ହାଇ ଏଚିଭର ପରୀକ୍ଷା ଦେଲେ ଜିଲ୍ଲାର ୧୨୩୭ ଛାତ୍ରଛାତ୍ରୀ

Aug 23, 2025 - 18:39
0 30
ହାଇ ଏଚିଭର ପରୀକ୍ଷା ଦେଲେ ଜିଲ୍ଲାର ୧୨୩୭ ଛାତ୍ରଛାତ୍ରୀ

ଭବାନୀପାଟଣା ୨୪/୮ (ଷ୍ଟାର ନିୟୁଜ ଓଡିଶା)
କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍କର୍ଷତା ନିମନ୍ତେ ଅଭିନବ କାର୍ଯ୍ୟକ୍ରମ ପ୍ରକାଶ -୨୦୨୬ ହାତକୁ ନିଆଯାଇଛି। ଆଜି ଜିଲ୍ଲାର ତେର ଟି ବ୍ଲକର ୧୪ ଟି ପରୀକ୍ଷା କେନ୍ଦ୍ରରେ ହାଇ ଏଚିଭର ଚୟନ ନିମନ୍ତେ ଆୟୋଜିତ ପରୀକ୍ଷାରେ ଜିଲ୍ଲାର ମୋଟ ୩୧୬ ଟି ଉଚ୍ଚ ବିଦ୍ୟାଳୟର ୧୨୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମୋଟ ୫୦୦ ଜଣ ଛାତ୍ରଛାତ୍ରୀଙ୍କୁ ଏ ୱାନ ଗ୍ରେଡ଼ ପାଇବା ପାଇଁ କୋଚିଙ୍ଗ ପ୍ରଦାନ କରାଯିବ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଏ ୱାନ ଗ୍ରେଡ଼ ହାସଲ, ୫୦୦ ଜଣ ଏ ଟୁ ଗ୍ରେଡ଼ ହାସଲ ଓ ସମସ୍ତ ଉଚ୍ଚ ବିଦ୍ୟାଳୟ ରେ ଶତ ପ୍ରତିଶତ ପାସ ହାର ପାଇଁ ପ୍ରକାଶ କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଛି। କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ  ପ୍ରକାଶଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଚୟନ ପରୀକ୍ଷାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ଶୁଭଲକ୍ଷ୍ମୀ ନାୟକ, ହେମସାଗର ମହାନନ୍ଦ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲ୍ଲା ସ୍ତରୀୟ ସାଧନ କର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ, ପଞ୍ଚସଖା ଶିକ୍ଷା ସେତୁ ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ନନ୍ଦ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଯୋଜକ ବିରେନ୍ଦ୍ର କୁମାର ଆଚାର୍ଯ୍ୟ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ସୁପରିଚାଳନା କାର୍ଯ୍ୟ ତଦାରଖ କରିଥିଲେ। ସମସ୍ତ ପରୀକ୍ଷା କେନ୍ଦ୍ରର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ସୁପରିଚାଳନା ରେ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User