କ୍ଷୁଦ୍ର ଜଳସେଚନ ବିଭାଗ ର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ଧର୍ମଗଡ଼ ବିଧାୟକ,ଚାଷି ଙ୍କ ଅଭିଯୋଗ ଶୁଣିଲେ, ବିଭାଗୀୟ ଅଧିକାରୀ ଙ୍କୁ ସମାଧାନ ନିର୍ଦେଶ କଲେ।

Sep 13, 2025 - 06:28
0 14
କ୍ଷୁଦ୍ର ଜଳସେଚନ ବିଭାଗ ର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ଧର୍ମଗଡ଼ ବିଧାୟକ,ଚାଷି ଙ୍କ ଅଭିଯୋଗ ଶୁଣିଲେ, ବିଭାଗୀୟ ଅଧିକାରୀ ଙ୍କୁ ସମାଧାନ ନିର୍ଦେଶ କଲେ।

କୋକସରା ,୧୩/୯ :  (ଷ୍ଟାର ନିୟୁଜ ଓଡିଶା )କୋକସରା ବ୍ଲକ କ୍ଷୁଦ୍ର ଜଳସେଚନ ବିଭାଗର ବିଭିନ୍ନ ଜଳସେଚନ ପ୍ରକଳ୍ପ ଶୁକ୍ରବାର ପରିଦର୍ଶନ କରିଛନ୍ତି ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ। ପ୍ରଥମେ ସେ ଗୋତମୁଣ୍ଡା ପଞ୍ଚାୟତ ରେ ଥିବା ଅଠରନାଲା, ପିପିଲ ଝାପର ନିକଟରେ ଥିବା ପେନଶାଳ ନାଲା, ବଡ ଜୋର, ଡୁଡୁକାଠେଙ୍ଗା ପଞ୍ଚାୟତ ରେ ଥିବା କ୍ଷୁଦ୍ର ଜଳସେଚନ ର ସର୍ଵ ବୃହତ ପ୍ରକଳ୍ପ ବେହେରା ଡ୍ୟାମ, ସର୍ଗିଗୁଡା ଜତାଖଲିଆ ଚେକ ଡ୍ୟାମ, ଆମପାଣି ପଞ୍ଚାୟତ କନ୍ଦାଗଡ଼ ନିକଟରେ ଥିବା ମୋଡୋସିଲ ଚେକଡ୍ୟାମ, କରକ ନାଲା ଚେକ ଡ୍ୟାମ ପରିଦର୍ଶନ କରିବା ସହ ଏହି ସବୁ ପ୍ରକଳ୍ପ ରେ ଚାଷି ଙ୍କ ପାଇଁ ଜଳସେଚନ ରେ ରହିଥିବା ସମସ୍ୟା ନେଇ ସ୍ଥାନୀୟ ଅଞ୍ଚଳର ଚାଷି ଙ୍କ ସହ ଆଲୋଚନା କରିବା ସହ ଉପସ୍ଥିତ କ୍ଷୁଦ୍ର ଜଳସେଚନ ର ନିର୍ବାହୀ ଯନ୍ତ୍ରୀ  ସରୋଜ ସା ଙ୍କୁ ଚାଷି ଙ୍କ ସମସ୍ୟା ଓ ଜଳସେଚନ କେମିତି ଶେଷ ମୁଣ୍ଡ ପର୍ଯ୍ୟନ୍ତ ଯିବ ସେନେଇ  ଆବଶ୍ୟକ ସ୍ଥଳେ ପ୍ରକଳ୍ପ ଓ କେନାଲ ମରାମତି କରି ଚାଷି ଙ୍କ ସମସ୍ୟା ସମାଧାନ କରିବାକୁ କହିଛନ୍ତି। ତେବେ ବିଗତ ସରକାର ଙ୍କ ସମୟରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରେ କୋଟି କୋଟି ଟଙ୍କା ଉନ୍ନତି ନାଁ ରେ ଖର୍ଚ୍ଚ ହୋଇଥିବା ବେଳେ କେବଳ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ପକେଟ କୁ ଯାଇଛି ଚାଷି ଆଜି ମଧ୍ୟ ବିଭିନ୍ନ କ୍ଷୁଦ୍ର ଜଳସେଚନ ଅଧୀନରେ ଥିବା ପ୍ରକଳ୍ପ ରୁ  ଜଳସେଚନ ରୁ ବଞ୍ଚିତ ଥିବା ନେଇ ଚାଷୀମାନେ ବିଧାୟକ ଙ୍କୁ ଅଭିଯୋଗ କରିଥିଲେ। ବିଧାୟକ ଙ୍କ ଏହି ଗସ୍ତ ସମୟରେ ବିଭାଗୀୟ ସହକାରୀ ଯନ୍ତ୍ରୀ ତପନ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ସୌମ୍ୟରଂଜନ ନାଏକ,ବିଜେପି ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ସାଧାରଣ ସମ୍ପାଦକ ତୁଲାରମ ନାଏକ,ଦ୍ରୋଣାଚାର୍ଯ୍ୟ ପୁଝାରୀ, ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି,    ଗୋପାଳ ଅଗ୍ରୱାଲ , କୋକସରା ମଣ୍ଡଳ ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରସାଦ ପ୍ରଧାନୀ , ଯୁବ ମୋର୍ଚ୍ଚା ସଭାପତି ତ୍ରୈଲୋକ୍ୟ ବେଶ୍ରା , ସନ୍ତୋଷ କୁମାର ମାଝୀ ,  ଭୁବନେଶ୍ୱର୍, ନାଏକ,କାମଦେବ ମାଝୀ, ମକରନ୍ଦ ବାଗ, ଅଭିକ୍ଷିତ ସରାବୁ, ସନାତନ ସୁନାନୀ, ଚକ୍ରଧର ବେଶ୍ରା , ନରେଶ ଗୁପ୍ତା , ଭଜନମ ନାଏକ ସମେତ ବିଜେପି କାର୍ଯ୍ୟକର୍ତ୍ତା ଓ  ଚାଷୀ ମାନେ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User