କପେନା ଗ୍ରାମର ଧାରନୀ ପୂଜାରୀ ଘାସିରାମ ଟାକ୍ରୀଙ୍କ ପରଲୋକ ।

ଉମରକୋଟ ,୨୧l୮(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କପେନା ପଂଚାୟତ ସଦର ମହକୁମାର ଧାରନୀ ପୂଜାରୀ ତଥା ଅଞ୍ଚଳର ଜଣେ ଜଣାଶୁଣା କତୁଆଳ ଘାସିରାମ ଟାକ୍ରୀଙ୍କ ଗତକାଲି ସନ୍ଧ୍ୟା 5ଘଂଟିକା ସମୟରେ ନିଜ ବାସ ଭବନରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି |ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ମେଳାପୀ ତଥା ଧର୍ମ ପରାୟଣ ବ୍ୟକ୍ତି ଥିଲେ |ମୃତ୍ୟୁ ସମୟରେ ତାଙ୍କ ବୟସ 93ବର୍ଷ ଥିଲା |ସେ ପିଲାବେଳୁ ଅଞ୍ଚଳରେ କତୁଆଳ କାର୍ଯ୍ୟ କରି ବେଶ ପରିଚିତ ରହିଥିଲେ ଓ 11ବର୍ଷ ହେବ ସେ ଗ୍ରାମର ଧାରନୀ ଦେଵୀଙ୍କ ପୂଜାରୀ ଭାବେ ପୂଜାକାର୍ଯ୍ୟ ତୁଲାଇ ଆସୁଥିଲେ |ତାଙ୍କର ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଆଜି ତାଙ୍କ ଶେଷ ଦର୍ଶନ ପାଇଁ ଜନସାଧାରଣ ଭିଡ ଜମେଇଥିବା ଦେଖିବାକୁ ମିଲିଛି |ତାଙ୍କ ପରିବାର ବର୍ଗ ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଗାଁ ମସାଣିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






