ସାଂସଦ ଓ ବିଧାୟକ ଙ୍କ ଦ୍ୱାରା ଉଦଘାଟିତ ହେଲା ନବନିର୍ମିତ ହଷ୍ଟେଲ ବିଲଡିଂ I

Aug 24, 2025 - 21:14
Updated: 12 months ago
0 47
ସାଂସଦ ଓ ବିଧାୟକ ଙ୍କ ଦ୍ୱାରା ଉଦଘାଟିତ ହେଲା ନବନିର୍ମିତ ହଷ୍ଟେଲ ବିଲଡିଂ I

ଫିରିଙ୍ଗିଆ, ୨୪l୮(ଷ୍ଟାର ନିୟୁଜ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଭୃଙ୍ଗୀଯୋଡି ପଞ୍ଚାୟତ ର ଶୁଣ୍ଢୀଗାଁ ନୁଆପଦର ଠାରେ ନୂତନ ଭାବରେ ନିର୍ମାଣ ହୋଇଥିବା ଶହେ ଶଯ୍ୟା ବିଶିଷ୍ଠ ଛାତ୍ରୀ ନିବାସ କୁ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଦ୍ୱାରା ଉଦଘାଟନ କରାଯାଇଥିବା ବେଳେ ଏହି ନୁଆପଦର ଠାରେ ଏକ ଛାତ୍ର ନିବାସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ଛାତ୍ରୀ ନିବାସ ଗୁଡିକ ଦୀର୍ଘ ବର୍ଷ ଧରି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଥିବା ବଳେ ଏହି ବିଭାଗ ରେ ପ୍ରକଳ୍ପ ପ୍ରଶାସକ ଭାବରେ ଗଦାଧର ପାତ୍ର ଯୋଗ ଦେବାପରେ ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯାଇଥିଲା I ତେବେ ଏହି ଉଦ୍ଘାଟନୀ ଉତ୍ସବ ରେ ସାଂସଦ ଙ୍କ ସହ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମଧ୍ୟ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ, ସାଂସଦ ପ୍ରତିନିଧି ଦୁର୍ଗାମାଧବ ଆଚାର୍ଯ୍ୟ, ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ବିଭାଗ ର କନିଷ୍ଠ ଯନ୍ତ୍ରୀ ଛୋଟରାୟେ ମାଝୀ,ସ୍ଥାନୀୟ ବିଜେପି ନେତା ଓ କର୍ମୀ ଙ୍କ ସହ ବିଦ୍ୟାଳୟ ମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User