ସରକାରୀ ପ୍ରାଥମିକ ବିଦ୍ୟାଳୟ କୁର୍ଲୁପଡ଼ା ରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଡ୍ରେସ ବଣ୍ଟନ

Jun 29, 2026 - 19:49
Updated: 2 months ago
0 44
ସରକାରୀ ପ୍ରାଥମିକ ବିଦ୍ୟାଳୟ କୁର୍ଲୁପଡ଼ା ରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଡ୍ରେସ  ବଣ୍ଟନ

କେସିଙ୍ଗା,ତା. ୨୯l ୦୬ (ଷ୍ଟାର ନ୍ୟୁଜ୍ ଓଡ଼ିଶା):କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ତନଶିର ବୁଢା ରଜା  ଏସଏଚ ଜି  ଗୋଷ୍ଠୀ ଦ୍ୱାରା ପ୍ରଦାନ କରାଯାଇଥିବା ସ୍କୁଲ ଡ୍ରେସ  ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସୁଚାରୁ ଭାବେ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଗରୁଡ ସାହୁ, ଉପସଭାପତି ପ୍ରଶାନ୍ତି ଦିଗଲଙ୍କ ସମେତ ସମିତିର ଅନ୍ୟାନ୍ୟ ସଭ୍ୟ ସଭ୍ୟା, ଶିକ୍ଷତ୍ରୀ ,ସୋନିୟା ନାଏକ ଓ ଅଭିଭାବକମାନେ ଉପସ୍ଥିତ ରହିଥିଲେ। ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀଙ୍କ ହାତରେ ନୂତନ ସ୍କୁଲ ଡ୍ରେସ  ପ୍ରଦାନ କରି ସେମାନଙ୍କୁ ନିୟମିତ ବିଦ୍ୟାଳୟକୁ ଆସି ମନୋଯୋଗ ସହ ପାଠପଡ଼ି ବାପାଇଁ  ଉତ୍ସାହିତ କରିଥିଲେ।
ପ୍ରଧାନ ଶିକ୍ଷକ ବିରଞ୍ଚି ମହାପାତ୍ର କହିଥିଲେ ଯେ, ସରକାରଙ୍କ ଏଭଳି ଛାତ୍ର କଲ୍ୟାଣମୂଳକ ଯୋଜନା ଦ୍ୱାରା ଗ୍ରାମାଞ୍ଚଳର ଗରିବ ଓ ଅସହାୟ ପରିବାରର ଛାତ୍ରଛାତ୍ରୀମାନେ ବେଶ ଉପକୃତ ହେଉଛନ୍ତି। ଏହା ସେମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ଶିକ୍ଷାର ଗୁଣାତ୍ମକ ବିକାଶରେ ସହାୟକ ହେବ।
ନୂତନ ଡ୍ରେସ ଓ ଜୋତା ପାଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ସହଯୋଗ ପାଇଁ ପ୍ରଧାନ ଶିକ୍ଷକ କୃତଜ୍ଞତା ଜଣାଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User