ବେକରେ ଫାଶୀ ଲଗେଇ ମହିଳାଙ୍କ ଆତ୍ମହତ୍ୟା ।

ପାପଡାହାଣ୍ଡି ( ଷ୍ଟାର ନିୟୁଜ ଓଡିଶା )ତା 27/07-ନିଜ ଶାଡିରେ ବେକରେ ଫାଶୀ ଲଗେଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି |ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କଣ୍ଟାମାଲ ପଂଚାୟତ ସଦରର ବୁଚିଆଗୁଡ଼ା ଗ୍ରାମର ଜଗବନ୍ଧୁ ଗୌଡ଼ ଙ୍କ ସ୍ତ୍ରୀ କମଳଦେଇ ଭତରା ପାଞ୍ଚ ବର୍ଷ ପୂର୍ବେ ଜଗବନ୍ଧୁଙ୍କୁ ପ୍ରେମ ବିବାହ କରିଥିଲେ |ଏହି ପାଞ୍ଚ ବର୍ଷ ମଧ୍ୟରେ ସେ ଦୁଇ ପୁଅଙ୍କୁ ଜନ୍ମ ଦେଇଥିବା ବେଳେ କିଛି ଦିନ ହେବ ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି ଏକ କାରଣକୁ ନେଇ ଝଗଡା ଲାଗି ରହିଥିଲା |ହେଲେ ଗତକାଲି ରାତ୍ରି ପ୍ରାୟ 10ଘଂଟିକା ସମୟରେ କମଳ ଦେଇ ନିଜ ପିନ୍ଧିଥିବା ଶାଡିକୁ ବେକରେ ବାନ୍ଧି ଘର ଭିତରେ ହିଁ ଝୁଲି ପଡିଥିଲା |ଏନେଇ ଜଗବନ୍ଧୁ ମୈଦଳପୁର ଥାନାରେ ଏତଲା ଦେଇଥିବା ବେଳେ କମଳଦେଇଙ୍କ ପରିବାର ପକ୍ଷରୁ ମଧ୍ୟ ମୈଦଳପୁର ଥାନାରେ ଏତଲା ଦିଆଯାଇଥିଲା |ଏତଲା ପାଇବା ପରେ ମୈଦଳପୁର ଥାନା ଏସଆଇ ଭୋଇ ବାବୁ ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଂଚିଥିବା ବେଳେ ପାପଡାହାଣ୍ଡି ଏସଡିପିଓ ସତ୍ୟଜିତ କନ୍ଦନକେଲ, ଏକ୍ସଜିକୁଟିଭ ମାଜିଷ୍ଟ୍ରେଟ ତପନ କୁମାର ନାୟକ,ଆଇଆଇସି ବିପିନ କୁମାର କୁଲଦୀପଙ୍କ ସମେତ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଂଚିଥିଲେ |ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ମୈଦଳପୁର ଏସଆଇ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠେଇଥିଲେ|ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ରହିଛି |ଅନ୍ୟପଟେ ମହିଳାଙ୍କ ପରିବାର ବର୍ଗ ମହିଳାଙ୍କୁ ହତ୍ୟାକରି ଫାଶୀରେ ଝୁଲେଇଥିବା ଅଭିଯୋଗ କରୁଥିବା ବେଳେ ଏସଡିପିଓ ଶ୍ରୀ କନ୍ଦନକେଲ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି |ଏହି ଖବରଟି ପ୍ରସାରଣ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






