ସାର କଳା ବଜାର ଯୋଗୁଁ ଚାଷୀ ହନ୍ତସନ୍ତ।

Jul 28, 2025 - 14:06
0 21
ସାର କଳା ବଜାର ଯୋଗୁଁ ଚାଷୀ ହନ୍ତସନ୍ତ।

ଉମରକୋଟ,୨୮l୭ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ରେ ଦିନକୁ ଦିନ ରାସାୟନିକ ସାର ର କଳାବଜାର ଯୋଗୁଁ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି!ଜିଲ୍ଲା ର ଉମରକୋଟ ସହର କୁ ବ୍ୟବସାୟ ର ପେଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ!ଏଠାରେ କିଛି ବ୍ୟବସାୟୀ ସାର ଗଛିତ ରଖି ଚାଷୀ ମାନଙ୍କୁ ଚଢ଼ା ଦରରେ ବିକ୍ରୟ କରି ମାଲାମାଲ ହେଉଛନ୍ତି!ଏବଂ ସେହି ବ୍ୟବସାୟୀ ଙ୍କୁ କିଛି କୃଷି ବିଭାଗ ର ସରକାରୀ ବାବୁ ମାନେ ସହଯୋଗ କରୁଛନ୍ତି!ସରକାରୀ ନିୟମ ଅନୁଯାଇ ଲ୍ୟାମ୍ପସ ରେ ୟୁରିଆ ବସ୍ତା ପ୍ରତି ଟ266.50ପଇସା ବିକ୍ରୟ ହେଉଥିବା ବେଳେ କଳାବଜାର କରୁଥିବା ବ୍ୟବସାୟୀ ମାନେ ବସ୍ତା ପ୍ରତି 400 ରୁ 450ଟଙ୍କା ଲେଖାଏଁ ବିକ୍ରୟ କରି ଚାଷୀ ମାନଙ୍କୁ ଲୁଟୁଛନ୍ତି!କିନ୍ତୁ ଚାଷୀ ଠିକ ପରିମାଣରେ ସାର ନ ପାଇବାରୁ ସେମାନେ ବାଧ୍ୟ ହୋଇ ଚଢ଼ା ଦର ରେ ସାର କ୍ରୟ କରୁଛନ୍ତି!ଏଭଳି ମୁର୍ତ୍ତୁମା ୟୁ ଭି 6 ନଂ ଗ୍ରାମ ର ଦେବର୍ତ୍ତ ମଜୁମଦାର ନାମକ ବ୍ୟବସାୟୀ ଚାଷୀଙ୍କ କହିବାନୁଯାଇ ୟୁରିଆ ବସ୍ତା ପ୍ରତି 400 ଟଙ୍କା ରେ ବିକ୍ରୟ କରୁଥିବା ସୂଚନା ମିଳିଛି,ଯଦି କୌଣସି ଗଣମାଧ୍ୟମ ପ୍ରଶ୍ନ କଲେ କହନ୍ତି 270ଟଙ୍କାରେ ବିକ୍ରୟ କରୁଛି ଏବଂ ବିଲ ମଧ୍ୟ ସଠିକ ଦିଅନ୍ତି ନାହିଁ!ସେପଟେ ଏଭଳି ବ୍ୟବସାୟୀ ଙ୍କ ଉପରେ କୃଷି ବିଭାଗୀୟ ଅଧିକାରୀ ମାନଙ୍କ ହାତ ରହିଛି, ଯାହାଫଳରେ ଉକ୍ତ ବ୍ୟବସାୟୀ ଜଣକ ନିର୍ଭୟ ରେ ଚାଷୀ ମାନଙ୍କୁ ଚଢ଼ା ଦର ରେ ସାର ବିକ୍ରୟ କରୁଛନ୍ତି!କିଛି କୃଷି ବିଭାଗୀୟ ଅଧିକାରୀ ନିଜ ନିଜ ପକେଟ ଗରମ କରି ଏଭଳି ବ୍ୟବସାୟୀ ଙ୍କୁ ଛୁଟ ଦେଇଛନ୍ତି!

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User