ବିକାଶ ନସିଂ କଲେଜ୍, ଭବାନୀପାଟଣା ଙ୍କ ପ୍ରୟାସରେ “ସଶକ୍ତ ନାରୀ, ସଶକ୍ତ ଦେଶ” ଏକ ବ୍ୟାପକ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ସଚେତନତା ଅଭିଯାନ

Aug 23, 2025 - 18:34
 0  7
ବିକାଶ ନସିଂ କଲେଜ୍, ଭବାନୀପାଟଣା ଙ୍କ ପ୍ରୟାସରେ “ସଶକ୍ତ ନାରୀ, ସଶକ୍ତ ଦେଶ” ଏକ ବ୍ୟାପକ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ସଚେତନତା ଅଭିଯାନ

 

କଳାହାଣ୍ଡି ଜିଲ୍ଲାର  ୨୪/୮( ଷ୍ଟାର ନିୟୁଜ ଓଡିଶା)୧୦ଟି ଦୂରସ୍ଥ ଓ ଆଦିବାସୀ ଗ୍ରାମରେ ଗତ ୨୭ ଜୁଲାଇ ୨୦୨୫ ଆୟୋଜିତ ହୋଇଥିଲା । ୨୦୬ ନସିଂ ଛାତ୍ରଛାତ୍ରୀ ଫୁପଗାଁ, ତାରାପୁର, କୁଚାଗାଁ, ସିରୋଳ, ବଡ଼କୁଟ୍‌ରୁ, ସରଗୁଲମାଲପଡା, ମୁଙ, ବାଘପୁର, ଖଲିଆକାନି ଓ ଲାଞ୍ଜିଗଡ଼ ରୋଡ ପରିଦର୍ଶନ କରି
ଆଲୋଚନା, ପ୍ରଦର୍ଶନୀ ଓ ସାକ୍ଷାତ୍‌କାରୀ ଚର୍ଚ୍ଚା ମାଧ୍ୟମରେ ଆଦିବାସୀ ମହିଳାଙ୍କୁ ସଚେତନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମାସିକ ଶୂଚିତା, ଗର୍ଭାବସ୍ଥା ଓ ଜନ୍ମପରବର୍ତ୍ତୀ ଯନ୍ତ୍ର, ଶିଶୁ ପୋଷଣ୍ଢ, ପରିବାର ସ୍ବାସ୍ଥ୍ୟ,
ସ୍ବଚ୍ଛତା, ଆତ୍ମସମ୍ମାନ ଓ ନେତୃତ୍ବ ବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ସ୍ଥାନୀୟମାନେ ଏହି ପଦକ୍ଷେପକୁ
ବହୁତ ସ୍ବାଗତ କରିଥିଲେ ଓ ଆଦିବାସୀ ପରିବାରଙ୍କ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନର ସୂଚନା ମିଳିଛି ।
ଏହି ବିଶାଳ ସଚେତନତା ଅଭିଯାନକୁ ଇଣ୍ଡିଆ ବୁକ୍ ଅଫ ରେକର୍ଡ “ଆଦିବାସୀ ମହିଳାଙ୍କ ପାଇଁ ସର୍ବବୃହତ୍
ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ସଚେତନତା ଅଭିଯାନ” ଭାବରେ ସ୍ବୀକାର କରିଛି । ୨୨ ଅଗଷ୍ଟ ୨୦୨୫ ରେ ବିକାଶ
ଗ୍‌ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ୍‌ସ୍, ଭବାନୀପାଟଣାରେ ବିଶେଷ ସମ୍ମାନ ସଭା ଆୟୋଜିତ ହୋଇଥିଲା ଏବଂ
ଇଣ୍ଡିଆ ବୁକ୍ ଅଫ ରେକର୍ଡ ପକ୍ଷରୁ ବିଚାରକ ଡା. ଗୌରବ ପ୍ରିୟଦର୍ଶି ପ୍ରମାଣପତ୍ର ଓ ସ୍ମାରକ ପ୍ରଦାନ
କରିଥିଲେ । ଏହି ସମାରୋହରେ ମୁଖ୍ୟ ଅତିଥ୍ୟ ଭାବେ ଡା. ପ୍ରବିନ୍ କୁମାର୍ ସାହୁ ଆସିଷ୍ଟାଣ୍ଟ ପ୍ରଫେସର
(ମନୋଚିକିତ୍ସକ) ସଭାରେ କହିଥିଲେ ଯେ “ଏକ ଅଲୌକିକ ପ୍ରୟାସରେ, ବିକାଶ ନସିଂ କଲେଜ୍‌ ଜନଜାତିୟ ମହିଳାମାନଙ୍କ ପାଇଁ ସବୁଠାରୁ ବଡ଼ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ଅଭିଯାନ ଆୟୋଜନ କରିଥିଲା, ଯାହା
ସମାଜିକ ଦାୟିତ୍ବର ଏକ ଉତ୍‌କୃଷ୍ଟ ଓ ବିଶିଷ୍ଟ କାରଣକୁ ସମ୍ବୋଧୃତ କରିଥିଲା । ଏହି କାର୍ଯ୍ୟକ୍ରମ ସ୍ବାସ୍ଥ୍ୟ
ସଚେତନତା ଓ ପ୍ରତିରୋଧକ ଅଭ୍ୟାସ ମାଧ୍ୟମରେ ମହିଳା ସଶକ୍ତିକରଣ ପ୍ରତି ଏକ ଦୃଷ୍ଟିଭଙ୍ଗୀମୂଳକ
ପଦକ୍ଷେପର ପରିଚୟ ଦେଇଛି । ୨୦୦-ରୁ ଅଧ୍ବକ ଉତ୍ସାହିତ ଛାତ୍ରଛାତ୍ରୀମାନେ ସକ୍ରିୟଭାବେ ଏହି
ଅଭିଯାନରେ ଅଂଶଗ୍ରହଣ କରି, ସମୁଦାୟ ପର୍ଯ୍ୟନ୍ତ ସମର୍ପଣ ଓ କରୁଣା ସହିତ ପହଞ୍ଚିଥିଲେ।
ମହିଳାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଓ ମଙ୍ଗଳାନୁଷ୍ଠାନ ପ୍ରଚାରରେ ତାଙ୍କର ପ୍ରୟାସ ନିଶ୍ଚୟ ଶ୍ଳୋଘନୀୟ ଓ
ଗୁରୁତ୍ବପୂର୍ଣ୍ଣ।” ଏହି ସମାରୋହରେ ଅନୁଷ୍ଠାନ ର ଚେୟାରମ୍ୟାନ ଶ୍ରୀଯୁକ୍ତ ଡି. ନାଗେଶ୍ବର ରାଓ, ଡ. ଶ୍ୟାମ, ନିର୍ଦେଶକ ଓ ଡ଼ି ରାମ କୁମାର, ନିର୍ଦେଶକ, ସ୍ବାସ୍ଥ୍ୟ ସଚେତନା କାର୍ଯ୍ୟକ୍ରମ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କର ଲକ୍ଷ୍ୟ
ପଥରେ ପହଂଚିବା ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ | ସେହିଭଳି ଅନୁଷ୍ଠାନ ର ଶିକ୍ଷା
ପ୍ରଭାରୀ ଡି. ବିଜୟା, ପରିଚାଳନା ସଦସ୍ୟା ଡି. ପଦ୍ମିନୀ, ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା
କରିଥିଲେ| ତଥା ଡ଼ା. ସୁଦୀପ୍ତ କୁମାର୍ ଜାନା, ଅଧ୍ଯକ୍ଷ , ଡା. ଆଦିତ୍ୟ କୁମାର ପଟ୍ଟନାୟକ, ଅଧ୍ଯକ୍ଷ, ଓ
ଅନୁଷ୍ଠାନ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ସୁପରିଚାଳନା କରିଥିଲେ |

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow