ରାଜରାସ୍ତାରେ ଜୁଆ ଖେଳି ଅଭିନଭ ଉପାୟରେ ପ୍ରତିବାଦ ।

Dec 07, 2025 - 15:07
0 94
ରାଜରାସ୍ତାରେ ଜୁଆ ଖେଳି  ଅଭିନଭ ଉପାୟରେ ପ୍ରତିବାଦ ।

ଚନ୍ଦାହାଣ୍ଡି,୭l୧୨ (ଷ୍ଟାର ନିୟୁଜ ଓଡିଶା ):ଚଳିତ ବିଧାନସଭାରେ ଓଡିଶା ଜନବିଶ୍ୱାସ ବିଲ 2025 ପାରିତ ହୋଇଥିଲା,ଏହି ବିଲର ଅର୍ଥ ହେଉଛି ରାଜ୍ୟରେ ଜୁଆ ଖେଳିଲେ ଆଉ ଯିବାକୁ ପଡିବ ନାହିଁ ଜେଲ, କେବଳ ଜରିମାନା ଦେଲେ ଯୁଆଡ଼ିଙ୍କୁ ମାଫ କରିଦେବେ ସରକାର। ଏହି ବିଲ ପାରିତ ବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ଦଳ କଡା ବିରୋଧ କରିଥିଲେ। ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଠାରେ କଂଗ୍ରେସ ନେତା ଖେମରାଜ ବାଘ ଅଭିନବ ଉପାୟରେ ଏହି ବିଲକୁ ବିରୋଧ କରି ଚନ୍ଦାହାଣ୍ଡି ବସଷ୍ଟାଣ୍ଡର ମୁଖ୍ୟ ରାସ୍ତା ଠାରେ ବସି ଖୁଡ଼ଖୁଡି ଖେଳ ବସାଇଥିଲେ ଏବଂ ସରକାର ଓ ପୋଲିସ ପ୍ରଶାସନଙ୍କୁ କଡା ସମାଲୋଚନା କରିବା ସହ ଚେତାବନୀ ଦେଇଥିଲେ |ଯଦି ଦମ ଅଛି ଆଇନ ଆଧାରରେ ଆମକୁ ଗିରଫ କରି ଦେଖାଅ ବୋଲି କହିଥିଲେ ଏବଂ ଏହି ବିଲ ପାରିତ ହେବା ଫଳରେ ଓଡିଶାରେ ଜୁଆଖେଳ ବଢିବ ଓ ପୋଲିସ ହାତ ବାନ୍ଧି ଚୁପ ରହିବ, ଯାହା ଫଳରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଜାଗାରେ ଜୁଆ, ଖୁଡ଼ଖୁଡି ଖେଳ ହେବ ଏବଂ ଯେଉଁ ଆଇନ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସମ୍ପୂର୍ଣ ଭାବେ ସରକାର ଦାୟୀ ରହିବେ ବୋଲି କହିଛନ୍ତି କଂଗ୍ରେସ ନେତା ଖେମରାଜ ବାଘ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User