ଶୋଇଥିବା ବେଳେ ଛାତ୍ରଙ୍କ ଆଖିରେ ଫେବିକୁଇକ ଅଠା ଲଗାଇଦେଲେ ସହପାଠୀ ୭ ଜଣ ଗୁରୁତରଙ୍କୁ ଫୁଲବାଣୀ ମେଡ଼ିକାଲ ଭର୍ତ୍ତି।

Sep 13, 2025 - 11:45
Updated: 12 months ago
0 174
ଶୋଇଥିବା ବେଳେ ଛାତ୍ରଙ୍କ ଆଖିରେ ଫେବିକୁଇକ ଅଠା ଲଗାଇଦେଲେ ସହପାଠୀ ୭ ଜଣ ଗୁରୁତରଙ୍କୁ ଫୁଲବାଣୀ ମେଡ଼ିକାଲ ଭର୍ତ୍ତି।

ଫୁଲବାଣୀ,୧୨ା୯(ଷ୍ଟାର ନିୟୁଜ):ସହପାଠୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ୮ ଜଣ ୪ର୍ଥ ଏବଂହ ୫ମ ଶ୍ରେଣୀର ଛାତ୍ର । ଶୋଇଥିବା ବେଳେ ଆଖିରେ ଫେବିକୁଇକ ଅଠା ମାରି ଦେଇଛନ୍ତି ସହପାଠୀ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା କୁ ନେଇ ଚିନ୍ତା ରେ ଅଭିଭାବକ, ବିଦ୍ୟାଳୟ କର୍ତ୍ତୃପକ୍ଷ ୧ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ସଲାଗୁଡା ଆଶ୍ରମ ବିଦ୍ୟାଳୟରେ ଏହି ଘଟଣା ଦେଖିବାକୁ ମିଳିଛି। ଗୁରୁବାର ରାତି ସମୟରେ ସମସ୍ତେ ଖାଇ ସୋଇଥିବା ବେଳେ କିଛି ସହପାଠୀ ଛାତ୍ର ଏହି ୮ ଛାତ୍ରଙ୍କ ଆଖିରେ ଫେବିକୁଇକ ଲଗାଇଥିବା ଅଭିଯୋଗ ହୋଇଛି। ଏମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗୋଛପଡା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଥିବାବେଳେ ୭ ଜଣ ଗୁରୁତରଙ୍କୁ ଫୁଲବାଣୀ ମେଡ଼ିକାଲକୁ ଅଣାଯାଇଛି। ବର୍ତ୍ତମାନ ଛାତ୍ରମାନଙ୍କ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ଗୁରୁବାର ବିଳମ୍ବିତ ରାତ୍ରରେ ଏହି ଘଟଣା ଘଟିଥିବା କୁହାଯାଇଥିବା ବେଳେ ଆଜି ବିଦ୍ୟାଳୟର କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ବିଦ୍ୟାଳୟରେ ପହଁଚିବା ପରେ ତୁରନ୍ତ ଚିକିତ୍ସା ପାଇଁ ଗୋଛାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିଥିଲେ । କୌଣସି ସୂତ୍ରରୁ ଖବର ପାଇଁ ସଲାଗୁଡ଼ା ସରପଂଚ ଗୋଛାପଡ଼ା ଡ଼ାକ୍ତରଖାନାରେ ପହଁଚି ଅଧିକ ଚିକିତ୍ସା ଆବଶ୍ୟକ ଥିବା ଗୋଛାପଡ଼ା ଡ଼ାକ୍ତରଖାନାରୁ କହିବା ପରେ ତୁରନ୍ତ ନିଜ ବୋଲେର ଗାଡ଼ିରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା ପାଇଁ ଭର୍ତିର୍ କରିଛନ୍ତି । କିଛି ଶିକ୍ଷୟତ୍ରୀ ମଧ୍ୟ ଡ଼ାକ୍ତରଖାନାରେ ଉପସ୍ଥିତ ରହିଛନ୍ତି । ସ୍ଥାନୀୟ ସରପଞ୍ଚ ରୋହିତ କହଁର ଅଭିଯୋଗ କରି କହିଛନ୍ତି ଆଶ୍ରମ ସ୍କୁଲରେ ପ୍ରଧାନ ଶିକ୍ଷକ ରହୁ ନାହାନ୍ତି । ଶିକ୍ଷକମାନେ ପାଳିକରି ଆସୁଛନ୍ତି । ଏନେଇ ଜିଲାପାଳଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଓ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ କହିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାଁନ୍ତି । ଯାହାପାଇ ଏପରି ଅଭାବନୀୟ ଘଟଣା ଘଟିଛି। ତେବେ ଛାତ୍ର ମନେ ଫେବିକୁଇକ ଅଠା ପାଇଲେ କୁଆଡେ ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଉଚ୍ଚ କର୍ତ୍ତୃ ପକ୍ଷ ଛାତ୍ର ମାନଙ୍କ ବିରୁଦ୍ଧରେ ପଦ କ୍ଷେପ ନେବା ସହ ଠିକ ରେ ବିଦ୍ୟାଳୟ ଆଶୁ ନଥିବା ଶିକ୍ଷକ ମାନଙ୍କ ବିରୁଦ୍ଧ ରେ ଦୃଢ଼ କାର‌୍ୟ୍ୟା ନୁ ସ୍ଥାନ୍ହ ପାଇଁ ଦାବି ହୋଇଛି  ତେବେ ଆଜି ଛାତ୍ର ମାନେ ଡ଼ାକ୍ତରଖାନାର ପହଁଚିବା ପରେ ଖବର ପାଇ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ , ଜିଲା ମଙ୍ଗଳ ଅଧିକାରୀ ରବି ନାରାୟଣ ମିଶ୍ର ଏବଂ ଫୁଲବାଣୀ ଆଇ.ଟି.ଡ଼ି.ଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ପ୍ରମୁଖ ଡ଼ାକ୍ତରଖାନାରେ ପହଁଚି ତଦାରଖ କରିବା ସହିତ ଚିକିତ୍ସାରେ ସାମିଲ୍ ଥିବା ଡ଼ାକ୍ତରମାନଙ୍କ ସହିତ ଆଲୋଚନା କରିଛନ୍ତି । ଗୋଛାପଡ଼ାରେ ଜଣେ ଛାତ୍ର ଧିରେ ଧିରେ ନିଜର ଆଖି ପତା ଖୋଲିବା ସମ୍ଭବ ହୋଇଥିବା ବେଳେ ଫୁଲବାଣୀରେ ଚିକିତ୍ସାହେଉଥିବା ଅନ୍ୟ ୭ ଜଣ ମଧ୍ୟ ଧିରେ ଧିରେ ସୁସ୍ଥ ହେଉଥିବାର ଡ଼ାକ୍ତରଖାନା ସୁୂତ୍ରରୁ ପ୍ରକାଶ । ତେବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଓ ଅନ୍ୟମାନଙ୍କ ବିରୁଦ୍ଧରେ କାହିଁକି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସରପଂଚ ଅଭିଯୋଗ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ୧୭ ତାରିଖରେ ଏନେଇ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଚେତାବନି ଦେଇଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 2
Angry Angry 0

Comments (0)

User