ସଭିଙ୍କ ସୁଖଦୁଃଖର ସାଥି ମୋତିଗାଁ ସମିତି ସଭ୍ୟ ତ୍ରିଲୋଚନ ଧାକଡ଼।

Aug 21, 2025 - 21:46
 0  129
ସଭିଙ୍କ ସୁଖଦୁଃଖର ସାଥି ମୋତିଗାଁ ସମିତି ସଭ୍ୟ ତ୍ରିଲୋଚନ ଧାକଡ଼।

କୋଷାଗୁମୁଡା,୨୧l୮(ଷ୍ଟାର ନିୟୁଜ ଓଡିଶା): ଏହି ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜ ନିଜ କାମକୁ ନେଇ ବ୍ୟସ୍ତ |ଅନ୍ୟର ଦୁଃଖ ବୁଝିବା ପାଇଁ କାହା ପାଖରେ ଟିକେ ହେଲେ ସମୟ ନାହିଁ। ଗରିବ ଖଟିଖିଆ ଠାରୁ ଆରମ୍ବ କରି ସମାଜର ବଡ଼ ନାମୀଦାମୀ ଲୋକଙ୍କ ପାଖରେ ବି ଟିକେ ଲୋକଙ୍କ ଦୁଃଖ ଶୁଣିବା ପାଇଁ ସମୟ ନାହିଁ |ଏଭଳି ଅଭାବୀ ସମୟରେ ଲୋକଙ୍କ ପାଖରେ ପହଂଚି ସେବା କରି ଖୁସି ଅନୁଭବ କରୁଛନ୍ତି ମୋତିଗାଁ ସମିତି ସଭ୍ୟ ତ୍ରିଲୋଚନ ଧାକଡ଼। ତାଙ୍କର ଏଭଳି ସାହାଯ୍ୟ ସହଯୋଗ ର ମନୋଭାବ ପାଇଁ ଅଂଚଳବାସୀ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି। କୋଷାଗୁମୁଡା ବ୍ଲକ ସଦର ମହକୁମା ଠାରେ କୋଷାଗୁମୁଡା ବ୍ଲକର ବିଭିନ୍ନ ପଂଚାୟତରୁ ଲୋକେ ନିଜ ନିଜ ବ୍ୟକ୍ତିଗତ ସମସ୍ୟା ହେଉ ବା ଆଞ୍ଚଳିକ ସମସ୍ୟା ନେଇ ଆସୁଛନ୍ତି ଏବଂ ସଦର ମହକୁମାରେ ରହିଥିବା ବିଭିନ୍ନ ସରକାରି କାର୍ଯ୍ୟାଳୟ ରେ ଦିନ ତମାମ କାମ ହାସଲ କରିବା ପାଇଁ ଲାଗି ରୁହନ୍ତି। ଗରିବ ନିରିହ ଆଦିବାସୀ ଲୋକେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏ ଅଫିସ ସେ ଅଫିସ ବୁଲି ବୁଲି ରହୁଥିବା ବେଳେ ସେମାନଙ୍କ ସମସ୍ୟାର ସମାଧାନ ବେଳେ ବେଳେ ଅଟକି ରହିଥାଏ। ଫଳରେ ଦୂର ଦୁରାନ୍ତରୁ ଆସିଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କ ସାହାରା ସାଜିଛନ୍ତି ମୋତିଗାଁ ପଂଚାୟତର ସମିତି ସଭ୍ୟ ତ୍ରିଲଚନ ଧାକଡ଼। ସେ ପ୍ରତ୍ୟେକ ଦିନ ବ୍ଲକ କାର୍ଯ୍ୟାଳୟରେ ହେଉ ଅବା ବିଭିନ୍ନ ସରକାରି କାର୍ଯ୍ୟାଳୟ କୁ ଯାଇ ଲୋକଙ୍କ ସମସ୍ୟା ର ସମାଧାନ କରିବା ପାଇଁ ଚେଷ୍ଟା କରୁଥିବା ପ୍ରାୟ ଦେଖିବାକୁ ମିଳେ। ନିରୀହ ଗରିବଙ୍କ ପାଖେ ଯଦି ଟଙ୍କା ପଇସା ଅଭାବ ବା କାଗଜ ପତ୍ର କରିବା ପାଇଁ କିଛି ସାହାଯ୍ୟର ଆବଶ୍ୟକ ପଡେ ତେବେ ଶ୍ରୀ ଧାକଡ଼ ନିଜ ଟଙ୍କା ଖର୍ଚ୍ଚ କରି ଲୋକଙ୍କ ପାଇଁ ଛିଡା ହେଉଥିବା ମଧ୍ୟ ଲୋକେ କହୁଥିବା ଶୁଣିବାକୁ ମିଳୁଛି। କାହାକୁ ବାର୍ଦ୍ଧକ୍ୟ ଭତ୍ତା, କାହାକୁ ଆଧାର କାର୍ଡ କରିବା, ଆଉ କାହାକୁ ଚାଉଳ କାର୍ଡ କରିବା ବା ଆବାସ ଯୋଜନାରେ ନାମ ଲେଖାଇବା ପାଇଁ ସେ ସବୁବେଳେ ତତ୍ପରତା ଦେଖାଇ ସରକାରି ବାବୁଙ୍କ ପାଖକୁ ଯାଇ ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ସୁପାରିଶ କରିଥାନ୍ତି ଏବଂ ସେମାନଙ୍କ ଅଟକି ରହିଥିବା କାମ ହାସଲ କରି ସେମାନଙ୍କ ମୁହଁ ରେ ହସ ଫୁଟାଇବାରେ ସଫଳ ହୋଇଥାନ୍ତି। ଶ୍ରୀ ଧାକଡ଼ଙ୍କ ଏଭଳି ମହାନତା ପାଇଁ ଆଜି କୋଷାଗୁମୁଡା ବ୍ଲକ ଅଧିନସ୍ତ ୨୬ ଗୋଟି ପଂଚାୟତରେ ସେ ବେଶ ପରିଚୟ ହାସଲ କରିଥିବା ଦେଖିବାକୁ ମିଳୁଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR