ଲଳିତ ଦିଗାଲ ହେଲେ ଫୁଲବାଣୀ ବିଧାୟକ ପ୍ରତିନିଧି ।

Jul 7, 2025 - 21:47
 0  139
ଲଳିତ ଦିଗାଲ ହେଲେ ଫୁଲବାଣୀ ବିଧାୟକ ପ୍ରତିନିଧି ।

ଫୁଲବାଣୀ,୭l୭ (ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧୂ ଭାବେ ଶ୍ରୀଯୁକ୍ତ ଲଳିତ ଦିଗାଲଙ୍କୁ ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲ୍ଲିକ ଚୟନ କରିଛନ୍ତି ।ଏନେଇ ସେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଚିଠି ପ୍ରେରଣ କରି ଅବଗତ କରିଛନ୍ତି । ବିଧାୟକଙ୍କ ଅନୁପସ୍ଥିତିରେ ଲଳିତ ଦିଗାଲ ବ୍ଲକ ସ୍ବରୀୟ ସମସ୍ତ ବୈଠକରେ ଯୋଗ ଦେବା ସହିତ ବ୍ଲକର ଉନ୍ନତି ପାଇଁ ଉନ୍ନତି ମୂଳକ ପଦକ୍ଷେପ ସବୁ ନେଇପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଲଳିତ ଦିଗାଲ ୨୦୧୯ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଦଳରେ ରହି କାର୍ଯ୍ୟ କରୁଛନ୍ତି । ସେ ଜଣେ ବରିଷ୍ଠ ବିଜେପି କର୍ମୀ ହୋଇଥ‌ିବା ସଂଗେ ସଂଗେ ସୁସଂଗଠକ, ମାର୍ଗ ଦର୍ଶକ ଓ ସୃଷ୍ଟବାଦୀ ବ୍ୟକ୍ତି ହୋଇଥ‌ିବାରୁ ବିଧାୟକ ପ୍ରତିନିଧୂ ପାଇଁ ତାଙ୍କୁ ଚୟନ କରାଯାଇବାରୁ ଦଳୀୟ କର୍ମୀ, କାର୍ଯ୍ୟକର୍ତା ତଥା ଜନସାଧାରଣ ବେସ ଖୁସି ଥୂବା ଜଣାପଡିଛି ।

What's Your Reaction?

like

dislike

love

funny

angry

sad

wow