ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ କୁର୍ଲୁ ପଡା, ବିଦ୍ୟାଳୟ, ପରି ସରରେ ବାର୍ଷିକ ଉତ୍ସବ!

ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ କୁର୍ଲୁ ପଡା, ବିଦ୍ୟାଳୟ, ପରି ସରରେ ବାର୍ଷିକ ଉତ୍ସବ!

Mar 21, 2025 - 13:04
Updated: 1 year ago
0 336
ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ କୁର୍ଲୁ ପଡା, ବିଦ୍ୟାଳୟ,  ପରି ସରରେ ବାର୍ଷିକ ଉତ୍ସବ!

ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ କୁର୍ଲୁ ପଡା, ବିଦ୍ୟାଳୟ,  ପରି ସରରେ  ବାର୍ଷିକ ଉତ୍ସବ-୨୦୨୫ ଆମଶଂସ୍କୃତି ଆମ ଖେଳନା ' ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ,ଶ୍ରୀ କନ୍ତେଶିର ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଯୋଗେନ୍ଦ୍ର ସାହୁ  ଏବଂ ବିଶିଷ୍ଟ ଅତିଥି ଭାବରେ ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର, ପ୍ରଧାନ ଶିକ୍ଷୟତ୍ରୀ କିନେର କେଲା ଏବଂ ଭକ୍ତ ଚରଣ ସାହୁ, ମୁଖ୍ୟ ବକ୍ତା ଭାବରେ ଶ୍ରୀ ବନମାଳୀ ସାହୁ ପୂର୍ବତନ କୁର୍ଳୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ,  ସମ୍ମାନିତ ଅତିଥି ଶ୍ରୀ ବ୍ରଜମୋହନ ସାହୁ ପୂର୍ବତନ ଶିକ୍ଷକ କୁର୍ଳୁ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ,କୁର୍ଲୁ ପଡା ଯୋଗଦାନ କରି ସ୍ଥିତ ବିଦ୍ୟାଳୟର ଛାତ୍ରୀମାନଙ୍କୁ  ନିରବଚ୍ଛିନ୍ନ ପ୍ରୟାସ ଜାରି ରଖି ଜୀବନର ଲକ୍ଷ୍ୟ ହାସଲ ନ କଲା ପର୍ଯ୍ୟନ୍ତ ଅପ୍ରତିହତ ମୋ ସଂସୃତି  ମୋ ଖେଳନା କର୍ମଶାଳା ଜାରି ରଖି ବା ନିମନ୍ତେ ଆହ୍ୱାନ ଦେଇଥିଲେ ।

ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ବିଶିଷ୍ଟ  ପୂର୍ବତନ ପ୍ରଧାନ  ଶିକ୍ଷକ ବନମାଳୀ  ସାହୁ ଏବଂ ସହ ଶିକ୍ଷକ ବ୍ରଜମୋହନ ସାହୁ ତଥା  ଶିକ୍ଷୟିତ୍ରୀ  ପୁଷ୍ପାଞ୍ଜଳି ମିଶ୍ର, ସମ୍ମାନିତ ଅତିଥି ଗରୁଡ ଧୁଜ ସାହୁ (ସ୍କ୍କୁଲ ସଭାପତି ) ଛାତ୍ର ଏବଂ 
 ଛାତ୍ରୀମାନଙ୍କୁ ଉପଯୁକ୍ତ ଶିକ୍ଷଣୀୟ ବିଷୟ ପରିବେଶ  ଯୋଗାଇ ଦେଲେ ସେମାନେ ନିଜର ତଥା ଦେଶର ଉଜ୍ଜ୍ଵଳ ଭବିଷ୍ୟତ ଗଠନରେ ସଫଳ ହୋଇ ପାରିବେ ବୋଲି ମତବ୍ୟକ୍ତ ପ୍ରଦାନ କରିଥିଲେ। ସମ୍ମାନିୟ ଅତିଥି ଶ୍ରୀ ଗରୁଡ ଧଜ୍ଜ ସାହୁ , ସଭାପତି ସ୍ଥାନୀୟ କୁର୍ଳୁ ପଡା ପ୍ରାଥମିକ ସରକାରୀ ବିଦ୍ୟାଳୟ , କୁର୍ଲୁପଡା ଶିକ୍ଷାର୍ଥୀ ମାନଙ୍କର ପୂର୍ଣ୍ଣ ବିକାଶ ନିମନ୍ତେ ପରିବାର ଓ ବିଦ୍ୟାଳୟ ଗୁରୁତ୍ୱ ଭୁମିକା ନିର୍ବାହ କରନ୍ତି ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ଭକ୍ତ ଚରଣ ସାହୁ , କୁର୍ଲୁ ପଡା ୱାର୍ଡ ମେମ୍ବର ସ୍କୁଲ ର ବାଉଣ୍ଡ୍ରି ଯଥାଶୀଘ୍ର ତିଆରି କରିବା ପାଇଁ   ଅଭିମତ ପ୍ରକାଶ କରିଥିଲେ । ନିମନ୍ତ୍ରିତ ଅତିଥି ପ୍ରଶାନ୍ତି ଦିଗାଲ  ଧନମାଳୀ  ବିଭାର , ସବିତା ନାକ, ସରିତା ମାଝୀ, ସାବିତ୍ରୀ ତାଣ୍ଡି ଏବଂ ବୈଜଷ୍ଠ ନାଗରିକ ଅର୍ଜୁନ ସାହୁ, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ଏହି ସାରସ୍ବତ ସମାରୋହରେ ଉପସ୍ଥିତ ରହି   ଛାତ୍ର ଛାତ୍ରୀ ମାନଙ୍କ ମନୋବଳ ବୃଦ୍ଧି କରିଥିଲେ ।

ସେମାନଙ୍କ ସଫଳ ହେବା ନିମନ୍ତେ ଜୀବନର ପ୍ରତିଟି ପାହାଚରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇ ଆମ ସଂସ୍କୃତି ଆମ ଖେଳନା ବିଷୟ ଗ୍ରହଣ କରିବାର ଆବଶ୍ୟକତା ସମ୍ପର୍କରେ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ  ପୂର୍ବତନ ପ୍ରଧାନ ଶିକ୍ଷକ  ବନମାଳୀ ସାହୁ ଏବଂ ବ୍ରଜ ମୋହନ ସାହୁ ଙ୍କୁ ସମାଜ ସେବି ଏବଂ ବରିଷ୍ଟ ସାମ୍ବାଦିକ ସୁଜୟ ନଙ୍ଗଳତି ଙ୍କ ଦ୍ୱାରା ମୋମେଂଟୋ ପ୍ରଦାନ କରି ସମ୍ବର୍ଦ୍ଧନା  କରା ଯାଇଥିଲା । ଏହା ପରେ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ  ସହ ଶିକ୍ଷ କ ମୀନକେତନ ସେଠି ସଂଯୋଜନା କରିଥିଲେ। ବୈଠକର ପରିସମାପ୍ତି ପରେ  ଶ୍ରୀମତୀ ଜୟଶ୍ରୀ ବୁଦ୍ଧିଆ  ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଛାତ୍ର ଛାତ୍ରୀ କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା।

What's Your Reaction?

Like Like 4
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User