ସମୃଦ୍ଧ କୃଷକ ଯୋଜନା ର ଶୁଭ ଉଦଘାଟନ ।

Jun 03, 2025 - 20:53
0 50

କଳାହାଣ୍ଡି,୩l୬  (ଷ୍ଟାରନିୟୁଜ ଓଡିଶା ): ଭବାନୀପାଟଣା ସଦର ବ୍ଲକ ସଦଭାବନା ଗୃହରେ ସମୃଦ୍ଧ କିସାନ ଯୋଜନା ର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ଆତ୍ମା ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶ୍ରୀ ସଚି ମହାକୁଡ଼, ସମୃଦ୍ଧ କିସାନ ଯୋଜନା ର ଜିଲ୍ଲା ସଂଯୋଜକ ଶିଶିର କୁମାର ସାହୁ, ଜିଲ୍ଲା ଅଧକ୍ଷ ଆଶିଷ କୁମାର ସାହୁ, ଆଦ୍ୟସା ୱେଲଫେୟାର ଏଣ୍ଡ ଚେରିଟେବୁଲ ଟ୍ରଷ୍ଟ ର ଚେୟାରମ୍ୟାନ ରୀନା ଭୋଇ, ଭବାନୀପାଟଣା ପୌରପାଳିକା ର ସଭାନେତ୍ରୀ ବାସନ୍ତୀ ଛତ୍ରିଆ, ସଦର ସମ୍ପାଦକ ସୁଦର୍ଶନ ପ୍ରଧାନ, ସମାଜସେବୀ ମନ୍ଥର ନାୟକ ପ୍ରମୁଖ ମଂଚାସୀନ ଥିଲେ। ଉକ୍ତ ସମୃଦ୍ଧ କୃଷକ ଯୋଜନା ର ଅନୁଷ୍ଠାନ ତରଫରୁ କୃଷକ ଭାଇ ଭଉଣୀ ମାନଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନା ଗୁଡିକର ଲାଭକୁ ଲୋକଙ୍କ ନିକଟରେ ପହଂଚାଇବା ହେଲା ମୁଖ୍ୟ ଉଦ୍ଦେଶ୍ୟ। ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରାଯାଇ କେମିତି ସ୍ୱାବଲମ୍ବୀ ହେବେ, ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଅନୁଷ୍ଠାନ ମାଧ୍ୟମରୁ କୃଷକ ଭାଇ ଭଉଣୀ ମାନଙ୍କୁ ୦ ବେଲେନ୍ସ ଖାତା ଖୋଲାଯିବା ସହ ଏକ ସମୃଦ୍ଧି କାର୍ଡ ପ୍ରଦାନ କରାଯିବ। ଏହି କାର୍ଡ ମାଧ୍ୟମରେ ୫୦୦୦ ରୁ ୫୦୦୦୦୦ ପର୍ଯ୍ୟନ୍ତ ଋଣ ପ୍ରଦାନ ମଧ୍ୟ କରାଯିବ। ଏତତ ବ୍ୟତୀତ ଝିଅ ମାନଙ୍କ ବିବାହ ପାଇଁ କନ୍ୟାଦାନ ସହାୟତା ରାଶି ପ୍ରଦାନ କରାଯିବ। ତତ ସଂଗେ ସଙ୍ଗେ ଚକ୍ଷୁ ଯାଞ୍ଚ, ରକ୍ତ ଚାପ ଚେକ ଅପ, ସୁଗାର ଚେକପ ଏବଂ ଥାଇରଡ଼ ଚେକ ଅପ ପାଇଁ ସମୟ ସମୟରେ ଶିବିର ଆୟୋଜନ କରାଯିବ। ସଂଗଠନ ଦ୍ୱାରା ପଞ୍ଜିକୃତ ଚାଷୀ ମାନକଙ୍କୁ ଆତ୍ମ ନିଯୁକ୍ତି ପାଇଁ ତାଲିମ ପ୍ରଦାନ କରାଯିବ। ଗ୍ରାମ ପଂଚାୟତ ସ୍ତରରେ ଶସ୍ତା ରେସନ ଖୋଲା ଯାଇ ସମସ୍ତ କାର୍ଡ ଧାରିଙ୍କୁ ଶସ୍ତା ଦରରେ ରେସନ ଯୋଗାଇ ଦିଆଯିବ। ଉକ୍ତ କାର୍ଡ଼ର ବୈଧତା ୬୦ ମାସ ପର୍ଯ୍ୟନ୍ତ ରହିବ। ସମୃଦ୍ଧି କାର୍ଡ ମାଧ୍ୟମରେ କୃଷକ ଭାଇ ଭଉଣୀ ମାନେ ୫୦%- ୫୦% ରିହାତି ଦେବାର ବ୍ୟବସ୍ଥା କରାଯାଇଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User