୪ଟି ଟାୱାର ଥାଇ ରହୁନାହିଁ ନେଟୱାର୍କ, ସମସ୍ୟାରେ ଚକଲାପଦର ପଞ୍ଚାୟତର ବାସୀ।

ଝରିଗାଁ,୩l୯(ଷ୍ଟାର ନିୟୁଜ ଓଡିଶା ): କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ ସପ୍ନ ଦେଖୁଥିବା ବେଳେ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମ ରେ ମୋବାଇଲ ସେବା ଯୋଗାଇ ଦେବା ନେଇ ସପ୍ନ ଦେଖାଉଛନ୍ତି।ହେଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଏବେ ମଧ୍ୟ ଏମିତି କିଛି ଉପାନ୍ତ ପଂଚାୟତ ରହିଛି ଯେଉଁଠି ମୋବାଇଲ ସେବା ଦିବା ସପ୍ନ ହୋଇପଡିଛି।ସେହିପରି ଏକ ପଂଚାୟତ ହେଉଛି ନବରଙ୍ଗପୁର ଜିଲ୍ଲା ଚକଲାପଦର ପଂଚାୟତର ଚକଲାପଦର ପଂଚାୟତ।ବର୍ତ୍ତମାନ ଯୁଗରେ ୫ଜି ନେଟୱର୍କ ଚାଲିଥିବା ବେଳେ ଏହି ପଂଚାୟତରେ ୨ଜି ନେଟୱର୍କ ମିଳିବା କଷ୍ଟକର।ଦିର୍ଘ ବର୍ଷ ତଳେ ଚକଲାପଦର ପଂଚାୟତର କଂଗ୍ରା ଗ୍ରାମରେ ପ୍ରଶାସନ ତରଫରୁ କମ ଦକ୍ଷତା ବିଶିଷ୍ଟ ଶୌର ଚାଳିତ BSNL ଟାୱାର ସ୍ଥାପନ ହୋଇଥିଲା।କମ ଦକ୍ଷତା ବିଶିଷ୍ଟ ଟାୱାର ସ୍ଥାପନ ଯୋଗୁଁ ପଂଚାୟତର କିଛି ଗ୍ରାମବାସୀ ମୋବାଇଲ ସେବା ପାଇଥିଲେ।କମ ଦକ୍ଷତା ବିଶିଷ୍ଟ ଟାୱାର ସ୍ଥାପନ ଯୋଗୁଁ ମାତ୍ର ଦୁଇ କିଲୋମିଟର ଭିତରେ ଥିବା ଗ୍ରାମବାସୀ ମୋବାଇଲ ସେବା ପାଉଥିଲେ।ତେବେ ଆଜିକୁ ପ୍ରାୟ ଏକ ବର୍ଷ ହେବ ଟାୱାର ଅଚଳ ହୋଇ ପଡ଼ିଥିବା ଯୋଗୁଁ ଲୋକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସେହିପରି ପଞ୍ଚାୟତର ବାହାରକରମରୀ, ଡ଼କରିକୋଟ ଏବଂ ସାତଭଉଣୀଖୋଲ ଗ୍ରାମରେ ପ୍ରଶାସନ ପକ୍ଷରୁ ଟାୱାର ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିଲା ଏବଂ କାମ ଆରମ୍ଭ ହୋଇଥିଲା।ଦୀର୍ଘ ବର୍ଷ ପରେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ।ତେଣୁ ବର୍ତ୍ତମାନ ସ୍ଥିତିରେ ଚକଲାପଦର ପଞ୍ଚାୟତର କୌଣସି ସ୍ଥାନରେ ନେଟୱର୍କ ଆସୁନାହିଁ।ନେଟୱର୍କ ନଥିବା ଯୋଗୁଁ ଭିବିନ୍ନ ସମସ୍ୟା ହେଉଥିବା ପଂଚାୟତ ବାସୀ ଅଭିଯୋଗ କରିଛନ୍ତି।ପଂଚାୟତ ବାସୀ କୌଣସି ଜରୁରୀ କାମରେ ଫୋନ କରିବାକୁ ହେଲେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଯାଇ ଫୋନ କରୁଥିବା ଜଣାଇଛନ୍ତି।ପାହାଡ଼ ଉପରେ ନଚେତ ଗଛ ଉପରେ କିମ୍ବା କୌଣସି ଘରର ଛାତ ଉପରେ ନିକଟରେ ଥିବା ଟାୱାର ଅଳ୍ପ ନେଟୱାର୍କ ଆସୁଛି।ସେ ମଧ୍ୟ ସଠିକ ନେଟୱାର୍କ ନଥିବା ଯୋଗୁଁ ଫୋନ କଲେ ବି ବେଳେବେଳେ ଏକ ପାଖିଆ ଶୁଭୁଥିବା ଅଭିଯୋଗ ହୋଇଛି।ନେଟୱାର୍କ ନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢା ସହ ଆମ୍ବୁଲାନ୍ସକୁ ଯୋଗାଯୋଗ ଏବଂ ଅନ୍ୟାନ୍ୟ ସରକାରୀ କାମରେ ସମସ୍ୟା ହେଉଛି।ବିଶେଷ କରି ଚକଲାପଦର ପଞ୍ଚାୟତରେ ୧୭ଟି ଅଙ୍ଗନ ବାଡ଼ି କେନ୍ଦ୍ର ରହିଥିବା ବେଳେ ସମସ୍ତ ଗର୍ଭବତୀ, ପ୍ରସୂତି ମହିଳା ଓ ୬ ମାସରୁ ୩ ବର୍ଷର ପିଲା ମାନଙ୍କ ନିର୍ଦ୍ଦିଷ୍ଟ ସମୟରେ E-KYC କରିବା ପାଇଁ ପଡୁଛି।ତେବେ ନେଟୱର୍କ ନଥିବା ଯୋଗୁଁ ପଡୋଶୀ ପଞ୍ଚାୟତ କିମ୍ବା ପାହାଡ଼ ଉପରେ ନେଟୱର୍କ ଆସୁଥିବା ସ୍ଥାନକୁ ଯାଇ E-KYC କରିବା ପାଇଁ ପଡୁଛି।ପାହାଡ଼ ଉପରେ ସବୁବେଳେ ନେଟୱର୍କ ଆସୁନଥିବା ଯୋଗୁଁ ବେଳେ ବେଳେ ପାହାଡ଼ ଚଢି ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି।ତେଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ପଞ୍ଚାୟତ ବାସୀ ଦାବି କରିଛନ୍ତି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






