ଶୋକାତୁର ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣେଇଲେ ପୂର୍ବତନ ସାଂସଦ ଓ ସାଂସଦ ପ୍ରତିନିଧି ।

Jul 28, 2025 - 06:44
Updated: 1 year ago
0 17
ଶୋକାତୁର ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣେଇଲେ ପୂର୍ବତନ ସାଂସଦ ଓ ସାଂସଦ ପ୍ରତିନିଧି ।

ଝରିଗାଁ,୨୮l୭(ଷ୍ଟାର ନିୟୁଜ ଓଡିଶା ): ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାର ବର୍ଗଙ୍କ ପାଖରେ ପହଂଚି ଆଜି ସମବେଦନା ଜଣେଇଛନ୍ତି ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ପୂର୍ବତନ ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାଶ |ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ ଓ ବିଜେଡି ବ୍ଲକ ସଭାପତି ଟିକଚନ୍ଦ ମାଝୀ ମଧ୍ୟ ତାଙ୍କ ସହିତ ଯାଇ ପରିବାର ବର୍ଗଙ୍କ ଦୁଃଖରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି |ପ୍ରକାଶ ଥାଉକି, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ କୁରୁଙ୍ଗାବେଡା ଗ୍ରାମର କୁମ ମାଝୀଙ୍କ ତୃତୀୟ ପୁଅ ଚୈତୁ ମାଝୀ(୨୨) ଗତ ୬ ମାସ ତଳେ ତାମିଲନାଡୁ ରାଜ୍ୟର ଡିଣ୍ଡିଗୁଲ ଜିଲ୍ଲାକୁ ଦାଦନ ଖଟିବା ପାଇଁ ଯାଇଥିଲେ।ତେବେ ଗତ 14ତାରିଖ ଦିନ 407 ଗାଡ଼ିରେ ପାଣି ନେଇ ଯାଉଥିବା ବେଳେ ଡିଣ୍ଡିଗୁଲ ଜିଲ୍ଲା ସଦର ମହକୁମା ଠାରେ ଦିନ ୯ ଘଣ୍ଟା ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା।ଫଳରେ ଚୈତୁ ମାଝୀଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ହୋଇଥିଲା।407 ଗାଡ଼ିରେ ଥିବା ଅନ୍ୟ ଦୁଇ ଜଣ ଶ୍ରମିକ ତୁରନ୍ତ ଚୈତୁଙ୍କୁ ଗୁରୁତର ଅବସ୍ଥାରେ ଡିଣ୍ଡିଗୁଲ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ତେବେ ଚିକିତ୍ସାଧିନ ଅବସ୍ଥାରେ ଉକ୍ତ ଦିନ ଅପରାହ୍ନ 2 ଘଣ୍ଟା ସମୟରେ ଚୈତୁଙ୍କ ଦେହାନ୍ତ ହୋଇ ଯାଇଥିଲା।ଦେହାନ୍ତ ପରେ ଚୈତୁଙ୍କ ଭେଣେଇ ସମ୍ବାରୁ ନାୟକ ଘଟଣା ସମ୍ପର୍କରେ ଫୋନ ଯୋଗେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। । ମୃତ ଚୈତୁଙ୍କ ବାପା କୁମ ମାଝୀ ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ।ପ୍ରଶାସନ ଓ ପରିବାର ବର୍ଗଙ୍କ ଶତ ଚେଷ୍ଟା ସ୍ୱତେ ଚୈତୁର ମର ଶରୀର ଗାଁରେ ପହଂଚି ପାରିନଥିଲା |ଆଜି କୁରୁଙ୍ଗାବେଡା ଗ୍ରାମରେ ଚୈତୁର ଦଶାହ କ୍ରିୟା ଚାଲିଥିବା ବେଳେ ଖବର ପାଇ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାଶ, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ ପ୍ରମୁଖ ଚୈତୁଙ୍କ ଘରେ ପହଂଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଆଶ୍ୱାସନା ଦେବା ସହିତ ସମ ବେଦନା ଜଣେଇଛନ୍ତି ଓ ଚୈତୁର ଫୋଟୋରେ ପୁଷ୍ପଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ।|

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User