"ସ୍କୁଲ ରେ ତାଲା, ବାହାରେ ପିଲା" – ଏସଏସଟି ଶିକ୍ଷକ ହେମନ୍ତ ସାହୁ ଙ୍କୁ ସ୍ଥାନାନ୍ତରଣ କରିଥିବାରୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Jul 28, 2025 - 21:04
0 31
"ସ୍କୁଲ ରେ ତାଲା, ବାହାରେ ପିଲା" – ଏସଏସଟି ଶିକ୍ଷକ ହେମନ୍ତ ସାହୁ ଙ୍କୁ ସ୍ଥାନାନ୍ତରଣ କରିଥିବାରୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ  କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନର୍ଲା ବ୍ଲକ :ତା ୨୮/୭(ଷ୍ଟାର ନିୟୁଜ ଓଡିଶା )ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଶାନ୍ତପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ। ସ୍କୁଲ ଗେଟ୍‌କୁ ତାଲା ଲଗାଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ବାହାରେ ବସି ପ୍ରତିବାଦ କରିଛନ୍ତି। ସୂଚନା ଅନୁସାରେ  ଏସଏସଟି (ସାମାଜିକ ବିଜ୍ଞାନ) ଶିକ୍ଷକ ହେମନ୍ତ ସାହୁଙ୍କୁ ଉକ୍ତ ସ୍କୁଲ୍ ରୁ ବ୍ଲକ୍ ଶିକ୍ଷ୍ୟା ବିଭାଗ ଅନ୍ୟତ୍ର ସ୍ଥାନାନ୍ତରଣ କରିଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢା ଉପରେ ବ୍ୟାଘାତ ଘଟିଛି, ଶ୍ରୀଯୁକ୍ତ ସାହୁ ଉକ୍ତ ସ୍କୁଲ୍ ର ଛାତ୍ର ଛାତ୍ରୀ ଙ୍କୁ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଦାନ ଦେଉଥିଲେ। ତାଙ୍କର ଶିକ୍ଷା ପ୍ରଣାଳୀ ଓ ମାନବିକ ବ୍ୟବହାର ଦ୍ୱାରା ଅନେକ ଛାତ୍ରଛାତ୍ରୀ ଲାଭାନ୍ବିତ ହେଉଥିଲେ ।ଏହିପରି ଏକ ଶିକ୍ଷକଙ୍କୁ ଅଚାନକ ସ୍ଥାନାନ୍ତର କରାଯିବା ଦ୍ୱାରା ବିଦ୍ୟାଳୟର ପାଠପଢ଼ା ପ୍ରଭାବିତ ହେବ ବୋଲି ଛାତ୍ରଛାତ୍ରୀମାନେ ଆଶଙ୍କା କରି ବିଦ୍ୟାଳୟର ଗେଟ୍ ସମ୍ମୁଖ ରେ ପ୍ଲାକାର୍ଡ ଓ ଲାଉଡ ସ୍ଲୋଗାନ ସହିତ “ହେମନ୍ତ ସାହୁ ଆସନ୍ତୁ, ଶିକ୍ଷା ଆଗକୁ ବଢ଼ାନ୍ତୁ” ବୋଲି ନାରା ଦେଉଥିବା ବେଳେ ତାଙ୍କ ଅଭିଭାବକ ମାନେ ମଧ୍ୟ ଏଥିରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ଅଭିଯୋଗ ଏହି ଯେ, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶ୍ଵେତାଲିନ ପ୍ରଧାନ କିଛି ମୃଷ୍ଠିମେୟ ବ୍ୟକ୍ତିଙ୍କ ସହିତ ମିଳିତ ଉଦ୍ୟମରେ ଶ୍ରୀ ହେମନ୍ତ କୁମାର ସାହୁଙ୍କ ଅନ୍ୟତ୍ର ବଦଳି କରାଇଛନ୍ତି କାରଣ ଶ୍ରୀମତୀ ପ୍ରଧାନ ତାଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ ଦୁର୍ନୀତି ରେ ଲିପ୍ତ ଥିଲେ ଯେମିତି, ଏନରୋଲମେଣ୍ଟ ବାବଦକୁ ୬୦ ଟଙ୍କା ବଦଳରେ ୩୦୦ ଟଙ୍କା ଆଦାୟ କରିବା, ଛାତ୍ରଛାତ୍ରୀ ମାନଙ୍କ ପରିଚୟ ପତ୍ର ନିମନ୍ତେ ୩୦ ଟଙ୍କା ଆଦାୟ କରିଥିଲେ ହେଁ ଆଇଡି କାର୍ଡ ବର୍ତମାନ ସୁଦ୍ଧା ବଣ୍ଟନ ନ କରିବା, ଗଣେଶ ପୂଜା ପାଇଁ ୧୦୦ ଟଙ୍କା ଆଦାୟ କରିବା ଇତ୍ୟାଦି। ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ତେ ଏ ବିଷୟ ସ୍ଥାନୀୟ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ, ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ତଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ କଲେ ନାହିଁ। ଆଉ କୌଣସି ବିକଳ୍ପ ପନ୍ଥା ନଥିବାରୁ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ, ଅଭିଭାବିକା ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିବା ସହ ଶିକ୍ଷକ ଶ୍ରୀ ହେମନ୍ତ କୁମାର ସାହୁଙ୍କ ବଦଳିକୁ ତୁରନ୍ତ ବାତିଲ କରିବା ନିମନ୍ତେ ଦାବି ଉପସ୍ଥାପନା କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User