ଓଡିଶା ଡ୍ରାଇଭର ମହାସଂଘର ସାଧାରଣ ବୈଠକ ଅନୁଷ୍ଠିତ ।

ନବରଙ୍ଗପୁର,୨୧।୮(ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ସଦର ମହକୁମା ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ଆଜି ଓଡିଶା ଡ୍ରାଇଭର ମହାସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ଉକ୍ତ ବୈଠକରେ ଓଡିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇ ଡ୍ରାଇଭର ମହାସଙ୍ଘ ଗଠନ କରିବାର ଉଦେଶ୍ୟ ଓ ଲକ୍ଷ୍ୟ ଉପରେ ପ୍ରାଞ୍ଜଳ ଭାବେ ବୁଝେଇବା ସହିତ ସଙ୍ଘର ନୀତି ଆଦର୍ଶ ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇଥିଲେ |ତତ ସହିତ ଗାଡି ମଟର ଚଳେଇଲା ବେଳେ ମଦ୍ୟପାନ ନକରିବା, ଅତି ଦ୍ରୁତ ଗତିରେ ଗାଡି ନଚଲେଇବା, ସିଟ ବେଲ୍ଟ ବାନ୍ଧିବା, ଟ୍ରାଫିକ ନିୟମ ମାନିଵା ଓ ଯେତେବେଳେ ବି ଗାଡି ଚଳେଇବାକୁ ଯିବେ ନିଜ ୟୁନିଫର୍ମ ରେ ଯିବେ ବୋଲି ପରାମର୍ଶ ଦେଇଥିଲେ |ତତ ବ୍ୟତୀତ ସମସ୍ତ ସରକାରୀ ନିୟମ ମାନି ଚଲିବା ଓ ପ୍ରତି ବ୍ଲକ ଓ ପ୍ରତି ପଂଚାୟତ ମାନଙ୍କରେ ସଙ୍ଘର ଶାଖା ସବୁ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ |ଆଜିର ଏହି ବୈଠକରେ ଶତାଧିକ ଡ୍ରାଇଭର ଓ କର୍ମକର୍ତା ଯୋଗ ଦେଇଥିବା ବେଳେ ଡ୍ରାଇଭର ମହାସଂଘର ଜିଲ୍ଲା ସଭାପତି ଶୁଭମ ରାଓ, ଉପ ସଭାପତି ସୁକାନ୍ତ ସିନ୍ଦାର, ସମ୍ପାଦକ ତାପସ ମଲ୍ଲିକ, ସହ ସମ୍ପାଦକ କୃଷ୍ଣଚନ୍ଦ୍ର ପାରି, କୋଷାଦକ୍ଷ ମଧୁସୂଦନ ରାଓଙ୍କ ସମେତ ସମସ୍ତ ଜିଲ୍ଲା ଓ ବ୍ଲକ ସଂଘର କର୍ମକର୍ତା ମାନେ ବହୁମାତ୍ରାରେ ଯୋଗ ଦେଇଥିଲେ |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?






