ରାସ୍ତା ନିର୍ମାଣ କରିବା ବାହାନାରେ ନଷ୍ଟ କରାଯାଉଛି ମୃତ୍ତିକା ଓ କଟା ହେଉଛି ଶହ ଶହ ମୂଲ୍ୟବାନ ଗଛ ।ପ୍ରଶାସନ ଜାଣିଶୁଣି ଚୁପ ।
ଫିରିଙ୍ଗିଆ,୧୫l୧୨ (ଷ୍ଟାର ନିୟୁଜ): ସରକାର ଜଙ୍ଗଲ ସୁରକ୍ଷା ସାଙ୍ଗକୁ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଚରମ ଅବହେଳା ସାଙ୍ଗକୁ ମନମୁଖୀ କାର୍ଯ୍ୟ ଯୋଗୁଁ ବଳି ପଡୁଛି ଶହ ଶହ ମୂଲ୍ୟବାନ ଗଛ । ପ୍ରଶାସନର ଏଭଳି ଚରମ ଅବହେଳା ତଥା ମନମୁଖୀ କାର୍ଯ୍ୟ ପାଇଁ ବଞ୍ଚିଥିବା ଜଙ୍ଗଲ ମଧ୍ୟ ନଷ୍ଟ ହେବାରେ ଲାଗିଛି ।ଠିକ ସେହିପରି ସରକାର ମୃତିକା ସଂରକ୍ଷଣ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ସବୁ ଗ୍ରହଣ କରୁଛନ୍ତି ।କିନ୍ତୁ ସ୍ଥାନୀୟ ଠିକାଦାର ମାନେ ସରକାରଙ୍କ ନିୟମ ନିର୍ଦେଶକୁ ଫୁ କରିଦେଇ ମନଇଚ୍ଛା ମାଟି ତାଡି ରାସ୍ତାରେ ପକାଉଥିବା ଦେଖିବାକୁ ମିଳୁଛି । ଗୋଟେପଟେ ଜଙ୍ଗଲ ଓ ମୃତିକା ସଂରକ୍ଷଣ ପାଇଁ ସରକାର ଅଣ୍ଟା ଭିଡିଥିବା ବେଳେ ଆଉ ଗୋଟେପଟେ ପ୍ରଶାସନ ଓ ଠିକାଦାର ଜଙ୍ଗଲ ଓ ମୃତିକା ନଷ୍ଟ କରୁଥିବା ଦୃଷ୍ଟିଗୋଚର ହେଉଛି ।ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ନୁଆଁପଦର ପଂଚାୟତରେ ।ପଂଚାୟତର ନୁଆଁପଦର - ମୋତି ଙ୍ଗିଆ ସେଦ୍ରୀଗାଁ କୁ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଘଞ୍ଚ ଜଙ୍ଗଲ କାଟି ସଫା କରି ସାରିଲେଣି ।ଏଥିରେ ଥିବା ଶାଳ, ପିଆଶାଳ ଓ ବିଭିନ୍ନ ଔଷଧୀୟ ଗଛ ସବୁ ହଣାହୋଇ ପଦା ହୋଇସାରିଲାଣି ।ଠିକ ସେହିପରି ରାସ୍ତା ପାର୍ଶ୍ଵରେ ଥିବା ମାଟି ସବୁ ଜେସିବି ସାହାଯ୍ୟରେ ଖୋଲି ଟ୍ରାକ୍ଟରରେ ଲୋଡ଼ ହୋଇ ରାସ୍ତାରେ ପକା ଯାଉଛି । ଏ ସମ୍ପର୍କରେ ସ୍ଥାନୀୟ ଫିରିଙ୍ଗିଆ ବ୍ଲକ ତହସିଲଦାର ଜ୍ୟୋତି ପ୍ରକାସ ସେଠୀ ଓ ଫୁଲବାଣୀ ଖଣି ଉପ ନିର୍ଦ୍ଦେଶକ ପ୍ରିୟଦର୍ଶି ସନ୍ଦୀପ ପଚାରିଲେ, ସେମାନେ ଆମକୁ ଜଣାଇନାହାନ୍ତି ଓ ଏ ବିଷୟରେ ଆମେ ଜାଣିନୁ କହି ହାତ ଟେକି ଦେଉଛନ୍ତି ।ତେବେ ପ୍ରଶାସନର ବିନା ଅନୁମତିରେ ଏଭଳି କାର୍ଯ୍ୟ ହେଉଛି କେମିତି ବୋଲି ଜନସାଧାରଣ ପ୍ରଶ୍ନ କରୁଛନ୍ତି? ଯଦି ପ୍ରଶାସନ ଏସବୁ କାର୍ଯ୍ୟ ବିଷୟରେ ଜାଣିଛି ତେବେ ସମ୍ପୃକ୍ତ ଠିକାଦାର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ ବସିଛି କାହିଁକି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରୁଛନ୍ତି ।ଗୋଟେ ପଟେ ସରକାର ଜଙ୍ଗଲ ଓ ମୃତିକାର ସୁରକ୍ଷା କଥା ଚିନ୍ତା କରୁଥିବା ବେଳେ ଆଉ ଗୋଟେ ପଟେ ଠିକାଦାର ଓ ବିଭାଗୀୟ ଅଧିକାରୀ ନଷ୍ଟ କରିବାରେ ବ୍ୟସ୍ତ ।ତେଣୁ ଜିଲ୍ଲା ପ୍ରଶାସନ ଏସବୁ କାର୍ଯ୍ୟ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ଅଭିଯୁକ୍ତ ମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବୁଦ୍ଧିଜୀବୀ ଓ ଜନସାଧାରଣ ଦାବୀ କରୁଛନ୍ତି ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)