ସାମୁହିକ ଲକ୍ଷ୍ମୀପୂଜାରେ ଜିଲ୍ଲା ଯାଦବ ମହାସଭାର ଯୁବ ସଭାପତିଙ୍କ ଯୋଗଦାନ ।

Dec 05, 2025 - 06:24
0 76
ସାମୁହିକ ଲକ୍ଷ୍ମୀପୂଜାରେ ଜିଲ୍ଲା ଯାଦବ ମହାସଭାର ଯୁବ ସଭାପତିଙ୍କ ଯୋଗଦାନ ।

ଝରିଗାଁ,୫l୧୨ (ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅଧୀନରେ ଥିବା ବଡ଼ନୀ ଗ୍ରାମରେ ମାସଟିଏ ଧରି ଯାଦବ ମହିଳାମାନଙ୍କ ଦ୍ୱାରା ମା ମହାଲକ୍ଷ୍ମୀଙ୍କ ପୂଜାର୍ଚନା ଚାଲିଥିବା ବେଳେ ଆଜି ବିଧିବଦ୍ଧ ଭାବେ ମାଙ୍କ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଛି |ଗ୍ରାମର ଯାଦବ ମହିଳମାନେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକତ୍ରିତ ହୋଇ ସାମୁହିକ ପୂଜା କରିଥିବା ବେଳେ ପୂଜାର ଶେଷଦିନରେ ଯାଦବ ମହାସଭାର ଜିଲ୍ଲା ଯୁବ ସଭାପତି ନବକିଶୋର ଗୌଡ଼ଙ୍କୁ ନିମନ୍ତ୍ରଣ କରିଥିଲେ |ନିଜ ସମ୍ପ୍ରଦାୟର ମହିଳା ମାନଙ୍କ ନିମନ୍ତ୍ରଣକୁ ସମ୍ମାନ ଜଣେଇବା ଉଦେଶ୍ୟରେ ଯାଦବ ମହାସଭାର ଜିଲ୍ଲା ସଭାପତି ଶ୍ରୀ ଗୌଡ଼ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି|ତତ ସହିତ ନିଜ ସମାଜର ଅଗ୍ରଗତି ପାଇଁ ଉପସ୍ଥିତ ମହିଳା ଓ ପୁରୁଷ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି |ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ସୈନିକ ଗୈାଡ,ଯୁବ କାର୍ଯ୍ୟକାରୀ ସଭାପତି ଶଙ୍କର ଗୈାଡ, ପାଲିଆ ଗ୍ରାମ ପଞ୍ଚାୟତର ଯୁବ କୋଷାଧ୍ୟକ୍ଷ ସୁରେନ୍ଦ୍ର ଗୈାଡ ,ଚିପ ଏଡ଼ିଟର ପ୍ରିତମ ଗୈାଡ ,ଯୁବ ସମାଜ ସେବୀ ଅରୁଣ ନାୟକ,ବଡ଼ନୀ ଗ୍ରାମର ହର ବାରିକ,ତୁଳସୀରାମ ଗୈାଡ,ପୂଜକ ଜବର ସିଂ ଗୈାଡ,ପତି ସୁନ୍ଦର ଗୈାଡ, ନିତ୍ୟାନନ୍ଦ ଗୈାଡ, ବୈଷ୍ଣବ ଗୈାଡ, ଧର୍ମୁ ଗୈାଡ,ସୁନ୍ଦର ଗୈାଡ,ଅଙ୍ଗଦ ମେହେର ପ୍ରମୁଖ ଉପସ୍ଥିତ ରହି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଗ୍ରହଣ କରିଥିବା ସୂଚନା ମିଳିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User