ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ନବରଙ୍ଗପୁର ଶାଖାର ୨୭ ତମ ଜିଲ୍ଲା ସମ୍ବିଳନୀ ଅନୁଷ୍ଠିତ ।

Jul 28, 2025 - 06:49
 0  12
ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ନବରଙ୍ଗପୁର ଶାଖାର  ୨୭ ତମ ଜିଲ୍ଲା ସମ୍ବିଳନୀ ଅନୁଷ୍ଠିତ ।

ନବରଙ୍ଗପୁର,୨୮l୭(ଷ୍ଟାର ନିୟୁଜ ଓଡିଶା ): ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ନବରଙ୍ଗପୁର ଜିଲ୍ଲାପକ୍ଷରୁ ଆଜି ୨୭-ତମ ବାର୍ଷିକ ସମ୍ମିଳନୀ ବୈଭବ କଲ୍ୟାଣ ମଣ୍ଡପ ଗରାମୁଣ୍ଡା ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସଭାପତି ଶ୍ରୀ ବାଙ୍କ ବିହାରୀ ବିଷୋୟୀ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଅଙ୍ଗନୱାଡି ସଂଘ ରାଜ୍ୟ ସାଧାରଣ ସମ୍ପାଦିକା କୁଞ୍ଛଲତା ଦାସ, ଜିଲ୍ଲା ଉପଦେଷ୍ଟା ଶ୍ରୀଯୁକ୍ତ ପରମେଶ୍ବର ବିଷୋୟୀ,ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ବିଷ୍ଣୁପ୍ରସାଦ ବିଷୋୟୀ, ଅଙ୍ଗନବାଡି ସଂଘ ରାଜ୍ୟ ସଭ୍ୟ-ସବିତା ନାୟକ, ଜିଲ୍ଲା ସଭାନେତ୍ରୀ କୁମାରୀ ଭାଗ୍ୟବତୀ ଷଡଙ୍ଗୀ, ଜିଲ୍ଲା କୋଷାଧ୍ୟକ୍ଷା ମମତା ବ୍ରହ୍ମା, କୋଠାବାଡି ସଂଘ ଜିଲ୍ଲା ସମ୍ପାଦକ ରାମ ବିଷୋୟୀ ବିଶ୍ୱ କର୍ମା ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଖଗେଶ୍ୱର ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ । ଭାରତୀୟ ମଜଦୁର ସଂଘ ଭାରତ ବର୍ଷର ସର୍ବ ବୃହତ ଶ୍ରମିକ ସଂଗଠନ |ଯାହାକି ଭାରତ ସରକାରଙ୍କ ଦ୍ବାରା ମାନ୍ୟତା ପ୍ରାପ୍ତ |ଭାରତୀୟ ସଂସ୍କୃତି ଓ ବିଚାରଧାରାକୁ ଆଧାର କରି ଅଙ୍ଗନୱାଡି ସଂଘ କାମ କରି ଆସୁଛି। ନବରଙ୍ଗପୁର ଜିଲ୍ଲା ଅଙ୍ଗନୱାଡି ସଂଘ ନିଷ୍ଠାପର ଭାବେ କାମ କରି ଆସୁଅଛି। ନବରଙ୍ଗପୁର ଜିଲ୍ଲାକୁ ପ୍ରଗତି ପଥରେ ଅଗ୍ରସର କରି ସବୁରି ମୁହଁରେ ହସ ଫୁଟାଇବାର ପ୍ରଚେଷ୍ଟା କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ଅଙ୍ଗନୱାଡି ସଂଘ, ସଂଗଠନର ସଭ୍ୟ ମାନଙ୍କୁ ଦେଶାତ୍ମକ ଚିନ୍ତାଧାରାରେ ଅନୁପ୍ରାଣିତ କରି ଶିଶୁ, ମହିଳା ଓ କିଶ୍ବରୀ ମାନଙ୍କର ସର୍ବାଙ୍ଗୀନ ବିକାଶ କରିବା ପାଇଁ ପ୍ରଚେଷ୍ଟା କରାଯାଉଛି। ଅଙ୍ଗନୱାଡି କର୍ମିମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ବ୍ଲକ, ଜିଲ୍ଲା ତଥା ରାଜ୍ୟ ପ୍ରଶାସନ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ଅଙ୍ଗନବାଡିକର୍ମିମାନଙ୍କ ଦାବୀ ପୁରଣ ପାଇଁ ବ୍ଲକ, ଜିଲ୍ଲା ତଥା ରାଜ୍ୟ ଓ କେନ୍ଦ୍ର ସ୍ତରରେ ଧାରଣା ରାଲି କରି ଦାବୀପତ୍ର ଦିଆଯାଉଥିବା ଆଦି ସମ୍ପାଦିକା ସନ୍ଦ୍ୟାରାଣୀ ବିଶ୍ୱାସ ବିବରଣୀ ପଠନ କରିଥିଲେ । କୋଷାଧକ୍ଷ ମମତା ବ୍ରହ୍ମା ବାର୍ଷିକ ଖର୍ଚ୍ଚ ବିବରଣୀ ପାଠ କରିଥିଲେ l ଆଜିର ଏହି ସମ୍ମିଳନୀରେ ନୂତନ ନବରଙ୍ଗପୁର ଜିଲ୍ଲା କମିଟି ଗଠନ କରାଯାଇଥିଲା l ଉପଦେଷ୍ଟା ଶ୍ରୀମତି ସବିତା ନାୟକ,ସନ୍ଧ୍ୟାରାଣୀ ବିଶ୍ବାଳ,ମମତା ବ୍ରହ୍ମା,ସଭାନେତ୍ରୀ ଛବିଳ କୁମାରୀ ମାଝୀ,ଉପ ସଭାନେତ୍ରୀ ପୁନେଇ ନାୟକ,ହେମଲତା ନାୟକ,ସମ୍ପାଦିକା ଉମା ନାୟକ,ସଂଗଠନ ସମ୍ପାଦିକା ଭାଗ୍ୟବତୀ ସଡଙ୍ଗୀ,ସହ ସମ୍ପାଦିକା ଶୁଭାଶିତା ପାତ୍ର,ଗୌରିମଣି ହରିଜନ,କୋଷାଧ୍ୟକ୍ଷା ଯମୁନା ଭତରା, ବ୍ଲକ ର ସଭାନେତ୍ରୀ ଓ ସମ୍ପାଦିକା ସଭ୍ୟ ରହିବେ ବୋଲି ଘୋଷଣା କରିଥିଲେ ମୁଖ୍ୟ ଅତିଥି ଶ୍ରୀମତି କୁଞ୍ଜଳତା ଦାସ l ନୂତନ ଭାବେ ଦାୟିତ୍ୱ ନେଇଥିବା ସଦସ୍ୟ ମାନଙ୍କୁ ସ୍ବାଗତଂ କରାଯାଇଥିଲା l ଏଥିରେ ନବରଙ୍ଗପୁର ଜିଲ୍ଲାର ଦଶ ଗୋଟି ବ୍ଲକରୁ ପ୍ରାୟ ୫୦୦ ଜଣ କର୍ମୀ ଉପସ୍ଥିତ ରହିଥିଲେ l

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow