ୟଙ୍ଗ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ: କାଉଡୋଳା ଚାମ୍ପିଅନ, ବିଧାୟକଙ୍କ ବ୍ୟାଟିଂରେ ଖେଳ ପଡ଼ିଆରେ ଉତ୍ସାହ

Jul 12, 2026 - 22:57
0 14
ୟଙ୍ଗ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ: କାଉଡୋଳା ଚାମ୍ପିଅନ, ବିଧାୟକଙ୍କ ବ୍ୟାଟିଂରେ ଖେଳ ପଡ଼ିଆରେ ଉତ୍ସାହ

କୋକସରା, ୧୨/୭ (ଷ୍ଟାର ନ୍ୟୁଜ୍ ଓଡ଼ିଶା): କୋକସରା ବ୍ଲକ ମହିମା ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମରେ ୟଙ୍ଗ ଷ୍ଟାର କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରବିବାର ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଥିଲା। ରୋମାଞ୍ଚକର ମୁକାବିଲାରେ କାଉଡୋଳା ଦଳ ବନ୍ଧପଡାକୁ ୪୦ ରନ୍‌ରେ ପରାସ୍ତ କରି ଚାମ୍ପିଅନ ଟ୍ରଫି ହାସଲ କରିଛି।
ସମାପନୀ ଉତ୍ସବରେ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସେ ନିଜେ ବ୍ୟାଟ ଧରି ପ୍ରଦର୍ଶନୀ ବ୍ୟାଟିଂ କରି ମ୍ୟାଚର ଶୁଭାରମ୍ଭ କରିଥିବାରୁ ଖେଳାଳି ଓ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଥିଲା।
କାର୍ଯ୍ୟକ୍ରମରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ସମିତି ସଭ୍ୟ ଘନଶ୍ୟାମ ନାଏକ, ଡୁଡୁକାଠେଙ୍ଗା ପଞ୍ଚାୟତ ସରପଞ୍ଚ ହରିପ୍ରିୟା ନାଗ, ପୂର୍ବତନ ସରପଞ୍ଚ କ୍ଷେତୁରାମ ପାତ୍ର, ଆମପାଣି ବିଜେପି ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା ଓ ସନାତନ ସୁନାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
୧୨ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ କାଉଡୋଳା ଦଳ ପ୍ରଥମେ ବ୍ୟାଟିଂ କରି ୧୮୫ ରନ୍ ସଂଗ୍ରହ କରିଥିଲା। ଜବାବରେ ବନ୍ଧପଡା ଦଳ ୧୪୫ ରନ୍‌ରେ ଅଲ୍‌ଆଉଟ ହୋଇଯିବାରୁ କାଉଡୋଳା ୪୦ ରନ୍‌ରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ବିଜେତା ହୋଇଥିଲା।
ମ୍ୟାଚକୁ ଆଶିଷ ମହାନ୍ତି ଓ ନିଳାମ୍ବର ନାଏକ ଅମ୍ପାୟାର ଭାବେ ପରିଚାଳନା କରିଥିବା ବେଳେ ହରିଶ ମେହେର ଧାରାବିବରଣୀ ପ୍ରଦାନ କରିଥିଲେ। ଡମ୍ବରୁ ମାଝୀଙ୍କୁ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ଏବଂ ରାଜା ମାଝୀଙ୍କୁ 'ମ୍ୟାନ୍ ଅଫ୍ ଦି ସିରିଜ୍' ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଶେଷରେ ଅତିଥିମାନେ ବିଜେତା କାଉଡୋଳା ଓ ଉପବିଜେତା ବନ୍ଧପଡା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ୟଙ୍ଗ ଷ୍ଟାର କ୍ରିକେଟ ଆସୋସିଏସନର ସଭାପତି ନିଳାମ୍ବର ଛାତ୍ରୀଆ, ସମ୍ପାଦକ କିଶୋର ମେହେର ଓ ସଂଘର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟର ସୁଚାରୁ ପରିଚାଳନାରେ ସକ୍ରିୟ ଭୂମିକା ନିଭାଇଥିଲେ।
— ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User