାରେ ୭୬ତମ ବନ ମହୋତ୍ସବ ସପ୍ତାହ ପାଳିତ।

ଡାବୁଗାଁ,୫l୭(ଷ୍ଟାର ନିୟୁଜ ଓଡିଶା): ବର୍ତ୍ତମାନ ଚାରିଆଡେ ବନ ମହୋତ୍ସବ ପାଳିତ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମେଦନା ପଞ୍ଚାୟତ ସଦର ମହକୁମା ଠାରେ ମଧ୍ୟ ୭୬ତମ ବନ ମହୋତ୍ସବ ପାଳନ କରାଯାଇଛି । ଝରିଗାଁ ବନ ବିଭାଗର ସହାୟତା ଏବଂ ମେଦନା ସିଦ୍ଧି ବିନାୟକ ଯୁବକ ସଂଘର ସଦସ୍ୟ କ୍ଷେମା , ବେଦ, ବିକାଶ , ବବଲୁ ,ଖଗ , ପଦମ ,ବାବୁଲା , ଭାରତ, ଯୁଧିଷ୍ଟି , ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମେଦନା ଖେଳ ପଡିଆର ଚତୁର୍ପାଶ୍ୱରେ ବିଭିନ୍ନ କିସମର ୫ଶହ ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ମେଦନା ଫରେଷ୍ଟର ତନୁଜ କୁମାର ପରିଚ୍ଛା, ଚିଚିବାଇ ବିଟ ଫରେଷ୍ଟର ଗାର୍ଡ ଅନନ୍ତ କୁମାର ଝାଙ୍କର,ମେଦନା ପୂର୍ବତନ ସରପଞ୍ଚ ହିରଣ୍ୟ ମାଝୀ , ଅଞ୍ଚଳା ସରପଞ୍ଚ ରମେଶ ମାଝୀ ଙ୍କ ସହ ଶତାଧିକ ଯୁବକ ଓ ଗ୍ରାମବାସୀ ଉପସ୍ଥିତ ରହି ଚାର ରୋପଣ କରିଛନ୍ତି ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User