ଲବ ବାବୁଙ୍କ ୭୭ତମ ଜନ୍ମଦିବସ ପାଳିତ: ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା

Jul 11, 2026 - 21:59
 0  24
ଲବ ବାବୁଙ୍କ ୭୭ତମ ଜନ୍ମଦିବସ ପାଳିତ: ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା

କେସିଙ୍ଗା ତା, ୧୧l ୭(ଷ୍ଟାରନିୟୁଜ ଓଡିଶା )କନ୍ଧମାଳ ଜିଲ୍ଲାର ଡାଙ୍ଗୁଲୁ ଗ୍ରାମର ବିଶିଷ୍ଟ ବ୍ୟକ୍ତିତ୍ୱ ଶ୍ରୀ ଲବ ବାବୁଙ୍କ ୭୭ତମ ଜନ୍ମଦିବସ ଅବସରରେ ପରିବାର, ସମ୍ପର୍କୀୟ ଓ ଶୁଭେଚ୍ଛୁମାନଙ୍କ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।
ଶ୍ରୀ ଲବ ବାବୁ ୧୯୪୯ ମସିହାରେ କନ୍ଧମାଳ ଜିଲ୍ଲାର ଡାଙ୍ଗୁଲୁ ଗ୍ରାମରେ ସ୍ୱର୍ଗତ ମାଧିଆ ଦିଗଲଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ସମାପ୍ତ କରିବା ପରେ ସେ ବିଶାଖାପାଟଣା ଜାହାଜ ବନ୍ଦରରେ ମେକାନିକ ଭାବେ କାର୍ଯ୍ୟରତ ଥିଲେ। ପରବର୍ତ୍ତୀ ସମୟରେ ସେହି ଚାକିରି ଛାଡ଼ି ଓଡ଼ିଶାର କଳାହାଣ୍ଡି ଜିଲ୍ଲାର କେସିଙ୍ଗାସ୍ଥିତ ରୁରାଲ ଲାଇଫ ପ୍ରୋଗ୍ରାମ (Integrated Rural Development Agency)ରେ ଯୋଗଦେଇ ଦୀର୍ଘ ବର୍ଷ ଧରି ନିଷ୍ଠା ଓ ସତତାର ସହିତ ସେବା ପ୍ରଦାନ କରିଥିଲେ। ସଂସ୍ଥାରେ ମ୍ୟାନେଜର ପଦବୀରେ କାର୍ଯ୍ୟ କରି ସେ ସମ୍ମାନର ସହ ଅବସର ଗ୍ରହଣ କରିଥିଲେ।
ବର୍ତ୍ତମାନ ସେ ୭୭ ବର୍ଷରେ ପଦାର୍ପଣ କରିଥିବା ଅବସରରେ ତାଙ୍କ ପରିବାର ପକ୍ଷରୁ ସର୍ବଶକ୍ତିମାନ ପ୍ରଭୁଙ୍କ ନିକଟରେ ତାଙ୍କର ସୁସ୍ଥତା, ଦୀର୍ଘାୟୁ, ଶାନ୍ତି ଓ ସମୃଦ୍ଧ ଜୀବନ ପାଇଁ ପ୍ରାର୍ଥନା କରାଯାଇଛି। ଆଗାମୀ ଦିନରେ ମଧ୍ୟ ସେ ସୁସ୍ଥ ଓ ସକ୍ରିୟ ଜୀବନ ବ୍ୟତୀତ କରନ୍ତୁ ବୋଲି ସମସ୍ତଙ୍କ ପକ୍ଷରୁ ଶୁଭକାମନା ଜଣାଯାଇଛି।

What's Your Reaction?

like

dislike

love

funny

angry

sad

wow

SUJAYA EDITOR