ଜର୍ଣ୍ଣାଲିଷ୍ଟ ଆସୋସିଏସନର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ବରିଷ୍ଠ ସାମ୍ବାଦିକ ମଧୁ ସିନ୍ଦୁରଙ୍କୁ ‘ଶ୍ରେଷ୍ଠ ଗ୍ରାଉଣ୍ଡ ରିପୋର୍ଟର’ ସମ୍ମାନ
କେସିଙ୍ଗା, ତା.୧୨/୦୭ (ଷ୍ଟାର ନିୟୁଜ ଓଡିଶା

): କଳାହାଣ୍ଡି ଜିଲ୍ଲାର କେସିଙ୍ଗାଠାରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ଉଦ୍ଦେଶ୍ୟରେ ରବିବାର ଏକ ଗରିମାମୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା।
ଆସୋସିଏସନର ନବନିର୍ବାଚିତ ସଭାପତି ଶ୍ରୀ ନୃପରାଜ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନର୍ଲା ନିର୍ବାଚନମଣ୍ଡଳୀର ବଧାୟିକା ମୋନରମା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକତାକୁ ଗଣତନ୍ତ୍ରର ଏକ ସଶକ୍ତ ସ୍ତମ୍ଭ ବୋଲି ଅଭିହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଡା. ହେମସାଗର ସାହl , କେସିଙ୍ଗା ଏନଏସି ଅଧ୍ୟକ୍ଷ ଶ୍ରୀ ନୃପରାଜ ଯାଦବ ଏବଂ ମୁଖ୍ୟ ବକ୍ତା ଭାବେ କେସିଙ୍ଗା ମହାବିଦ୍ୟାଳୟର ପୂର୍ବତନ ପ୍ରଫେସର ଚନ୍ଦ୍ରଶେଖର ଅଚାରି ଉପସ୍ଥିତ ରହି ସାମ୍ବାଦିକତାର ମୂଲ୍ୟବୋଧ ଓ ଦାୟିତ୍ୱ ସମ୍ପର୍କରେ ମତାମତ ରଖିଥିଲେ।
ଅତିଥିମାନେ ସାମ୍ବାଦିକଙ୍କ ନିଷ୍ଠା, ନିରପେକ୍ଷତା, ସାମାଜିକ ଦାୟିତ୍ୱବୋଧ ଏବଂ ସତ୍ୟଭିତ୍ତିକ ସମ୍ବାଦ ପରିବେଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କେସିଙ୍ଗା ଅଞ୍ଚଳର ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ଏହି ଅବସରରେ ବରିଷ୍ଠ ସାମ୍ବାଦିକ ମଧୁ ସିନ୍ଦୁରଙ୍କୁ ତାଙ୍କର ଉଲ୍ଲେଖନୀୟ ଗ୍ରାଉଣ୍ଡ ରିପୋର୍ଟିଂ ଓ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ‘ଶ୍ରେଷ୍ଠ ଗ୍ରାଉଣ୍ଡ ରିପୋର୍ଟର’ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି କେସିଙ୍ଗା ମହାସଂଘର ସଭାପତି ଦୟାନିଧି ନାଏକ, ବୈଦ୍ୟରାଜ ସଦାନନ୍ଦ ପୁଟେଲ ଏବଂ ଡା. ମାକଲିଙ୍ଗ ଗହୀରଙ୍କୁ ମଧ୍ୟ ସେମାନଙ୍କର ସାମାଜିକ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ନୂତନ କାର୍ଯ୍ୟକାରିଣୀ କମିଟିକୁ ସର୍ବସମ୍ମୁଖରେ ଘୋଷଣା କରାଯାଇଥିଲା। ଶ୍ରୀ ନୃପରାଜ ସାହୁ ସଭାପତି, ନବୀନ ଜୈନ ଉପସଭାପତି, ରୋହିତ ସାହୁ ସମ୍ପାଦକ, ଫିରୋଜ ଦାସ ଯୁଗ୍ମ ସମ୍ପାଦକ, ସୁଜୟ ନଙ୍ଗାଳତି ଆୟୋଜକ ସମ୍ପାଦକ ଏବଂ ପ୍ରଫୁଲ ସାହୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଘୋଷଣା କରାଯାଇଥିଲା।
ଶେଷରେ ନବନିର୍ବାଚିତ କର୍ମକର୍ତ୍ତାମାନେ ସଂଗଠନର ସୁଦୃଢ଼ୀକରଣ, ସାମ୍ବାଦିକଙ୍କ ସ୍ୱାର୍ଥରକ୍ଷା ଏବଂ ନିରପେକ୍ଷ ସାମ୍ବାଦିକତାର ପ୍ରସାର ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
What's Your Reaction?
Like
2
Dislike
0
Love
0
Funny
0
Wow
0
Sad
0
Angry
0
Comments (0)